Retired Odisha Police officer among 7 arrested for leopard skin smuggling
ବାଘ ଛାଲ ରାକେଟରେ ପୂର୍ବତନ ପୋଲିସ ଅଧିକାରୀ। ୭ ଗିରଫଙ୍କ ମଧ୍ୟରେ ସାମ୍ନାକୁ ଆସିଲେ ଅବସରପ୍ରାପ୍ତ ପୋଲିସ ଏସଆଇ। ଗଞ୍ଜାମ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡ଼ି ଗାଁରେ ଅତର୍କିତ ଚଢ଼ାଉ କରି ବାଘଛାଲ ସହ ଭୁଜାଲି ଜବତ କରି ବନ ବିଭାଗ ଟିମ୍। ମାମଲାରେ ୭ ଜଣ ଗିରଫ। ଗିରଫ ୭ ଜଣଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଏଏସ୍ ଆଇ ସଂପୃକ୍ତ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ ବାଘ ଛାଲ ବିକ୍ରି କରିବା ପୂର୍ବରୁ ପୂଜାର୍ଚନା ଚାଲିଥିଲା। ସେହି ସମୟରେ ଖବରପାଇ ବନବିଭାଗ ମାଡ଼ି ବସିଥିଲା। ସେଠାରୁ କଲରାପତରିଆ ବାଘ ଛାଲ ସମେତ ଭୁଜାଲି, ମୋବାଇଲ ସହ ୩ ଜଣଙ୍କୁ ଗିରଫ କରିଥିଲା ବନବିଭାଗ। ଛାଲ ବ୍ୟବସାୟରେ ସମ୍ପୃକ୍ତ ଥିବା ଆଉ ୪ ଜଣ ଅଭିଯୁକ୍ତଙ୍କୁ ଭଂଜନଗରରୁ ଗିରଫ କରାଯାଇଛି।
ବାଘର ଲମ୍ବ ସାତ ଫୁଟ ହୋଇଥିବା ବେଳେ ବୟସ ୫ ରୁ ୬ ବର୍ଷ ହେବ। ୧୫ ଦିନ ପୂର୍ବରୁ ବାଘ କୁ ଗୁଳି କରି ହତ୍ୟା କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରାଯାଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756632966.jpg)