Advertisment

ସିମ୍ପାଞ୍ଜି ଖୋଜୁଛି ତାତିରୁ ମୁକ୍ତି, ମହାବଳ ପୂରା ନିର୍ବଳ; କାଉନ୍ଦା ନନ୍ଦନକାନନ ଜୀବଜନ୍ତୁ

ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି।

ଅଦ୍ୟତନ ହୋଇଛି
undefined

Nandankanan Zoo

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଗ୍ରୀଷ୍ମକାଳୀନ ବ୍ୟବସ୍ଥା ସତ୍ତ୍ୱେ ଦେଖିବାକୁ ମିଳିଛି ଖରାର ନଖରା। ଖରା ତାତିରେ ଚାଲିବାକୁ ମହାବଳର ବଳ ପାଉନି, ଗଛ ଡିଆଁ ମାରିପାରୁନି ସିମ୍ପାଞ୍ଜି। ଏପଟେ ଚିଡ଼ିଆଖାନାକୁ ଆଗରୁ ଦୈନିକ ଯେତିକି ପର୍ଯ୍ୟଟକ ଆସୁଥିଲେ ଏବେ ତାର ଅଧା ଆସୁଛନ୍ତି। ପ୍ରଚଣ୍ଡ ଖରାତାତିରେ କେମିତି ଅଛି ନନ୍ଦନକାନନର ସ୍ଥିତି, ଜାଣନ୍ତୁ..

Advertisment

ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି। ଅସହ୍ୟ ଗରମରେ କଲରାପତରିଆର ଦେଖା ନ ଥିବା ବେଳେ ଗ୍ରୀଷ୍ମପ୍ରବାହକୁ ସାମ୍ନା କରିବାକୁ, ମହାବଳ ଯେମିତି ନିର୍ବଳ। ସେହିଭଳି ଖରା ତାତିରେ ବେହୋସ ଭୟରେ ଡିଆଁ ମାରୁନି ସିମ୍ପାଞ୍ଜି। ଆଉ ଏଭଳି ସ୍ଥିତିରେ ଜୀବଜନ୍ତୁ ଦେଖିବାକୁ ଧାଇଁ ଆସିଥିବା ପର୍ଯ୍ୟଟକ ପୂରା ନିରାଶ। ଖରାମାଡୁଆ ନନ୍ଦନକାନନରେ ଆକ୍ଟିଭିଟି କହିଲେ, ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥାରୁ ମଜା ଉଠାଉଥିବା କିଛି ବଗବଗୁଲି ଓ ହଂସ ହଂସରାଣୀଙ୍କର ଖେଳ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଗ୍ରୀଷ୍ମକାଳୀନ ପ୍ରୋଟୋକଲ ଅନୁସାରେ ଏନକ୍ଲୋଜରଗୁଡ଼ିକୁ ବାଉଁଶ ତାଟି ଓ ନଡ଼ାରେ ଘୋଡ଼ାଯିବା ସହ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ଜୀବଜନ୍ତୁଙ୍କୁ ଆଣ୍ଟିଷ୍ଟ୍ରେସ୍ ମେଡିସିନ ଦିଆଯାଉଛି। ଭାଲୁ ପାଇଁ ଖୁଆଡ଼ରେ ବେଣାଚେର ମ୍ୟାଟ୍ ସହ ଫ୍ୟାନ, କୁଲରର ବ୍ୟବସ୍ଥା ବି ହୋଇଛି। ପର୍ଯ୍ୟଟକଙ୍କ ପାଇଁ ୧୨ ବଦଳରେ ୨୪ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।

Advertisment

ପ୍ରଚଣ୍ଡ ତାତିର ପ୍ରଭାବ ପର୍ଯ୍ୟଟକଙ୍କ ଉପରେ ବି ପଡ଼ିଛି। ନନ୍ଦନକାନନକୁ ଦିନକୁ ୧୨ରୁ ୧୫ ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏବେ ଏହି ସଂଖ୍ୟା ୭ରୁ ୮ ହଜାରକୁ ଖସିଛି।

Heat Wave Nandankanan Zoo Wild Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ