Advertisment

Super Cyclone: ୧୨୦ ବର୍ଷରେ ଓଡ଼ିଶା ଭୋଗିଲାଣି ୧୦୦ ବାତ୍ୟା; ଏବେ ସାଜିଛି ରୋଲ୍ ମଡେଲ୍

ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।

ଅଦ୍ୟତନ ହୋଇଛି
1891 to 2020 odisha faced more than 100 storms

1891 to 2020 odisha faced more than 100 storms

Advertisment

ପୂର୍ବ ଉପକୂଳ ଭାରତ ସବୁଠାରୁ ଅଧିକ ବାତ୍ୟାପ୍ରବଣ ଅଞ୍ଚଳ। ପୂର୍ବ ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ସବୁଠାରୁ ଅଧିକ ଘୂର୍ଣ୍ଣିବାତ୍ୟାକୁ ସାମ୍ନା କରିଛି। ତଥ୍ୟ ଅନୁସାରେ ୧୮୯୧ରୁ ୨୦୨୦ ମଧ୍ୟରେ ମୋଟ ୧୦୦ଟି ବାତ୍ୟା ଓଡ଼ିଶା ଉପର ଦେଇଯାଇଛି। ଏଥିରେ ରହିଛି ସାଧାରଣ ବାତ୍ୟା, ବଡ଼ ବାତ୍ୟା ଓ ମହାବାତ୍ୟା। ଏହି ସଂଖ୍ୟା ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଖୁବ ଅଧିକ।

Advertisment

ଭାରତର ମୋଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଓଡ଼ିଶାର ଅଂଶ ମାତ୍ର ୧୭ ଭାଗ। କିନ୍ତୁ ଏହି ୧୨୦ ବର୍ଷ ଭିତରେ ପୂର୍ବ ଉପକୂଳ ଦେଇ ଯେତେ ବାତ୍ୟା ଯାଇଛି ସେଥିରୁ ଓଡ଼ିଶା ୩୫ ପ୍ରତିଶତ ବାତ୍ୟାର ସମ୍ମୁଖୀନ ହୋଇଛି। ଓଡ଼ିଶା ୧୦୦ଟି ବାତ୍ୟା ଭୋଗିଥିବା ବେଳେ ପଶ୍ଚିମବଙ୍ଗ ୬୯ଟି ଓ ଆନ୍ଧ୍ର ପ୍ରଦେଶ ୭୯ଟି ବାତ୍ୟାର ସାମ୍ନା କରିଛି। ବାତ୍ୟା ଓ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି, ବହୁ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଅମାପ ସମ୍ପତ୍ତି ନଷ୍ଟ ହୋଇଛି।

ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରଥମ ମହାବାତ୍ୟା ୧୭୩୭ ମସିହା ଅକ୍ଟୋବର ୭ ରୁ୧୨ ତାରିଖ ମଧ୍ୟରେ ହୋଇଥିଲା। ୧୮୮୫ ସେପ୍ଟେମ୍ବର ୨୨ ତାରିଖରେ ଫଲ୍‌ସ ପଏଣ୍ଟରେ ଆଉ ଏକ ସାଙ୍ଘାତିକ ବାତ୍ୟା ଆସିଥିଲା। ଏଥିରେ ୫ ହଜାର ଲୋକ ମୃତ୍ୟୁବରଣ କରିଥିଲେ।

Advertisment

ନିକଟ ଅତୀତରେ ଆମ ସ୍ମୃତିରେ ରହିଛି ୧୯୯୯ ଅକ୍ଟୋବର ୨୯ ତାରିଖର ମହାବାତ୍ୟା। ଯାହା ଖୁବ ସାଙ୍ଘାତି ଥିଲା। ଏହାକୁ ଯିଏ ଅନୁଭବ କରିଛି ସେ କେବେ ବି ଭୁଲିବ ନାହିଁ। ଏହା ପାରାଦୀପ ଉପକୂଳରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଏହି ସୁପର ସାଇକ୍ଲୋନରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ନାମକରଣ ପଛର କାରଣ:

ଏହା ପୂର୍ବରୁ ଅନେକ ବାତ୍ୟା ଆସିଥିଲେ ମଧ୍ୟ ଏସବୁକୁ ନାମକରଣ କରାଯାଇନି। ତେବେ ୧୯୯୯ ଓଡ଼ିଶା ମହାବାତ୍ୟା ପରେ ଭାରତ ମହାସାଗର ଅଂଚଳରେ ସାମୁଦ୍ରିକ ବାତ୍ୟାଗୁଡ଼ିକର ନାମକରଣ ପ୍ରକ୍ରିୟା ଆରମ୍ଭ ହେଲା। ଏକ ନିର୍ଦ୍ଦିଷ୍ଟ ବାତ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ସୂଚନା ପ୍ରଦାନ ଏବଂ ଏହି ପ୍ରାକୃତିକ ବିପର୍ଯ୍ୟୟ ନେଇ କୌଣସି ବିଭ୍ରାନ୍ତି ସୃଷ୍ଟି ନ ହେବା ଉଦ୍ଦେଶ୍ୟରେ ଏଭଳି ନାମକରଣ କରାଯାଉଛି। ଭାରତ ମହାସାଗର ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆରବ ସାଗର ଅଂଚଳରେ ସୃଷ୍ଟି ସାମୁଦ୍ରିକ ତୋଫାନର ନାମକରଣ ପାଳି କରି ସେହି ସାଗର ତଟବର୍ତ୍ତୀ ରାଷ୍ଟ୍ରଗୁଡ଼ିକ ଦ୍ୱାରା ବଛାଯାଇଥିବା ନାଁ ଅନୁସାରେ ହେଉଛି।

Advertisment

ଆନ୍ୟାନ୍ୟା ବାତ୍ୟା:

ତେବେ ସବୁଠାରୁ ଭୟାନକ ବାତ୍ୟା ଆସିଥିଲା ୧୮୮୧ ଅକ୍ଟୋବର ୩୧ ତାରିଖରେ। ଏହା ବାଲେଶ୍ୱରରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା ଓ ପ୍ରାୟ ୫୦ ହଜାର ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ।

ଅନ୍ୟ ଏକ ବଡ଼ ବାତ୍ୟା ଆସିଥିଲା ୧୮୬୪ ମସିହା ଅକ୍ଟୋବର ୨ରୁ ୫ ମଧ୍ୟରେ। ଏହା ବି ଏକ ବଡ଼ ଧରଣର ବାତ୍ୟା ଥିଲା ଓ ପଶ୍ଚିମବଙ୍ଗର କଣ୍ଟେଇ ଦେଇ ପ୍ରବାହିତ ହୋଇଥିଲା। ଏଥିରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଓ ଲୋକ ବି ମରିଥିଲେ। ତା’ ପର ବର୍ଷ ନଭେମ୍ବର ୧-୨ରେ ମଛଲିପଟନମ ଦେଇ ଏକ ବଡ଼ ବାତ୍ୟା ଯାଇଥିଲା। ଏହାର ଭୀଷଣ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ୧୯୪୨ ଅକ୍ଟୋବର ୧୪-୧୬ ମଧ୍ୟରେ ବି ଆଉ ଏକ ବଡ଼ ସାମୁଦ୍ରିକ ଝଡ଼ ଆସିଥିଲା। ଏଇଟି ବି ପଶ୍ଚିମବଙ୍ଗର କଣ୍ଟେଇ ଦେଇ ଯାଇଥିଲା।

ପାରାଦୀପ ଓ ପୁରୀ ମଧ୍ୟରେ ଏକ ବଡ଼ ଧରଣର ବାତ୍ୟା ଆନ୍ଧ୍ରପ୍ରଦେଶ ଦେଇ ୧୯୬୭ ଅକ୍ଟୋବର ୮ରୁ ୧୧ ମଧ୍ୟରେ ଯାଇଥିଲା। ଏହାର ପନ୍ଦର କୋଡ଼ିଏ ଦିନ ପରେ ଆଉ ଏକ ବାତ୍ୟା ପାରାଦୀପ ନିକଟରେ ଆସିଥିଲା ଓ ପ୍ରାୟ ଦଶ ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୧୩ ଅକ୍ଟୋବର ୧୨ରୁ ୧୪ ଭିତରେ ଆସିଥିଲା ବାତ୍ୟା ଫାଇଲିନ୍‌। ଗୋପାଳପୁର ନିକଟରେ ଏହାର ଲ୍ୟାଣ୍ଡ୍‌ଫଲ୍‌ ହୋଇଥିବା ବେଳେ ତା’ ପର ବର୍ଷ ଆସିଥିଲା ବାତ୍ୟା ହୁଡ୍‌ହୁଡ୍‌। ଏହା ଦକ୍ଷିଣ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।

୨୦୧୮ ମସିହାରେ ତିତିଲି ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ମାଡ଼ କରିଥିଲା ଓ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା ପ୍ରଚୁର କ୍ଷତି ସହିଥିଲେ। ପ୍ରାୟ ୬୧ ଜଣ ଲୋକ ପ୍ରାଣ ହରାଇଥିଲେ।

୨୦୧୯ ମେ’ ୩ରେ ବାତ୍ୟା ଫନି ପୁରୀ ନିଟକରେ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା ସମେତ ଅଧା ଓଡ଼ିଶା ଛାରଖାର ହୋଇଯାଇଥିଲା। ଏହାପରେ ସେହିବର୍ଷ ନଭେମ୍ବର ୫ରେ ଆସିଥିଲା ବାତ୍ୟା ବୁଲବୁଲ୍‌। ଏହି ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନରେ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା। ଏହା ପରେ ଅମ୍ପାନ, ୟସ୍, ଆଉ ଗୁଲାବ ଭଳି ଅନେକ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିଛି।

ପ୍ରାୟ ବାତ୍ୟା ଅକ୍ଟୋବରରେ ହେବାର କାରଣ:

ସାଧାରଣତଃ ଅକ୍ଟୋବରରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରିଯାଏ। ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଉପନୀତ ହେଉଥିବାବେଳେ ସେପଟେ ଉତ୍ତର ପୂର୍ବ ମୌସୁମୀର ଆଗମନ ହୋଇଥାଏ । ଉଭୟ କ୍ଷେତ୍ରରୁ ବାୟୁ ଚଳାଚଳ ଏକ ସମୟରେ ଘଟିବାର ସମ୍ଭାବନା ଥିବାରୁ ବଙ୍ଗୋପସଗରରେ ଲଘୁଚାପ ଜନିତ ଝଡ଼ ଦାନାବାନ୍ଧେ। ଝଡ଼ଟି ଥାଇଲ୍ୟାଣ୍ଡ୍ ଉପକୂଳରୁ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇ ପ୍ରବଳରୁ ଅତିପ୍ରବଳ ବେଗରେ ଆର୍ଦ୍ର ଜଳୀୟ ବାଷ୍ପ ପୂର୍ଣ୍ଣ ପବନ ବହେ। ଯାହା ବାତ୍ୟାର ରୂପ ନିଏ।

ଓଡ଼ିଶା ଏବେ ରୋଲ୍ ମଡେଲ:

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ରୋଲ୍ ମଡେଲ ସାଜିଛି। ମହାବାତ୍ୟା ପରଠାରୁ ଦୀର୍ଘ ୨୩ ବର୍ଷ ଧରି କେବଳ ବାତ୍ୟା ନୁହେଁ ବନ୍ୟା ଏବଂ ମରୁଡ଼ିକୁ ରାଜ୍ୟ ଯେପରି ସଫଳତାର ସହ ମୁକାବିଲା କରିଛି, ତାହାକୁ ସାରା ବିଶ୍ୱ ପ୍ରଶଂସା କରିଛି। ବିଭିନ୍ନ ସମୟରେ ଜାତିସଂଘର ସଂସ୍ଥା ଓ ଏହାର ଅଧିକାରୀମାନେ ଓଡ଼ିଶାର ପଦକ୍ଷେପକୁ ବାଃ ବାଃ କରିଛନ୍ତି।

ଓଡ଼ିଶାକୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ ଅନୁକରଣ କରୁଛନ୍ତି। ଓଡ଼ିଶା ମଡେଲକୁ ଆପଣାଇ ଦେଶର ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀ ବିପର୍ଯ୍ୟୟ ପରିଚାଳନା ପାଇଁ ପାଠ ପଢ଼ିବା ସହ ପ୍ରଶିକ୍ଷଣ ନେଇଛନ୍ତି।

Cyclone Threat To Odisha Cyclone In Odisha Super Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ