Advertisment

FM College Girl’s Self-Immolation Bid: ଅଭିଯୁକ୍ତ HODଙ୍କୁ ଘଣ୍ଟ ଘୋଡ଼ାଇବାକୁ କରିଥିଲେ କି ଫନ୍ଦି ?

ଡିପାର୍ଟମେଣ୍ଟ HODଙ୍କ ବିରୋଧରେ ପୀଡ଼ିତା ଯୌନ ନିର୍ଯାତନା ଭଳି ସଂଗୀନ ଆରୋପ ଆଣିଥିଲେ ବି କେମିତି ହାଲୁକା ଭାବେ ନେଇଥିଲେ କଲେଜ୍ କର୍ତ୍ତୃପକ୍ଷ?

Why No Action Taken

Why No Action Taken After Victim's Complaint?

Advertisment

ଭୁବନେଶ୍ୱର; ଗତ ଶନିବାର ନିଜ କଲେଜ କ୍ୟାମ୍ପସରେ ଆତ୍ମାହୂତି ଭଳି ଚରମ ନିଷ୍ପତ୍ତି ନେବାର ୧୦ଦିନ ଆଗରୁ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ଏଫଏମ୍ କଲେଜ ପୀଡ଼ିତା। ସେତେବେଳେ ସେ ସ୍ପଷ୍ଟ ଭାବେ କହିଥିଲେ ତାଙ୍କୁ ଏକାକୀ ଦେଖି ଡିପାର୍ଟମେଣ୍ଟ HOD ସମୀର ସାହୁ ତାଙ୍କୁ ଫେଭର ମାଗିଥିଲେ। ଆଉ ଫେଭର କଣ ବୋଲି ପଚାରିବାରୁ ତୁମେ ଛୋଟ ପିଲା ନୁହେଁ ବୋଲି ସାର୍ କହିଥିଲେ ।
 

Advertisment

ଗତ ୧ ତାରିଖ ଦିନ କଲେଜ ଇଣ୍ଟରନାଲ୍ କଂପ୍ଳାଣ୍ଟ କମିଟି ବା ଆଇସିସିକୁ ସେ ଲେଖିଥିବା ଏହି ଚିଠି ଉପରେ। ଯେଉଁଥିରେ ପୀଡ଼ିତା ସ୍ପଷ୍ଟ ଭାବେ ଲେଖିଥିଲେ- ଡିପାର୍ଟମେଣ୍ଟ ଏଚଓଡି ସମୀର ସାହୁ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ବ୍ୟାକ୍ ଲଗାଇବାର ଧମକ ଦେଉଛନ୍ତି। ଅସଦାଚାରଣ କରୁଛନ୍ତି ଓ ବ୍ୟକ୍ତିଗତ ମାମଲାରେ ଘର ଲୋକଙ୍କୁ ଜଣାଇବା ସହ ଶାରୀରିକ ସଂପର୍କର ବି ଆଶା ରଖୁଛନ୍ତି। ଯଦି କଲେଜ୍ କର୍ତ୍ତୃପକ୍ଷ ତାଙ୍କୁ ନ୍ୟାୟ ନଦିଅନ୍ତି ତାହାଲେ ସେ ଆତ୍ମହତ୍ୟା କରିବେ ଓ ସେଥିପାଇଁ ସମୀର ସାହୁ ଦାୟୀ ରହିବେ ବୋଲି ଉଲ୍ଲେଖ କରିଥିଲେ। ଖାଲି ସେତିକି ନୁହେଁ ଅଭିଯୁକ୍ତ ଅଧ୍ୟାପକ ନିଜ ଦୋଷକୁ ଘୋଡ଼ାଇବାକୁ ଓ ପୀଡ଼ିତାଙ୍କୁ ଅପମାନିତ କରିବାକୁ ବି ପଛାଉନଥିଲେ। କ୍ଲାସ୍ ରେ ଅନୁପସ୍ଥିତ ରହିବା କାରଣ ଦର୍ଶାଇ ପୀଡ଼ିତାଙ୍କୁ କ୍ଲାସରୁମ୍ ବାହାରେ ଛିଡ଼ା କରାଉଥିଲେ। ପୀଡ଼ିତାଙ୍କ ବିରୋଧରେ ସିନିୟର ଓ ଜୁନିୟର ପିଲାଙ୍କୁ ମେଳି କରାଇ ଦସ୍ତଖତ ଅଭିଯାନ କରି ପ୍ରିନସିପାଲଙ୍କୁ ଦେଇଥିଲେ। 

ଏଠି ପ୍ରଶ୍ନ- ପୀଡ଼ିତା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଏତେ ସବୁ ସଂଗୀନ ଅଭିଯୋଗ ଆଣିଥିଲେ, ଆଇସିସିକୁ ଲିଖିତ ଭାବେ ଜଣାଇଥିଲେ। ତା ସତ୍ତ୍ବେ କଲେଜ କର୍ତ୍ତୃପକ୍ଷ ଘଟଣାକୁ ହାଲୁକା ଭାବେ ନେଲେ କେମିତି ? ଏମିତିକି ଗତ ଶନିବାର ଦିନ ଚରମ ନିଷ୍ପତ୍ତି ନେବା ଆଗରୁ ପ୍ରିନସିପାଲ୍ଙ୍କ ରୁମରେ ଖୋଦ୍ ପୋଲିସ୍ ଉପସ୍ଥିତିରେ ନିଜେ ପୀଡ଼ିତା ସବୁ ଅଭିଯୋଗ ଉପସ୍ଥାପନ କରିଥିଲେ। ହେଲେ ପ୍ରିନସିପାଲ୍ ପାଲଟା ପୀଡ଼ିତାଙ୍କ ଉପରେ ସବୁ ଦୋଷ ଲଦି ସେ କଲେଜକୁ ବଦନାମ କରିବାକୁ ଚାହୁଁଥିବା କହିଥିଲେ ଓ କ୍ଷମା ମାଗିବାକୁ ବି ଚାପ ପକାଇଥିଲେ। ଯାହାର କିଛି କ୍ଷଣ ପରେ ହଠାତ୍ ପୀଡ଼ିତା ସେ ରୁମ୍ ରୁ ବାହାରି ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ହେଲେ ତାପରେ ବି ପ୍ରିନସିପାଲ୍ ଅତି କାଜୁଆଲ୍ ଢଙ୍ଗରେ ଗଣମାଧ୍ୟମକୁ ରଖିଥିଲେ ପ୍ରତ୍ରିକ୍ରିୟା। ଯାହାକୁ ଅତି ଗମ୍ଭୀର ଭାବେ ନେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଇସିସି ରିପୋର୍ଟରେ କେବଳ ସମୀର ସାହୁଙ୍କ ଗୁଣଗାନ କରାଯାଇଥିବାର ଆରୋପ ଲଗାଇଛନ୍ତି।

Advertisment

ପୀଡ଼ିତାଙ୍କ ଚରମ ନିଷ୍ପତ୍ତି ପଛରେ କାହାର ଦୋଷ ? ଏସବୁର ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚ ଗ୍ରାଉଣ୍ଡ ଜିରୋରେ ଚଳାଇଛି ତନାଘନା। କ୍ରାଇବ୍ରାଞ୍ଚ DSP ଇମନ କଲ୍ୟାଣୀ ନାଏକ ଆଜି ବି ତନାଘନା କରିଥିବାବେଳେ ଖୁବଶୀଘ୍ର ସେ ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ଏବେ ଦେଖିବାର କଥା ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ତଦନ୍ତରୁ କିଏ ପ୍ରକୃତ ଦୋଷୀ। 

Odisha News Odisha Crime News Balesore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ