Advertisment

ପୁରୀ ପୋଲିସକୁ ବଡ଼ ସଫଳତା, ଦେଢ଼ ମାସରେ ୧୪୫ ନିଖୋଜ ନାବାଳକ ଓ ନାବାଳିକା ଉଦ୍ଧାର

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘରୁ ପଳାଇଥିବା ୧୪୫ ଶିଶୁ ଉଦ୍ଧାର । ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ପରେ ଅଭିଭାବକ କିମ୍ବା ପରିବାରକୁ ହସ୍ତାନ୍ତର ।

ଅଦ୍ୟତନ ହୋଇଛି
Child Trafficking Racket Busted In Puri

Crime

Advertisment

ମାସେରୁ ଦେଢ଼ ମାସ ଭିତରେ ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ। ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘର ଛାଡ଼ି ପଳାଇଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଚଳାଇଥିଲା ସ୍ପେଶାଲ୍ ଡ୍ରାଇଭ୍ । ଏଥିରେ ବଡ଼ ସଫଳତା ମିଳିଥିବା ସୂଚନା ଦେଇଛନ୍ତି ପୁରୀ SP । ୧ ମାସରୁ ଦେଢ଼ ମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Advertisment

ସେମାନଙ୍କ ମଧ୍ୟରେ ପିପିଲି ସବଡିଭିଜନର ୩୫ଜଣ, ନିମାପଡ଼ା ସବଡିଭିଜନର ୫୫, ସଦର ସବଡିଭିଜନର ୨୮ ଓ ପୁରୀ ସିଟି ସବଡିଭିଜନର ୨୭ଜଣଙ୍କୁ ପରିବାର ଜିମା ଦିଆଯାଇଛି। ୧୮ ବର୍ଷରୁ କମ ବୟସ୍କ ନିଖୋଜ କିମ୍ବା ଘରୁ ପଳାଇଥିବା ନେଇ ଥାନାରେ ରିପୋର୍ଟ ହେବା ପରେ, ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନ ଏବେବି ଜାରି ରହିଛି ବୋଲି କହିଛନ୍ତି SP।

ସେପଟେ ଗତ ଜୁଲାଇ ୨୬ ତାରିଖରେ ପୁରୀ ବଳିଆପଣ୍ଡା ଥାନା ଲାଇଟହାଉସ ନିକଟରୁ ନିଖୋଜ ଜଣେ ପଇଡ଼ ବ୍ୟବସାୟୀଙ୍କ ୬ବର୍ଷର ଶିଶୁ କନ୍ୟାର ପତ୍ତା ଏଯାଏଁ ମିଳିପାରିନି । ଘଟଣାକୁ ୮ମାସ ବିତିଲାଣି । ବଳିଆପଣ୍ଡା ଥାନାରେ ମାମଲା ରୁଜୁ ପରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି ଏବଂ ପୋଲିସ ଛାନବିନ ଚଳାଇଛି । କ୍ରାଇମବ୍ରାଞ୍ଚ ସହାୟତାରେ ତଦନ୍ତ ଚାଲିଥିବା ବେଳେ, ଲାଏ ଡିଟେକ୍ସନ ଟେଷ୍ଟ ଏବଂ ପୋଟ୍ରେଟ୍ ଏକ୍ସପର୍ଟଙ୍କ ସହାୟତା ନେବାକୁ ପୋଲିସ ଯୋଜନା କରୁଥିବା SP ସୂଚନା ଦେଇଛନ୍ତି ।

Advertisment

ସେପଟେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିଖୋଜ ହୋଇଥିବା ଶିଶୁ ଉଦ୍ଧାର ହୋଇଛି। ରାତି ସାରା ଖୋଜାଖୋଜି ପରେ ଦୁର୍ଗାଦେବୀରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗତକାଲି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ୮ ଦିନର ଏକ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ବାଲିଆପାଳ ଆଠବାଟିଆ ଅଞ୍ଚଳର ସୁଶାନ୍ତ ବାରିକ ଓ ପତ୍ନୀ ଟିକିଲି ରାଣୀ ୨ ତାରିଖ ଦିନ ନବଜାତ ଶିଶୁପୁତ୍ରକୁ ଜଣ୍ଡିସ୍ ହୋଇଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ଶିଶୁକୁ ପ୍ରସୂତି ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ମଧ୍ୟାହ୍ନରୁ ପାଉନଥିବା ଅଭିଯୋଗ କରିଥିଲେ। ଦମ୍ପତି ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ, ମେଡ଼ିକାଲ କତ୍ତୃପକ୍ଷଙ୍କୁ ତାଙ୍କ ଛୁଆକୁ ଆଣି ଦେବାକୁ ଜିଦ ଧରିଥିଲେ। ଶେଷରେ ସିଡିଏମଓ ସକାଳ ୮ଟା ସୁଦ୍ଧା ଛୁଆକୁ ଆଣି ଦେବାକୁ ଲିଖିତ ପ୍ରତିଶୃତି ଦେଇଥିଲେ। ଏହା ପରେ ବାଲେଶ୍ୱର ପୋଲିସ ଓ ମେଡ଼ିକାଲ ଟିମ ରାତିତମାମ ଖୋଜାଖୋଜି କରି ଶିଶୁପୁତ୍ରକୁ ଦୁର୍ଗାଦେବୀରୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Advertisment

ଏବେ ଶିଶୁଟିକୁ ମୁଖ୍ୟଚିକିତ୍ସାଳୟର SNCUରେ ରଖି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ତେବେ ଶିଶୁଟି ସେଠାକୁ କେମିତି ଗଲା, ଏହା ପଛରେ କିଏ ରହିଛି, ସେନେଇ କିଛି ସ୍ପଷ୍ଟ ହୋଇନି ।

Child Trafficking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ