ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ।

Reckless Driving Causes Havoc in Bhubaneswar

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ। ଭୁବନେଶ୍ୱର ଜନପଥରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡ଼ାଇ ବେପରୁଆ ଭାବେ ଗାଡି ଚାଳନା କରିଥିଲେ କିଛି ଯୁବକ । ୪ଟି କାର୍ ଧାଡ଼ି ବାନ୍ଧି ରାସ୍ତାରେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଉଥିଲେ । ୪ଟିରୁ ଗୋଟିଏ କାର୍ ଫୁଟ୍ ପାଥ୍ କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା ।

କିଛି ଯୁବକ କାର୍ ସନ୍ ରୁଫ୍ ଖୋଲି ଉପରେ ବସିବା ସହ ଜୋରରେ ଚିତ୍କାର କରି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ୫ ଜଣ ବେପରୁଆ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ୨ଟି କାର୍ ଜବତ କରିଛି ।