Advertisment

Student on Ragging : ରେଭେନ୍ସା ରାଗିଂ ଘଟଣାରେ ନୂଆ ଟ୍ବିଷ୍ଟ, ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରୁଛନ୍ତି ହଷ୍ଟେଲ ମୁଖ୍ୟ !

ରେଭେନ୍ସା ରାଗିଂ ଘଟଣା ରେ ନୂଆ ଟ୍ବିଷ୍ଟ, ପ୍ରତିବାଦ କରିବା ସହିତ ରାଗିଂ ଘଟଣାକୁ ଅସ୍ବୀକାର କଲେ ଛାତ୍ର। ରାଗିଂ ଅଭିଯୋଗ ଆଣିବା ପାଇଁ ହଷ୍ଟେଲ ମୁଖ୍ୟ ବାଧ୍ୟ କରୁଛନ୍ତି। ଏହି ଅଭିଯୋଗ ଆଣି କୁଳସଚିବଙ୍କୁ ଚିଠି ଲେଖିଲେ ପ୍ରଥମ ବର୍ଷର ଛାତ୍ର।

revenshaw ragging issue

revenshaw ragging issue

Advertisment

କଟକ: ରେଭେନ୍ସା ରାଗିଂ ଅଭିଯୋଗ ଘଟଣା ପରେ ତାତିଲେ ଛାତ୍ରଛାତ୍ରୀ। ଘଟଣା ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟର ଆଗରେ ପ୍ରଥମବର୍ଷ ଓ ତୃତୀୟ ବର୍ଷ ଇଷ୍ଟ ହଷ୍ଟେଲ ୟୁଜି ଛାତ୍ରମାନେ ଧାରଣା ଦେଇଛନ୍ତି।..ରେଭେନସାରେ ଆସିଥିବା ରାଗିଂ ଘଟଣାରେ ଆଜି ସକାଳେ ଟ୍ବିଷ୍ଟ ଆଣି ଆମକୁ ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରାଯାଉଛି ବୋଲି କହିଥିଲେ ସଂପୃକ୍ତ ଛାତ୍ର। ଏନେଇ କୁଳ ସଚିବଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଇଷ୍ଟ ହଷ୍ଟେଲର ନୂତନ ଅନ୍ତେବାସୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଥିବା ୧୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କତ୍ତୃପକ୍ଷ।

Advertisment

ରେଭେନ୍ସା ବିଶ୍ବବିଦ୍ୟାଳୟରେ ରାଗିଂ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଓ୍ବାର୍ଡେନ୍ ସୁଦର୍ଶନ ମିଶ୍ର । କହିଛନ୍ତି, ଇଷ୍ଟ ହଷ୍ଟେଲର ସିନିୟର ଛାତ୍ର ମାନେ ଜୁନିଅର ମାନଙ୍କୁ ଗାଳି କରିବା ନେଇ ଆଣ୍ଟି ରାଙ୍ଗି ସେଲ୍ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ କମିଟି ସୁପାରିସରେ ୧୦ ଜଣ ସିନିୟର୍ ଛାତ୍ରଙ୍କୁ ହଷ୍ଟେଲରୁ ନିଲମ୍ବିତ କରାଯାଇଛି। ଯଦି ଅଭିଯୋଗକାରୀ ଏଭଳି କିଛି ଘଟଣାକୁ ଅସ୍ବୀକାର କରୁଛନ୍ତି ତେବେ ଆଣ୍ଟି ରାଙ୍ଗି ସେଲ୍ ଏହାର ତଦନ୍ତ କରିବ ବୋଲି କହିଛନ୍ତି ଚିଫ୍ ଓ୍ବାର୍ଡେନ ସୁଦର୍ଶନ ମିଶ୍ର।

Ragging Student Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ