Advertisment

Ratnabhandar Repair Work: ରାତି ପାହିଲେ ରତ୍ନଭଣ୍ଡାର ମରାମତି କାମ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଅଦ୍ୟତନ ହୋଇଛି
ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି

ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି

Advertisment

ରାତି ପାହିଲେ ଆରମ୍ଭ ହେବ ବହୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟିବ। ଦ୍ୱିପହର ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଦିନ ପ୍ରାୟ ୧୨ଟା ୩୦ ବା ୧ଟାରୁ ଆରମ୍ଭ ହେବ ମରାମତି। ପାଞ୍ଚଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ। ତେବେ ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କରାଯିବ। ସେପଟେ ପହିଲି ଭୋଗ ନୀତି ଆରମ୍ଭରୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବକ ଭିତରେ ସମନ୍ବୟ ଦେଖିବାକୁ ମିଳିଛି। ଭକ୍ତ ଭାବର ସହ ଅପେକ୍ଷା କରିଛନ୍ତି ରତ୍ନଭଣ୍ଡାରର ମରାମତି ଶେଷ କରିବା ପାଇଁ।

Advertisment

ସେପ୍ଟେମ୍ବର ୨୧ ଓ ୨୨ରେ NGRI ଓ ଏ ଏସ ଆଇ ପକ୍ଷରୁ କରାଯାଇଥିବା ଜି ପି ଆର ସର୍ଭେ ରିପୋର୍ଟ ଆଧାରରେ ଅଭିଜ୍ଞ ଶିଳ୍ପୀଙ୍କ ଦ୍ବାରା ମରାମତି କରାଯିବ। ଏ ଏସ୍ ଆଇର ସଂରକ୍ଷଣ, ରସାୟନିକ ବିଭାଗ ଆଦିର ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ମରାମତି କରାଯିଵ। ରତ୍ନଭଣ୍ଡାର ମରାମତି ସମୟରେ କେବଳ ପରିଚୟ ପତ୍ର ପାଇଥିବା ବ୍ୟକ୍ତି ବିଶେଷ ଯାଇପାରିବେ । ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହି କାର୍ଯ୍ୟ କରିବେ l ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ପ୍ରତିଦିନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ରତ୍ନଭଣ୍ଡାରର ମରାମତି କରାଯିବ ବୋଲି କହିଛନ୍ତି ପୁରୀ ଏସ୍ ପି ।

ରତ୍ନଭଣ୍ଡାର ମରାମତି ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବାହାର କାଠ ନିକଟରୁ କରାଯିବ l ଦ୍ୱାରଫିଟା ରାତ୍ର ୨ଟା ସମୟରେ କରାଯିବ ଓ ପରବର୍ତ୍ତୀ ନୀତିକାନ୍ତି ପହିଲି ଭୋଗ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ ସଠିକ ସମୟରେ ସରିବା ପରେ ପ୍ରାୟ ଦିନ ୧୨ଟା ୩୦ବା ୧ଟାରୁ ମରାମତି କରାଯିବ । ସରକାର ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ଏବଂ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବା ସ୍ବାଗତ ଯୋଗ୍ୟ । କିନ୍ତୁ ଦୀର୍ଘ ଦିନ ଧରି ମରାମତି କରାଯିବ । ତେଣୁ ବାହାର କାଠ ଦର୍ଶନ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇ ରାମ୍ପ ବ୍ୟବସ୍ଥା କଲେ ବାହାର କାଠ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ବରିଷ୍ଠ ସେବାୟତ ଗଣେଶ ମହାସୁଆର ଓ ବିନାୟକ ଦାସମହାପାତ୍ର କହିଛନ୍ତି।

Advertisment

ସେପଟେ ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ। ଗୋପାଳ ବଲ୍ଲଭ ପରେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି କରାଯାଇଛି ପ୍ରଥମ ଦିନରେ। କାଉ କା କହିବା ପୂର୍ବରୁ ପହିଲି ଭୋଗ ନୀତି ସମ୍ପନ୍ନ ହେବା ପରମ୍ପରା ରହିଛି। ମା ଯଶୋଦା ତାଙ୍କ ଅଲିଅଳ ପୁଅ ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରକାର ପିଠା ଖୁଆଇଥାନ୍ତି, ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପହିଲି ଭୋଗ କରାଯାଉଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ ଶରତ ମହାନ୍ତି ।

Puri Srimandir Jagannath Temple Puri Jaggannth Temple Repair Work Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ