Advertisment

ଆଜିଠୁ ଓଡିଶା ଉପକୂଳରେ ୬୧ ଦିନ ଯାଏଁ ମାଛଧରା ବନ୍ଦ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି।

ଅଦ୍ୟତନ ହୋଇଛି
Odisha Imposes Two-Month Ban On Fishing

Fishing

Advertisment

ଓଡିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ। ନଦୀ ମୁହାଣ ଗୁଡିକରେ ବି ମାଛଧରାରେ ଲାଗିଲା ଅଙ୍କୁଶ। ଜୁନ ୧୪ ଯାଏ ଅର୍ଥାତ ୬୧ ଦିନ ପାଇଁ ଏହି କଟକଣା ଲାଗୁ ହୋଇଛି। ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି।

Advertisment

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାଦ୍ୱାରା ପାରାଦୀପରେ କେବଳ ୭ ଶହ ପାଖାପାଖି ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଯେଉଁଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ।

Advertisment
Fishing Coastal Odisha Fishermen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ