Advertisment

ବାର୍ ମାଲିକଙ୍କୁ କଡ଼ା ଚେତାବନୀ; ନିୟମ ନ ମାନିଲେ ବାତିଲ୍ ହେବ ଲାଇସେନ୍ସ

ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା।

ଅଦ୍ୟତନ ହୋଇଛି
Bar License

Bar License

Advertisment

ବାର୍ ମାଲିକଙ୍କୁ ଅବକାରୀ ବିଭାଗର ଚେତାବନୀ। ନିୟମ ଉଲଙ୍ଘନ କଲେ ନିଆ ଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ରଦ୍ଦ ହେବ ବାର୍ ଲାଇସେନ୍ସ। ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୁଇଟି ବାର୍ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ସେହି ବାର୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଫାଇନ୍ ଇମ୍ପୋଜ କରାଯିବ।

Advertisment

ଚେକିଂ ସମୟରେ ଏକ ବାରରେ ଅବକାରୀ ଅଧୀକ୍ଷକଙ୍କୁ ଜଣେ ବାର୍ ମାଲିକ ଅସଦାଚରଣ କରିଥିଲେ। ତାଙ୍କୁ ଗିରଫ କରାଯିବା ସହ ସୋ କଜ୍ ନୋଟିସ୍ ମଗାଯାଇଛି। ସବୁ ବାରକୁ ଦିଆଯାଇଛି ଚେତାବନୀ। ସମସ୍ତେ ନିୟମ ମାନିବାକୁ ବାଧ୍ୟ। ଯିଏ ମହିଳା ମାନଙ୍କୁ ଅସଦାଚରଣ କରିବେ ତାଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ କମିଶନର କହିଛନ୍ତି।

ଶନିବାର ରାତି ପ୍ରାୟ ୧ ଟା ୪୦। ଭୁବନେଶ୍ୱର ଅବକାରୀ ବିଭାଗ କର୍ମଚାରୀ ଅତର୍କିତ ଭାବେ ପଶିଲେ ରାଜଧାନୀରେ ଥିବା ବାର ଓ ପବ୍ ଭିତରେ। ଆଉ ସେଠି ଚାଲିଥିଲା ପାର୍ଟି, ମ୍ୟୁଜିକ। ଆଉ ତାସହ ନିଶାସକ୍ତ ଯୁବ ପୀଢି। ଏମିତିକି ଜୟଦେବ ବିହାର ପାଖରେ ଥିବା ଏକ ବାରରେ ଏତେ ସଂଖ୍ୟାକ ଗହଳି ଦେଖି ପୋଲିସ ଡାକିବାକୁ ବାଧ୍ୟ ହୋଇଥିଲା ଅବକାରୀ ବିଭାଗ।

Advertisment

ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳର ଏହି ପବରେ ରାତି ୧ ଟା ୪୦ ବେଳେ ଭର୍ତ୍ତି ଲୋକ। ଏହିଭଳି ଏକାଧିକ ବାର ଓ ପବ ନିୟମର ଧଜିଆ ଉଡାଇବା ଦେଖି ଚେତାବନୀ ଦେଇଛି ବିଭାଗ। ତେଣେ କଟକ ରୋଡରେ ଥିବା ଏକ ବାର୍ ସହ ଅନ୍ୟ ଏକ ବାର ସମସ୍ତ ନିୟମ ଖିଲାପ କରିବା ପ୍ରମାଣ ପାଇବା ପରେ ବାର ଲାଇସେନ୍ସ ବାତିଲ ପାଇଁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନର।

ସେପଟେ ବାର୍‌ରେ ନିୟୋଜିତ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗରେ ବାର ମାଲିକଙ୍କୁ କଡା ଚେତାବନୀ ଦେଇଛନ୍ତି କମିଶନର। ଏଭଳି କାମ କରୁଥିବା ପ୍ରମାଣ ପାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବାର ଲାଇସେନ୍ସ ବାତିଲ କରାଯିବ ବୋଲି କହିଛନ୍ତି ଅବକାରୀ କମିଶନର। ତେଣେ ଅବକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ବାର ମାଲିକ ସଂଘ ସ୍ୱାଗତ କରିଛି। ହେଲେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ସେଭଳି ବେପାର ହେଉନଥିବା କହିଛନ୍ତି ବାର ମାଲିକ।

Advertisment

ରାଜଧାନୀରେ ୧୭ଟି ଡ୍ୟାନ୍ସ ବାର ଥିବା ବେଳେ ୭୬ଟି ରହିଛି ରେଷ୍ଟୁରାଣ୍ଟ ଅନ ସପ। ଯେଉଁଥିରୁ ଏକାଧିକ ରେଷ୍ଟୁରାଣ୍ଟରେ ଚାଲିଛି ପବ କଲଚର। ସେହିଭଳି ୩ ଟି କ୍ଲବ ମଧ୍ୟରୁ ଏବେ ଦୁଇଟି କ୍ଲବ ଚାଲିଛି ଭୁବନେଶ୍ୱରରେ। ସେହିଭଳି ୫୫ଟି ହୋଟଲେ ମଧ୍ୟରେ ଚାଲିଛି ବାର।

Cancelation Of Bar License
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ