love
ଉତ୍ତର ପ୍ରଦେଶର କନ୍ନୌଜରେ ଶାଳୀ ସହ ବିବାହ କରିବାକୁ ଜିଦ୍ ଧରିଥିବା ଭିଣୋଇ ଶୋଲେ ଫିଲ୍ମର ଦୃଶ୍ୟକୁ ଅନୁକରଣ କରିଥିଲେ। ପରିବାର ଲୋକେ ଶାଳୀ ସହ ବିବାହ କରିବାକୁ ମନା କରିବାରୁ ଭିଣୋଇ ଚୁପଚାପ ୩୩ ହଜାର ଭୋଲଟ୍ର ବିଜୁଳି ଟାୱାରରେ ଚଢ଼ିଗଲେ । ସେଠାରୁ ଶାଳୀକୁ ‘ବସନ୍ତୀ’ କହି ବିବାହ କରାଇବାକୁ ଜିଦ୍ କଲେ। ଯୁବକଜଣକ ଟାୱାରରେ ଚଢ଼ିବା ଦ୍ୱାରା ସେଠାରେ ହଟଚମଟ ସୃଷ୍ଟି ହେଲା ଏବଂ ପୋଲିସ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ତାଙ୍କୁ ମନାଇବାକୁ ଲାଗିପଡ଼ିଲେ।
ପ୍ରାୟ ୭ ଘଣ୍ଟାର ହାଇ ଭୋଲଟେଜ ଡ୍ରାମା ପରେ ପରିବାର ଲୋକେ ଶାଳୀ ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ । ପରେ ଯୁବକଜଣକ ଟାୱାରରୁ ଓହ୍ଲାଇଲେ। ଜଣାଯାଇଛି ଯେ ଯୁବକଜଣକ ତାଙ୍କ ତୃତୀୟ ଶାଳୀ ସହ ବିବାହ କରିବାକୁ ଜିଦ୍ ଧରିଥିଲେ। କନ୍ନୌଜର ଛିବରାମଊ ଥାନା ଅଞ୍ଚଳର କଲ୍ୟାଣପୁର ଗାଁର ଯୁବକ ରାଜ ସାକ୍ସେନା ତାଙ୍କ ଶାଳୀମାନଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ପ୍ରଥମ ବିବାହର କିଛି ଦିନ ପରେ ତାଙ୍କର ହୃଦୟ ଦ୍ୱିତୀୟ ଶାଳୀ ଆଡକୁ ଢଳିଲା । ଜିଦ୍ କରି ସେ ତାଙ୍କ ଶାଳୀ ସହ ବିବାହ କରିଥିଲେ।
ବିବାହର କିଛି ଦିନ ପରେ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ସେ ତାଙ୍କ ଶାଳୀକୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ରସିକିଆ ରାଜଙ୍କ ଆଖି ତାଙ୍କ ତୃତୀୟ ଶାଳୀ ଉପରେ ପଡିଲା।
ପତ୍ନୀଙ୍କୁ କହିଲେ ଶାଳୀ ସହ ବିବାହର କଥା ।ରାଜଙ୍କ କହିବା ଅନୁଯାୟୀ, ସେ ତାଙ୍କ ପତ୍ନୀଙ୍କୁ କହିଥିଲେ ଶାଳୀ ମଧ୍ୟ ତାଙ୍କୁ ପ୍ରେମ କରୁଛି। ଶାଳୀକୁ ବିବାହ କଥା ପତ୍ନୀଙ୍କୁ କହିବାରୁ ସେ ରାଗିଗଲେ । କୌଣସି ପରିସ୍ଥିତିରେ ଏହା ସମ୍ଭବ ନୁହେଁ ବୋଲି ପତ୍ନୀ ସ୍ପଷ୍ଟ ଜବାବ ଦେଇଦେଲେ।
ଏହି କଥାରେ ରାଗିଯାଇ ଶାଳୀଙ୍କ ପ୍ରେମରେ ପାଗଳ ଭିଣୋଇ ଘର ଠାରୁ ଅଳ୍ପ ଦୂରତାରେ ଥିବା ୩୩ ହଜାର କେଭିର ବିଦ୍ୟୁତ ଟାୱାରରେ ଚଢ଼ିଗଲେ । ହାଇ ଭୋଲଟେଜ ଡ୍ରାମା ଆରମ୍ଭ କରିଦେଲେ। ଯୁବକଜଣକ ପ୍ରାୟ ୭ ଘଣ୍ଟା ଟାୱାରରେ ଚଢ଼ି ଧର୍ମେନ୍ଦ୍ରଙ୍କ ଶୋଲେ ଫିଲ୍ମର ଡାଏଲଗ୍ କହୁଥିଲେ। ଏହି ସମୟରେ ଗ୍ରାମବାସୀମାନେ ମଧ୍ୟ ସେଠାରେ ପହଞ୍ଚିଗଲେ । ସେଠାରେ ଭିଡ଼ ହେଲା ଓ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଗଲେ। ସମସ୍ତେ ତାଙ୍କୁ ଓହ୍ଲାଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ସେ ମାନିଲେ ନାହିଁ।
ଶେଷରେ ଯେତେବେଳେ ପରିବାର ଲୋକେ ତାଙ୍କୁ ଶାଳୀ ସହ ବିବାହ କରାଇବାର ନିର୍ଭର ପ୍ରତିଶ୍ରୁତି ଦେଲେ, ସେତେବେଳେ ସେ ସନ୍ଧ୍ୟା ପ୍ରାୟ ୪ଟା ବେଳେ ଓହ୍ଲାଇଲେ। ଓହ୍ଲାଇବା ପରେ ସେ କହିଥିଲେ, ଖୁସିରେ ପତ୍ନୀ ଓ ଶାଳୀ ସହ ଜୀବନ ବିତାଇବି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/love_1756463882.jpg)