Advertisment

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ SRCଙ୍କ ଗୁରୁତ୍ୱ

ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି।

Shelter Center

Shelter Center

Advertisment

ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱରେ ରହିବେ ମହିଳା। ଏନେଇ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC। ଲୋକଙ୍କୁ ଯେଭଳି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ତାଉପରେ ଗୁରୁତ୍ୱ ଦେବା ସହ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ରିଲିଫ ସେଣ୍ଟର ପାଇଁ ଟିମ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ରହିବେ ୨ ପୁରୁଷ ଓ ଜଣେ ମହିଳା। ଆଶା ଦିଦି, ଶିକ୍ଷୟିତ୍ରୀ ମଧ୍ୟ ରିଲିଫ୍ ସେଣ୍ଟରରେ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି SRC। ସେହିପରି କନଷ୍ଟେବଲ କିମ୍ବା ମହିଳା ହୋମ୍ ଗାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି SRC।

Advertisment

ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ସଜାଗ କଳ-ବଳ ସହ କୌଶଳ। ସମସ୍ତଙ୍କୁ ପ୍ରଶିକ୍ଷଣ ପରେ ସାଜ-ସରଞ୍ଜାମ ଧରି ପହଞ୍ଚିଲେଣି ଅଗ୍ନିଶମ-NDRF- ଓଡ୍ରାଫ୍ ଟିମ। ୪୫୦ ଅଧିକାରୀ ଓ ୬୦ ଅଗ୍ନିଶମ ଗାଡ଼ି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ। ଗଛ, କଂକ୍ରିଟ ଓ ଲୁହା କାଟିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଧରି ରହିଛି। 40ଟି ପାୱାର ବ୍ୟାଗ ସହ ରହିଛି ପ୍ଲାଜମା କଟର। ଆଡ଼ଭାନ୍ସ ରେସକ୍ୟୁ ଟେଣ୍ଡର ଭଳି ଅତ୍ୟାଧୁନିକ ଗାଡି ଏବଂ ଅତ୍ୟାଧୁନିକ ଲାଇଟ ସିଷ୍ଟମ ରହିଥିବା କହିଛନ୍ତି ଅଗ୍ନିଶମ ଡିଜି।

ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି। ଏଥିପୂର୍ବରୁ 40 ରବର୍ ବୋଟ୍ ମଧ୍ୟ ପ୍ରସ୍ତୁତ ଅଛି, ODRF ଟିମ୍ ଜିଲ୍ଲା ଗୁଡିକରେ ପହଞ୍ଚି ସାରିଥିବାବେଳେ 20 NDRF ଟିମ ଭଟିଣ୍ଡାରୁ ଆସୁଛନ୍ତି। କେନ୍ଦ୍ର ସରକାର ଦେଇଥିବା ହେଲିକେପଟର ମଧ୍ୟ ଆଜି ପହଂଚିବ।

Advertisment

ତେବେ ସେଇ ଅନୁମାନ, ସମାନ ଆକଳନ .. ଗଭୀର ସମୁଦ୍ରରେ ବଳୁଆ ହେଉଛି ସାଇକ୍ଲୋନ୍ । ପାରାଦୀପଠୁ ପ୍ରାୟ ୭ ଶହ କିମି ଦୂର କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ଦାନା । ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରିଛି, କାଲି ବାତ୍ୟା ରୂପ ନେଇଯିବ । ସାଇକ୍ଲୋନର ସମ୍ଭାବ୍ୟ ଗତିପଥକୁ ଦେଖାଇ ଆଜି ପୁଣି ଆଇଏମଡି ଡିଜି କହିଛନ୍ତି- ଭୀଷଣ ବାତ୍ୟା ୨୪ ରାତି ଓ ୨୫ ପାହାନ୍ତା ଭିତରେ ହିଁ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଉପକୂଳ ପାର୍ କରିବ ।

ସେତେବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ । ତେବେ ବାତ୍ୟା ବେଶୀ କୋପ ଦେଖାଇବ ଉତ୍ତର ଓଡ଼ିଶାରେ । ସେଠି ଘାଇଁ ଘାଇଁ ପବନ ସାଙ୍ଗକୁ ପ୍ରବଳ ବର୍ଷାର ରହିଛି ଆଶଙ୍କା । ଏଣେ ବାତ୍ୟାର ଗତିପଥ ଓ ପ୍ରକୋପ ଏକ ପ୍ରକାର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି ମୁକାବିଲା ତୟାରି ।

Advertisment
Cyclone Update High Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ