Advertisment

Special Story: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ

ବଡ଼ମ୍ୱାର ପ୍ରସିଦ୍ଧ ବାବା କପିଳେଶ୍ୱରଙ୍କ ମନ୍ଦିର। ଏହି ମନ୍ଦିର ପଛରେ ରହିଛି ଏକ ରୋଚକ କାହାଣୀ। ବାବାଙ୍କ ଲିଙ୍ଗ ସ୍ଥାପନ ପାଇଁ ହୋଇଥିଲା ଯୁଦ୍ଧ। ଆଉ ଶେଷରେ ବାବାଙ୍କ ମନ୍ଦିର ଏଠାରେ ହିଁ ତିଆରି ହୋଇଥିଲା। ତେବେ କଣ ଏହି କାହାଣୀ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Baba Kapileswara

Baba Kapileswara

Advertisment

ବଡ଼ମ୍ବା ହାଟଠାରୁ ମାତ୍ର ୨ କିମି ଦକ୍ଷିଣ ତଥା ମହାନଦୀ ଅବବାହିକା ଦିଗରେ ଗଲେ ପଡେ ଏହି ପ୍ରସିଦ୍ଧ ବାବା କପିଳେଶ୍ୱରଙ୍କ ମନ୍ଦିର । ପ୍ରଭୁ କପିଳେଶ୍ଵରଙ୍କର ଆସ୍ଥାନ ନଦେଖିଲେ ବିଶ୍ୱାସ କରିହେବ ନାହିଁ। କାରଣ ଏଠାରେ ବାବା ଏକ କୂଅ ଅବା ବାମ୍ଫି ସଦୃଶ ସ୍ଥାନରେ ବର୍ଷ ତମାମ ଜଳମଗ୍ନ ଅବସ୍ଥାରେ ପୂଜା ପାଇଥାନ୍ତି। ତେବେ ଏହା ପଛରେ ରହିଛି ଏକ ରୋଚକ ଇତିହାସ।

Advertisment

ପ୍ରତ୍ୟେକ ଦିନ ଏହି ସ୍ଥାନକୁ ଚାଲିଆସେ ରାଜାଙ୍କ କାଳୀ ଗାଈ। ପହ୍ନାରୁ ଧାର ଧାର ଝରିପଡେ କ୍ଷୀର। ଏହି ସ୍ଥାନରେ ଯେ ଦେବ ଦେବ ମହାଦେବଙ୍କ ବାସ କରୁଛନ୍ତି ତାହା ପ୍ରଚାର ହୋଇଯାଏ । ଭୋଳା ବାବାଙ୍କ ଲିଙ୍ଗକୁ ଚୋରାଇବାକୁ ଚେଷ୍ଟା କରାଯାଏ। ଯାହା ପାଇଁ ହୁଏ ଯୁଦ୍ଧ, ଆଉ ଶେଷରେ ତିଆରି ହୁଏ ଦିବ୍ୟ ମନ୍ଦିର।

ପରବର୍ତ୍ତୀ ସମୟରେ ନଈ ପାର ହୋଇ ଆସି ଦୁଗ୍ଧ ଦେଉଥିବା ଗାଈଟିର ନାମ କପିଳା ଏବଂ ତା ନାମ ଅନୁସାରେ ମନ୍ଦିରର ନାମ କପିଳେଶ୍ଵର ମନ୍ଦିର ରଖାଗଲା। ଯେହେତୁ ଶିବଲିଙ୍ଗଟି ପ୍ରାୟ ୧୫ ଫୁଟ ତଳକୁ ଦବି ଯାଇଥିଲେ ବର୍ଷତମାମ ଶିବଲିଙ୍ଗ ଜଳମଗ୍ନ ହୋଇ ରହୁଥିଲେ। ପରେ ୧୯୪୦ ମସିହା ପରେ ଏହି ମାଟିର କୂଅଟିକୁ ବଡ଼ମ୍ବାର ତତ୍କାଳୀନ ରାଜା ନାରାୟଣ ଚନ୍ଦ୍ର ବୀରବର ମଙ୍ଗରାଜ ମହାପାତ୍ର କୂଅରେ ପଥର ଖଚିତ କରିଥିଲେ।

Advertisment

ବର୍ଷରେ ଦୁଇଥର କାର୍ତ୍ତିକ ପୂର୍ଣ୍ଣମୀ ଏବଂ ବୈଶାଖ ପୂର୍ଣ୍ଣମୀ ମହାପ୍ରଭୁଙ୍କ ପ୍ରମୁଖ ପର୍ବ ପାଳନ କରାଯାଏ। ଏବଂ କୂଅପାଣିକୁ ତେଣ୍ଡା ମାଧ୍ୟମରେ ଖାଲି କରାଯାଇ ପାଖରେ ଥିବା ବାଇଆ କୂଅରେ ମିଶେ। ଲୋକକଥା ଅନୁସାରେ ଯଦି କୌଣସି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବା ତା ପରିବାର ମାନସିକ କରି ସେହି ପାଣିରେ ସ୍ନାନ କରେ ତେବେ ସେ ସୁସ୍ଥ ହୋଇଯାଏ ।

ତେବେ ଅଲୌକିକ ଶକ୍ତି ଆଧାରିତ ଏହି କପିଳେଶ୍ଵର ମନ୍ଦିରର ଯେତିକି ଉନ୍ନତିକରଣ କରିବା କଥା ସେଭଳି କୌଣସି ପ୍ରକାର କାର୍ଯ୍ୟ ହୋଇପାରିନି। କେବଳ ଦୁଇଟି ବିଶ୍ରାମ କକ୍ଷ ଏବଂ କପିଳେଶ୍ଵରଙ୍କ ଚାରିପାଖ ପାଚେରୀ ଛଡା ଅନ୍ୟ କୌଣସି ଜିନିଷ ହୋଇନାହିଁ। ଫଳରେ ବହୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହି କ୍ଷେତ୍ରଟିକୁ ପର୍ଯ୍ୟଟନ ବିଭାଗ ହାତକୁ ନେଇ ଏହାର ବିକାଶ କରିବା ପାଇଁ ବୁଦ୍ଧିଜୀବି ଓ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ଦାବି ହୋଇଛି।

Advertisment

Tourist Place
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ