Advertisment

ବଡ଼ ଦେଉଳ ଛାଡ଼ି ଘୋଷଯାତ୍ରାରେ ଶ୍ରୀଜିଉ; କେବେ ଖୋଲିବ ରତ୍ନଭଣ୍ଡାର ?

ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଏହାରି ଭିତରେ ଆସନ୍ତାକାଲି ବସିବାକୁ ଯାଉଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଧାର୍ଯ୍ୟ ହୋଇପାରେ ତାରିଖ।

ଅଦ୍ୟତନ ହୋଇଛି
undefined

Puri Ratna Bhandar

Advertisment

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଏହାରି ଭିତରେ ଆସନ୍ତାକାଲି ବସିବାକୁ ଯାଉଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଧାର୍ଯ୍ୟ ହୋଇପାରେ ତାରିଖ। ଗଣତି ମଣତିର ବିଧି ବ୍ୟବସ୍ଥା ସହ ରତ୍ନଭଣ୍ଡାର ମରାମତି ସଂପର୍କରେ ବି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି। ଭଣ୍ଡାର ଖୋଲିଲେ ମହଣ ମହଣ ସୁନା ଅଳଙ୍କାରର କେମିତି ହେବ ମାନ ନିର୍ଦ୍ଧାରଣ। ଭଣ୍ଡାର ମରାମତି ବେଳେ କେଉଁଠି ରଖାଯିବ ଏସବୁ ଦୁର୍ଲଭ ଅଳଙ୍କାର ?

Advertisment

ଉତ୍କଣ୍ଠା...ଆବେଗ...ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ଭର୍ତ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ଆସନ୍ତାକାଲି ଆସିପାରେ ବଡ଼ ନିଷ୍ପତ୍ତି। ଧାର୍ଯ୍ୟ ହୋଇପାରେ ତାରିଖ...ପ୍ରସ୍ତୁତ ହେବ ବିଧିବ୍ୟବସ୍ଥା...ରତ୍ନଭଣ୍ଡାର ମରାମତି ପାଇଁ ହେବ SOP। ୪୬ ବର୍ଷର ଅନ୍ତଘଟାଇ ଆସନ୍ତାକାଲି ଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି ସଂପର୍କରେ ଧାର୍ଯ୍ୟ ହୋଇପାରେ ମୋଡ଼ାଲିଟି। ଦୁଇଦିନ ତଳେ ନବଗଠିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା ପରଠୁ ଲାଗିରହିଛି ନାନା ଚର୍ଚ୍ଚା। କାରଣ ବହୁ ଦଶନ୍ଧି ଧରି ଫିଟିନି ରତ୍ନଭଣ୍ଡାର ତାଲା। କେବଳ ରତ୍ନଭଣ୍ଡାର ତାଲା ଖୋଲିବା ନୁହେଁ, ସେଠାରେ ଥିବା ଦୁର୍ଲଭ ରତ୍ନମଣ୍ଡିତ ସ୍ବର୍ଣ୍ଣ ଅଳଙ୍କାରର ଗଣତି ମଣତି ଏବଂ ରତ୍ନଭଣ୍ଡାର ମରାମତି ଗୁରୁତ୍ବପୂର୍ଣ୍ଣ ବିଷୟ।

ସେପଟେ ରତ୍ନଭଣ୍ଡାର ମରାମତି ପୂର୍ବରୁ ଅଳଙ୍କାରଗୁଡ଼ିକୁ ଆଉ ଏକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ, ସେ ନିଷ୍ପତ୍ତି ପରିଚାଳନା କମିଟି ନେବ। ବିଭିନ୍ନ ସମୟରେ ଗଜପତି ମହାରାଜାମାନେ ରାଜ୍ୟ ଜୟ କରି ଆଣିଥିବା ସ୍ବର୍ଣ୍ଣ ଅଳଙ୍କାର ସବୁ ମହାପ୍ରଭୁଙ୍କୁ ଦାନ କରିଥିଲେ । ଯେଉଁଥିରେ ହୀରା, ନୀଳା ଖଚିତ ଦୁର୍ଲଭ ମୁକୁଟ ଏବଂ ଅନ୍ୟ ଆଭୂଷଣ ବି ରହିଛି। ଏସବୁ ପ୍ରାଚୀନ ଅଳଙ୍କାରର ଚିହ୍ନଟ ସହିତ ମାନ ଓ ମାପ ଆଦି ଯାଞ୍ଚ ପାଇଁ ଅଭିଜ୍ଞ ସ୍ବର୍ଣ୍ଣକାର ନିଯୁକ୍ତ ହେବେ । ପୂର୍ବଥର ଏଥିପାଇଁ ୭୦ ଦିନରୁ ଅଧିକ ସମୟ ଲାଗିଥିଲା। ହେଲେ ଏବେ ଉନ୍ନତ ଟେକ୍ନୋଲୋଜି ଉପଲବ୍ଧ ଥିବାରୁ ଶୀଘ୍ର ଗଣତି ସରିବା ନେଇ ଆଶା କରାଯାଉଛି। 

Advertisment

୧୮୦୫ରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରର ସମ୍ପଦ, ରତ୍ନ ସହ ଅଳଙ୍କାରର ବିସ୍ତୃତ ତାଲିକା କରାଇଥିଲେ। ସେହି ସମୟରେ ୭୪ ପ୍ରକାର ଅଳଙ୍କାର ସହିତ ମୋଟ ୧୩ଶହ ୩୩ଟି ଦ୍ରବ୍ୟ ଥିଲା। ସେହିପରି ୧୨୮ଟି ସ୍ବର୍ଣ୍ଣମୁଦ୍ରା, ୧୨ଶହ ୯୭ଟି ରୌପ୍ୟମୁଦ୍ରା, ୧୦୬ଟି ତାମ୍ରମୁଦ୍ରା ଓ ୨୪ଟି ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ଥିବା ଦର୍ଶାଯାଇଥିଲା। 

ଏହାପରେ ୧୯୭୮ରେ ୭୧ ଦିନ ଧରି ପ୍ରସ୍ତୁତ କରାଯାଇଥିଲା ଆଉ ଏକ ତାଲିକା। ୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨, ୮୮୩ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨, ୧୫୩ ଭରିର ରୂପା ଅଳଙ୍କାର ଥିଲା। ତା ମଧ୍ୟରେ ଥିଲା ଦିଅଁଙ୍କ ଦୈନନ୍ଦିନ ବ୍ୟବହୃତ ଚଳନ୍ତି ଭଣ୍ଡାରର ୨୯୯ ଭରିରୁ ଅଧିକ ୮ ପ୍ରକାରର ସୁନା ଏବଂ ୨,୬୦୩ ଭରିର ୨୩ ପ୍ରକାରର ରୁପା ସାମଗ୍ରୀ। ତେବେ ଏତେଗୁଡ଼ିଏ ଦୁର୍ଲଭ ଅଳଙ୍କାରର ଗଣତି ମଣତି କିଭଳି ସଠିକ୍ ଭାବେ କରାଯିବ ତାହା ପରିଚାଳନା କମିଟି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍।ଏବେ ଅପେକ୍ଷା, କାଲିର ବୈଠକରେ କି ନିର୍ଯାସ ଆସୁଛି ଏବଂ ରତ୍ନଭଣ୍ଡାର ଖୋଲିବା ପାଇଁ କେଉଁ ତାରିଖ ଧାର୍ଯ୍ୟ ହେଉଛି।

Advertisment

Puri Ratna Bhandar Puri Jagannath Temple Ratna Bhandar Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ