Advertisment

Big update : କେମିତି ବିକ୍ରି ହେବ ପେଟ୍ରୋଲ, ସ୍ପଷ୍ଟ କଲେ ମନ୍ତ୍ରୀ

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ- ଡିଜେଲ ବିକ୍ରି ହେବନି, ଏହା ସ୍ପଷ୍ଟ କରିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ। ତେବେ କେମିତି ବିକ୍ରି ହେବ ପେଟ୍ରୋଲ? ଜରୁରୀ ସମୟ ହେଉ କିମ୍ବା ଅନ୍ୟ ଯାନ ପାଇଁ ତେଲ ଯିବ କିପରି ? ଏନେଇ ଆଜି ପ୍ରସ୍ତୁତ ହେବ ଗାଇଡଲାଇନସ୍। ପେଟ୍ରୋଲ ପମ୍ପ ସଙ୍ଘ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ ଏହାପରେ ବିଭାଗ ଜାରିବ ନିର୍ଦ୍ଦେଶନାମା।

ଅଦ୍ୟତନ ହୋଇଛି
no petrtol in plastic bottle

petrol sale

Advertisment

ଭୁବନେଶ୍ବର: ପ୍ଲାଷ୍ଟିକ ବୋତଲ ରେ ବିକ୍ରି ହେବନି ପେଟ୍ରୋଲ- ଡିଜେଲ। ଏଭଳି ନିଷ୍ପତ୍ତି ପରେ ଏବେ ଅନେକ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ। ଯଦି ହଠାତ ବାଟରେ ଗାଡିରୁ ତେଲ ସରିଯାଏ ତେବେ କଣ ହେବ ? ବିଭିନ୍ନ ଛକ ବଜାରରେ ବୋତଲରେ ବିକ୍ରି ହୋଇପାରିବ କି ନାହିଁ ? ନଦୀ ଓ ସମଦ୍ରରେ ଚାଲୁଥିବା ମୋଟର ବୋଟ, ଜେନେରେଟର ପାଇଁ କିପରି ମିଳିବ ତେଲ ? ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଆଣିବ ସ୍ପଷ୍ଟ ଗାଇଡଲାନ୍ସ।

Advertisment

ଆଜି ସଂଧ୍ୟାରେ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ | ଲୋକସେବା ଭବନରେ ଆଜି ସନ୍ଧ୍ୟା ୫ଟାରେ ବସିବ ଏ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ | ପେଟ୍ରୋଲ ପମ୍ପ ସଙ୍ଘ ଓ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀ, ନୌକା, ଜେନେରେଟର ଓ ବିଭିନ୍ନ ମେସିନ ପାଇଁ ପେଟ୍ରୋଲ ଡିଜେଲ ଦରକାର ହେଉଥିବାରୁ ଆଗକୁ କିଭଳି ସେମାନଙ୍କୁ ଯୋଗାଣ ହେବ ସେ ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। 

Petrol Pump Petrol Diesel Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ