Advertisment

ଆଶ୍ଚର୍ଯ୍ୟ !! ମୁଣ୍ତରେ ହାତ ଥୋଇ ମନ୍ତ୍ର ପଢ଼ିଦେଲେ ଭଲ ହୋଇଯାଉଛି ଜଣ୍ତିସ..ଦେଖନ୍ତୁ

ଜନ୍ମିତ ଶିଶୁ ଠାରୁ ବୃଦ୍ଧବୃଦ୍ଧା ରୋଗୀ ଜଣ୍ଡିସରୁ ଭଲ ହେବାକୁ ଏଠାକୁ ଆସନ୍ତି। ଡୁଆଝର ଗାଁର ଗୌନ୍ତିଆ ନିଜ୍ଜାମୁଦ୍ଦିନ ଖାନ ଓ ସର୍ଦ୍ଦାର ଖାନ ଉତ୍ତରପ୍ରଦେଶ ଯାଇ ସେଠାରେ ଜଣେ ଗୁରୁଙ୍କ ଠାରୁ ଜଣ୍ଡିସ ରୋଗର ମନ୍ତ୍ର ଶିଖିକି ଆସିଥିଲେ। ସେମାନଙ୍କ ମନ୍ତ୍ର ଦ୍ଵାରା ଅନେକ ରୋଗୀ ଭଲ ହେବାରୁ ଧୀରେ ଧୀରେ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗୁଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Science Vs Belief

Science Vs Belief

Advertisment

ଲାଗୁଛି ଲୋକଙ୍କ ଗହଳି। ଜଣ୍ଡିସରୁ ଭଲ ହେବାକୁ ଧାଇଁ ଆସୁଛନ୍ତି ସମସ୍ତେ। କିଏ ନିଜର ସମ୍ପର୍କୀୟଙ୍କୁ ନେଇ ଆସୁଛନ୍ତି ତ ପୁଣି କିଏ ନିଜେ ଏକୁଟିଆ ଆସୁଛନ୍ତି। ଧାଡ଼ିକି ଧାଡ଼ି ରହିଛି ପିତ୍ତଳ ଥାଳି। ଥାଳି ଉପରେ ରଖାଯାଇଛି ସୋରିଷ ତେଲ, କଉଡ଼ି, ଦୁବ ଏବଂ ତମ୍ବା ପଇସା। ଲୋକେ ମଧ୍ୟ ଗହଳି କରି ରହିଛନ୍ତି। ବୈଦ୍ୟ ଜଣକ ଲୋକଙ୍କ ମୁଣ୍ଡ ଉପରେ ଏହାକୁ ରଖି ମନ୍ତ୍ର ପଢ଼ୁଛି। ଆଉ ଏହାପରେ କାଳେ ଧୀରେ ଧୀରେ ଭଲ ହେଉଛି ଜଣ୍ଡିସ ରୋଗ।

Advertisment

ଏହି ଘଟଣା ହେଉଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗାଁର। ଖଡ଼ିଆଳ ଠାରୁ ଆଠ କିଲୋମିଟର ଗଲେ ସିନାପାଲି ରାସ୍ତାରେ ପଡେ ଏହି ଗାଁ। ଏଠାରେ ପ୍ରତ୍ୟେକ ରବିବାର ଓ ମଙ୍ଗଳବାର ଦିନ ଜଣ୍ଡିସ ରୋଗୀଙ୍କ ଚିକିତ୍ସା ଏହିଭଳି କରାଯାଏ।

ଜନ୍ମିତ ଶିଶୁ ଠାରୁ ବୃଦ୍ଧବୃଦ୍ଧା ରୋଗୀ ଜଣ୍ଡିସରୁ ଭଲ ହେବାକୁ ଏଠାକୁ ଆସନ୍ତି। ଡୁଆଝର ଗାଁର ଗୌନ୍ତିଆ ନିଜ୍ଜାମୁଦ୍ଦିନ ଖାନ ଓ ସର୍ଦ୍ଦାର ଖାନ ଉତ୍ତରପ୍ରଦେଶ ଯାଇ ସେଠାରେ ଜଣେ ଗୁରୁଙ୍କ ଠାରୁ ଜଣ୍ଡିସ ରୋଗର ମନ୍ତ୍ର ଶିଖିକି ଆସିଥିଲେ। ସେମାନଙ୍କ ମନ୍ତ୍ର ଦ୍ଵାରା ଅନେକ ରୋଗୀ ଭଲ ହେବାରୁ ଧୀରେ ଧୀରେ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗୁଥିବା କୁହାଯାଉଛି। ପାଖାପାଖି ଚାଳିଶି ବର୍ଷ ଧରି ଏହି ଚିକିତ୍ସା ଏଠାରେ ଚାଲିଆସୁଛି। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ରୋଗୀମାନେ ଏଠାକୁ ଆସୁଛନ୍ତି। ବିଶେଷକରି ରବିବାର ଦିନ ବହୁତ ଭିଡ ଦେଖିବାକୁ ମିଳୁଛି।

Advertisment

ତେବେ ବର୍ତ୍ତମାନ ବିଜ୍ଞାନ ଏତେ ଆଗକୁ ଯିବା ପରେ ମଧ୍ୟ ଏଭଳି ଚିକିତ୍ସାକୁ ନେଇ ଏହା ବିଶ୍ୱାସ ନା ଅନ୍ଧବିଶ୍ୱାସ ତାକୁ ନେଇ ପ୍ରଶ୍ନ ଉଠିଛି।

(ରିପୋର୍ଟ- ଖଡିଆଳରୁ କୁନାଲ ଚରଣ ବେହେରା)

Jaundice Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ