Advertisment

Suicide: ଚାଷ ପାଇଁ ଋଣ ଆଣିଥିଲେ, ଶୁଝିନପାରି କୀଟନାଶକ ପିଇଦେଲେ

ପରିବାର ଲୋକେ ଜାଣିବା ପରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରିକି ମୃତ୍ୟବରଣ କରିବା ଦିନ ମଧ୍ୟ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଆସି ତାଙ୍କ ଘର ବାରଣ୍ଡାରେ ବସିବାରୁ ପଡ଼ୋଶୀ ମାନେ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି କିସ୍ତି ପୈଠ କରିଥିବା କହିଛନ୍ତି।

ଅଦ୍ୟତନ ହୋଇଛି
ଋଣଜାଲରେ ଚାଷୀ

ଋଣଜାଲରେ ଚାଷୀ

Advertisment

ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା ଏବେ ପାଲଟିଛି ମୃତ୍ୟୁର ସୌଦାଗର। ଲୋଭରେ ଋଣ କରି ଶୁଝି ନପାରି ଜୀବନ ହାରୁଛନ୍ତି ଲୋକେ। କିଛି ଦିନ ଭିତରେ ଜଣକର ଜୀବନ ଯାଇଥିବା ବେଳେ ଅନ୍ୟ କେତେଜଣ ଏବେ ମେଡିକାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ତେବେ କାହିଁକି ଏଭଳି ପରିସ୍ଥିତି ଉପୁଜୁଛି ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ ।

Advertisment

ଆନନ୍ଦପୁର ଥାନା ଅଧିନ ଶିବନାରାୟଣପୁର ଗ୍ରାମରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାକୁ ବସିଛି ଘରୋଇ ସଂସ୍ଥାର ଗ୍ରୁପ ଋଣ। କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଶିବନାରାୟଣପୁର ଗ୍ରାମ। ଗ୍ରାମରେ ୯୦ଭାଗ ଲୋକ ପନିପରିବା ଚାଷ ଉପରେ ନିର୍ଭରଶୀଳ। ଏହି ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ଗ୍ରୁପରୁ ଋଣ ଆଣିଥାନ୍ତି ଏଠାକାର ବାସିନ୍ଦା । ଗ୍ରାମର ଗିରିଧାରୀ ଦାସ ଜଣେ କ୍ଷୁଦ୍ର ଚାଷୀ ହୋଇଥିବ ବେଳେ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଚାଷ ପାଇଁ ତାଙ୍କ ପତ୍ନୀ କୁନ୍ତଳା ଦାସ ଗ୍ରୁପ୍ ଋଣ ଆଣି ସ୍ବାମୀଙ୍କୁ ଦେଇଥାନ୍ତି। ଚାଷରୁ ଯାହା ଆୟ ହୁଏ ସେଥିରେ ଋଣ ଟଙ୍କା ପରିଶୋଧ କରିଥାନ୍ତି।

ମହିଳା ଜଣଙ୍କ ଦୁଇଟି ଗ୍ରୁପ ରୁ ୧ଲକ୍ଷ ୪୦ହଜାର ଟଙ୍କା ଋଣ ଆଣି ଚାଷବାସ କରିଥିଲେ। କିନ୍ତୁ ଚଳିତ ବର୍ଷ ପନିପରିବା ଦର ନରହିବାରୁ ଚାଷରେ ବହୁତ କ୍ଷତିର ସମ୍ମୁଖୀନ ହେଲେ। ଫଳରେ ଋଣ ଟଙ୍କା ପରିଶୋଧ କରିବାରେ ନାନା ସମସ୍ୟା ଦେଖା ଦେବାରୁ ସାହି ପଡିଶା ଲୋକଙ୍କ ଠାରୁ ଧାର କରଜ କରି ଋଣ ଶୁଝୁଥିଲେ। କିନ୍ତୁ ଗୋଟିଏ ପଟେ ସାହି ପଡିଶାଙ୍କ ପଇସା ଶୁଝି ନଥିବା ବେଳେ ଗ୍ରୁପ ଋଣ ବାଲା ବାରମ୍ଵାର ଘରକୁ ଆସି ତାଗିଦା କରିବାରୁ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଏଭଳି ପରିସ୍ଥିତିରେ ଘରେ ଚାଷ ପାଇଁ ଥିବା କୀଟନାଶକ ପିଇ ଦେଇଥିଲେ।

Advertisment

ପରିବାର ଲୋକେ ଜାଣିବା ପରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରିକି ମୃତ୍ୟବରଣ କରିବା ଦିନ ମଧ୍ୟ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଆସି ତାଙ୍କ ଘର ବାରଣ୍ଡାରେ ବସିବାରୁ ପଡ଼ୋଶୀ ମାନେ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି କିସ୍ତି ପୈଠ କରିଥିବା କହିଛନ୍ତି।

ସେହିପରି ଅନ୍ୟ ଜଣେ ମହିଳା ଗ୍ରୁପ ଋଣ ଟଙ୍କା ପରିଶୋଧ କରି ନପାରି ଘରେ ଅଶାନ୍ତି ହେବାରୁ ତାଙ୍କ ସ୍ବାମୀ ଗତକାଲି ଘରେ ଥିବା କୀଟନାଶକ ପିଇ ଦେଇଛନ୍ତି। ତାଙ୍କୁ ମଧ୍ୟ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘରୋଇ ଫାଇନାନ୍ସ ସଂସ୍ଥାର ଋଣ ଆଦାୟ ଜୁଲମ ମହିଳା ମାନଙ୍କୁ ମାନସିକ ଆଘାତ ଦେଉଥିବା ବେଳେ ଅନେକ ପରିବାରରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଋଣ ଲଗାଣକାରୀ ସଂସ୍ଥା ଗୁଡ଼ିକ ଗ୍ରାହକଙ୍କୁ ଟଙ୍କା ଦେଲା ବେଳେ ସେମାନଙ୍କ ଆର୍ଥିକ ସ୍ଥିତି ଦେଖୁନଥିବା ବେଳେ ଟଙ୍କା ଆଦାୟ ସମୟରେ ସେମାନଙ୍କ ସୁବିଧା ଅସୁବିଧା ଦେଖୁ ନଥିବାରୁ ଏପରି ଘଟଣା ଘଟୁଛି ବୋଲି ଅଭିଯୋଗ ହୋଇଛି । ସରକାର ଏନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Advertisment

ଋଣ ଅପବାଦରୁ ବଞ୍ଚିବାକୁ ଜୀବନ ହାରୁଥିବା ମହିଳାମାନଙ୍କ ମାନସିକ ସ୍ଥିତିରେ ସୁଧାର ଆଣିବା ସହିତ ଋଣ ଦେଉଥିବା ସଂସ୍ଥାର ସଠିକ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।

(ରିପୋର୍ଟ- ମୁନା ସିଂ, ଆନନ୍ଦପୁର)

Pesticides Farm Loan Farmer Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ