ପିଇବା ପାଣି ପାଇଁ ପାହାଡ଼ ଚଢୁଛନ୍ତି ଗାଁ ଲୋକେ

ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।

Basudha project

ପାହାଡ଼ିଆ ଗାଁ...ଉପରେ ରହିଛି ପାଣି ଟାଙ୍କି । ବିରାଟ ଟାଙ୍କି ଦେଖିଲେ ଆପଣ ବି କହିବେ ସେଇଠି ପାଣିର କୌଣସି ସମସ୍ୟା ହେଉନଥିବ । ହେଲେ ପାଣି ଲାଗି ହାହାକାର ସ୍ଥିତି ହେଲାଣି । ନଳକୂପ ଅଛି ହେଲେ ପାଣି ବାହାରୁନି । ଯେଉଁଠୁ ବାହାରୁଛି କଳିଙ୍କି ମିଶା ପାଣି । ତେଣୁ କେମିତି ପିଇବା ପାଣି ମିଳିବ ସେଇଥି ଲାଗି କସରତ କରୁଛନ୍ତି ଗାଁ ଲୋକେ ।

ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: ବାଃ ବାଃରେ ସରକାର!! ଗାଧେଇବା ପାଇଁ ପାଣି କିଣିବାକୁ ପଡୁଛି

ଗାଁ ଗାଁରେ ପିଇବା ପାଣିର ସୁବିଧା ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି । ଏଥିଲାଗି ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ପ୍ରକଳ୍ପ ବି ହେଉଛି । କିନ୍ତୁ କାର୍ଯ୍ୟକ୍ଷମ ହେଉନି କି ପାଣି ଆସୁନି । ଏମିତି ଶୋଚନୀୟ ଅବସ୍ଥା ରାୟଗଡା ଗୁଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି । କେଉଁଠି ପ୍ରକଳ୍ପ ଥାଇ ପାଣି ଆସୁନି ତ ଆଉ କେଉଁଠି ପ୍ରକଳ୍ପ ମୂଳରୁ କାର୍ଯ୍ୟକ୍ଷମ ହୋଇନି । ଯାହାକୁ ନେଇ ହିନସ୍ତା ହେଉଛନ୍ତି ଲୋକେ ।

ପାହାଡ଼ ଉପରେ ବସୁଧା ଯୋଜନାରେ ଟ୍ୟାଙ୍କ୍ ହୋଇଛି । ଗାଁରେ ଟ୍ୟାପ ମଧ୍ୟ ସଂଯୋଗ ହୋଇଛି । ହେଲେ ସେହି ଟ୍ୟାପରୁ ପାଣି ମୁନ୍ଦାଏ ଆସୁନି । ତିନି ତିନୋଟି ସୋଲାର ପାଣି ପ୍ରକଳ୍ପ ରହିଛି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ଅଂଚଳରେ ଥିବା ୭ ନଳକୂଅରୁ ୫ଟି ଅଚଳ ଥିବା ବେଳେ ୨ଟିରେ ଗୋଳିଆ ପାଣି ବାହାରୁଛି । ତେଣୁ ଜମିରେ ଥିବା ଗୋଟିଏ କୂଅ ଉପରେ ଶହଶହ ଲୋକ ନିର୍ଭର କରୁଛନ୍ତି ।

ସମସ୍ୟା ଆଜି କି କାଲିର ନୁହେଁ ବରଂ ବର୍ଷବର୍ଷ ଧରି ଏମିତି ସମସ୍ୟା ଲାଗି ରହିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ଉପଜିଲ୍ଲାପାଳ କହିଛନ୍ତି, ଯେଉଁଠି ପାଣି ସମସ୍ୟା ରହିଛି ସେଠାକୁ ଟ୍ୟାଙ୍କ ଯୋଗେ ପାଣି ପଠାଯିବାର ବ୍ୟବସ୍ଥା କରାଯିବ ।