Advertisment

Cobra Roaring: ହୋଟେଲ ଭିତରୁ ଫଁ ଫଁ ହୋଇ ମାଡ଼ି ଆସିଲେ...ଭୟରେ ଥରିଲେ ସାପ ଧରାଳି

ରାଜସ୍ଥାନ ଉଦୟପୁର ସେବାଶ୍ରମ ନିକଟରେ ଥିବା ଏକ ହୋଟେଲର ଗାର୍ଡେନରେ ବୁଲୁଥିଲା ଏକ ନାଗ । ହଠାତ୍ ସାପ ଉପରେ ନଜର ପଡ଼ିଥିଲା ହୋଟେଲ ମ୍ୟାନେଜରଙ୍କର। ସାପକୁ ଉଦ୍ଧାର କରିବା ପାଇଁ ସାପ ଧରାଳିଙ୍କୁ ଡକାଯାଇଥିଲା। ହୋଟେଲରେ ପହଞ୍ଚିଥିଲେ ସାପ ଧରାଳି। ଏକ ନାଗ ସାପ ଉପରେ ସାପ ଧରାଳିଙ୍କର ନଜର ପଡ଼ିଥିଲା।

ମାଡ଼ି ଆସିଲେ ସାପ

ମାଡ଼ି ଆସିଲେ ସାପ

Advertisment

ହୋଟେଲ ଭିତରୁ ଫଁ ଫଁ ହୋଇ ମାଡ଼ି ଆସିଲେ....। ଭୟରେ ଥରିଉଠିଲେ ସାପ ଧରାଳି। ଭାବିଥିଲେ ଗୋଟେ, ଆସିଲେ ୧୯। ଏମିତି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। କ’ଣ କରିବେ କ’ଣ ନାହିଁ ମୁଣ୍ଡରେ ବୁଦ୍ଧି ପଶୁ ନଥାଏ । ମା’ ନାଗୁଣୀ ଫଣା ଟେକି କରୁଥାଏ ଜୋର୍ ଗର୍ଜନ। ଛୁଆ ମଧ୍ୟ ମା’ ସହ ମିଶି ଗର୍ଜନ କରୁଥାନ୍ତି। ଏଠୁ ଚାଲିଯାଅ, ଏଠୁ ଚାଲିଯାଅ କହିବା ଠାଣୀରେ ମାଟିକୁ ଚୋଟ ପରେ ଚୋଟ ମାରି ଚାଲିଥାନ୍ତି।

Advertisment

ସମସ୍ତଙ୍କୁ ଧରିବାକୁ ନାକେଦମ ହୋଇଗଲେ ସାପ ଧରାଳି। କିଛି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ୧୮ ନାଗ ଛୁଆ ସହ ମା’ ନାଗୁଣୀକୁ ନିଜ ଅକ୍ତିଆରକୁ ଆଣିଥିଲେ ଓ ସେମାନଙ୍କୁ ଜଙ୍ଗଲରେ ଛାଡ଼ିଥିଲେ।

ରାଜସ୍ଥାନ ଉଦୟପୁର ସେବାଶ୍ରମ ନିକଟରେ ଥିବା ଏକ ହୋଟେଲର ଗାର୍ଡେନରେ ବୁଲୁଥିଲା ଏକ ନାଗ । ହଠାତ୍ ସାପ ଉପରେ ନଜର ପଡ଼ିଥିଲା ହୋଟେଲ ମ୍ୟାନେଜରଙ୍କର। ସାପକୁ ଉଦ୍ଧାର କରିବା ପାଇଁ ସାପ ଧରାଳିଙ୍କୁ ଡକାଯାଇଥିଲା। ହୋଟେଲରେ ପହଞ୍ଚିଥିଲେ ସାପ ଧରାଳି। ଏକ ନାଗ ସାପ ଉପରେ ସାପ ଧରାଳିଙ୍କର ନଜର ପଡ଼ିଥିଲା। ସାପ ଧରାଳି ମାନେ ସାପଟିକୁ ଖୋଜି ଖୋଜି ହୋଟେଲ ଭିତରେ ଥିବା ଏକ ଅଳିଆ ଜାଗାରେ ସାପଟିକୁ ପାଇଥିଲେ।

Advertisment

ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ମାଡ଼ି ଆସିଥିଲେ ମା’ ନାଗୁଣୀ ସହ ଏକାଧିକ ନାଗ ଛୁଆ। ରାଗରେ ଫଣାଟେକି ଫଁ ଫଁ ଗର୍ଜନ କରୁଥାନ୍ତି। ନାଗୁଣୀ ଓ ତାର ଛୁଆଙ୍କ ଗର୍ଜନରେ ଛାନିଆ ହୋଇପଡ଼ିଥିଲେ ସାପ ଧରାଳି। ମୁଣ୍ଡରେ କିଛି ବୁଦ୍ଧି ପଶୁ ନଥିଲା। ଆକ୍ରାନ୍ତ ପରିଶ୍ରମ ପରେ ମା’ ନାଗୁଣୀ ସହ ୧୮ ନାଗ ଛୁଆକୁ କାବୁ କରିଥିଲେ ସାପ ଧରାଳି। ପରେ ସମସ୍ତଙ୍କୁ ନେଇ ଜଙ୍ଗଲରେ ଛାଡ଼ିଥିଲେ।

ଏସବୁ ଭିତରେ ସବୁଠୁ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ସାପ ଧରାଳି। ନାଗୁଣୀ ଛୁଆ ଦେବା ପରେ ତାର ଛୁଆକୁ ଖାଇଦେଇଥାଏ। ହେଲେ ଏଠି ନାଗୁଣୀ ତାର ୧୮ ଛୁଆକୁ ସୁରକ୍ଷିତ ଭାବେ ରଖିଛି। ଯାହା ଆମକୁ ଆଶ୍ଚର୍ଯ୍ୟ କରିଛି। ମା’ ନାଗୁଣୀ ସହ ୧୮ ନାଗ ଛୁଆର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି।

Advertisment
Cobra Rescued Snakehelpline Hotels Cobra Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ