Advertisment

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍, ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ଆୟୋଜିତ ହେଲା ୧୦ ହଜାରରୁ ଅଧିକ ସ୍ୱାଗତ ପଦଯାତ୍ରା । ସ୍ୱାଗତ ପଦଯାତ୍ରା'ରେ ସାମିଲ ହେଲେ ହଜାର ହଜାର ମହିଳା। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ ।

ଅଦ୍ୟତନ ହୋଇଛି
undefined

Subhadra Yojana

Advertisment

ସାରା ରାଜ୍ୟରେ ଏବେ 'ସୁଭଦ୍ରା' ମାନିଆ। ଦିନକ ପରେ ଖୋଦ୍ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ। ଯୋଜନା ଲଂଚ୍ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆଜି ଆୟୋଜିତ ହୋଇଛି ସୁଭଦ୍ରା ସ୍ୱାଗତ ପଦଯାତ୍ରା। ସେପଟେ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଏ ଲେଖାଏଁ ପଠାଯାଇଛି। ଏଣେ ସୁଭଦ୍ରା ଲାଗି ଏବେ ସୁଦ୍ଧା ପଞ୍ଜୀକରଣ କରିସାରିଲେଣି ପ୍ରାୟ ୬୦ ଲକ୍ଷ ମହିଳା। 

Advertisment

୪୮ ଘଣ୍ଟାରୁ ବି କମ୍ ସମୟ। ଶୁଭାରମ୍ଭ ହେବାକୁ ଯାଉଛି ସୁଭଦ୍ରା। ଆଉ ଉପକୂଳରୁ ଉପାନ୍ତ, ସବୁଠି ଏବେ ଏହି ଯୋଜନାର କ୍ରେଜ୍। ଗୋଟିଏ ଚର୍ଚ୍ଚା, ଗୋଟିଏ ଆଲୋଚନା- ସୁଭଦ୍ରା। ଦିନକ ପରେ ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ପାଇବେ ୫-୫ ହଜାର ଟଙ୍କା। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର। ତାସହିତ ମୋବାଇଲକୁ ଆସିଥିଲା ଏଭଳି କନଫର୍ମେସନ ମେସେଜ୍।
ଏହାକୁ ଦେଖିବା ପରେ ମହିଳାମାନେ ଖୁସି ପ୍ରକାଶ କରିବା ସହିତ ମଙ୍ଗଳବାର ନିଶ୍ଚିତ ଭାବେପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି କହିଛନ୍ତି।

ଏଣେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଲଞ୍ଚିଂ ପୂର୍ବରୁ ଗାଁଠୁ ସହର ସବୁଠି ଆଜି ବାହାରିଥିଲା ସୁଭଦ୍ରା ସ୍ବାଗତ ପଦଯାତ୍ରା। ସୁନ୍ଦରଗଡ଼ରୁ ନୟାଗଡ଼, କନ୍ଧମାଳରୁ ବାଲେଶ୍ବର ରାଜ୍ୟର କୋଣ ଅନୁକୋଣରେ ଏଭଳି ପ୍ରାୟ ୧୦ ହଜାର ପଦଯାତ୍ରାର ଆୟୋଜନ କରାଯାଇ ଦିଆଯାଇଛି ସଚେତନତା ବାର୍ତ୍ତା। ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ପଦଯାତ୍ରାକୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଭୁବନେଶ୍ବର ସାଂସଦ ଓ ମେୟର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Advertisment

ଏହା ମାଷ୍ଟର କ୍ୟାଣ୍ଟିନ୍ ନିକଟ ମା ଗିରିଦୁର୍ଗାଙ୍କ ମନ୍ଦିରରୁ ବାହାରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମା ରମାଦାବୀଙ୍କ ପ୍ରତିମୂର୍ତ୍ତିଠାରେ ଶେଷ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କୋଟିଏ ମାଆମାନଙ୍କୁ ଗୋଟିଏ ପ୍ରୋଗ୍ରାମରେ ଯୋଡ଼ିବାର ସଫଳତା କେବଳ ମୋହନ ସରକାରରେ ସମ୍ଭବ ହୋଇପାରିଛି। ମହିଳାଙ୍କ ନେତୃତ୍ବରେ ବିକାଶ ଲାଗି ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ୱପ୍ନ ଅଛି ତାହା ସୁଭଦ୍ରା ଯୋଜନାରେ ସଫଳ ହେବ। ଏଯାଏଁ ୬୦ ଲକ୍ଷ ମହିଳା ଏହି ଯୋଜନାରେ ପଞ୍ଜୀକରଣ କରିସାରିଥିବା ସେ ସୂଚନା ଦେଇଛନ୍ତି। ସେପଟେ ପଦଯାତ୍ରା ବେଳେ ଯୋଜନାକୁ ନେଇ ଦେଖିବାକୁ ମିଳିଥିଲା ରାଜନୈତିକ ବୟାନବାଜି।

ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ଭୁବନେଶ୍ବର ଜନତା ମଇଦାନରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ପୋଲିସ୍ ଡିଜି ପହଞ୍ଚି ସଭାସ୍ଥଳ କାର୍ଯ୍ୟର ତଦାରଖ କରିଛନ୍ତି।

Advertisment

Odisha Govt Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ