Advertisment

Odisha Govt Announces: 7 NACକୁ ମିଳିଲା ମ୍ୟୁନିସିପାଲିଟି ଟ୍ୟାଗ୍, ଘୋଷଣା ହେଲା ଆଉ 16 ନୂଆ ଏନଏସି ନାଁ

ରାଜ୍ୟ ମାନଚିତ୍ରରେ ଯୋଡ଼ିହେଲା ଆହୁରି 28 ପୌରାଞ୍ଚଳ। ସ୍ବାୟତ୍ତ ଶାସନ ଦିବସରେ ବଡ଼ ଭେଟି ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି ଏକାଥରେ 7ଟି ନୂଆ ମ୍ୟୁନସିପାଲଟି ଓ 16ଟି ନୂଆ ଏନଏସି ଘୋଷଣା କରିଛନ୍ତି।

Odisha Govt Announces 16 New NACs, 7 Municipalities On Self-Governance Day

Odisha Govt Announces 16 New NACs, 7 Municipalities On Self-Governance Day

Advertisment

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ପାଳନ ମଞ୍ଚରୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘୋଷଣା ହୋଇଛି 16 ନୂଆ ଏନଏସି ଓ 7 ନୂଆ ମ୍ୟୁନିସିପାଲଟିର ନାଁ। ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁରକୁ ନୂଆ ଏନଏସି ଭାବେ ଘୋଷଣା କରାଯାଇଛି।

Advertisment

ସେହିପରି ବର୍ତ୍ତମାନ ଏନଏସି ଥିବା ମୟୂରଭଞ୍ଜର କରଞ୍ଜିଆ ଏବଂ ବୌଦ୍ଧ ଜିଲ୍ଲାର ବୌଦ୍ଧକୁ ମ୍ୟୁନିସିପାଲଟିର ମାନ୍ୟତା ଦିଆଯାଇଥିଲା ବେଳେ କେବଳ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 5ଟି ଏନଏସିକୁ ମ୍ୟୁନିସିପାଲଟିର ଟ୍ୟାଗ୍ ମିଳିଛି। ସେସବୁ ହେଲା ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା। ଏଇ ଘୋଷଣା ସହ ମୁଖ୍ୟମନ୍ତ୍ରୀ ସହରୀକରଣ ଯୋଜନାରେ ସହରାଞ୍ଚଳର ବିକାଶ ପାଇଁ ଆସନ୍ତା 5 ବର୍ଷରେ ସରକାର 6 ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।...

ଗତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ମଞ୍ଚରୁ ସମ୍ବୋଧନ ବେଳେ 21ଟି ନୂଆ ଏନଏସି ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପରେ 12ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ୍ ବାହାରିଥିଲା। ହେଲେ ଏହାକୁ ନେଇ ଆଶାୟୀ ସହରାଞ୍ଚଳବାସୀଙ୍କ ମଧ୍ୟରେ ତେଜୁଥିବା ଅସନ୍ତୋଷ ଓ ଦାବିକୁ ଦେଖି ଅଧିକ ଏବେସୁଦ୍ଧା 21 ଯାଗାରେ 28 ନୂଆ ଏନ୍ଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ନୂଆ ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ସେଲିବ୍ରିସେନ୍। କେଉଁଠି ବାଣଫୁୁଟୁଛି ତ କେଉଁଠି ମିଠା ବାଣ୍ଟି ଖୁସି ବଣ୍ଟା ଚାଲିଛି। 
 
ଗତ 17 ତାରିଖରେ 12ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ ପରେ ଏବେ ରାଜ୍ୟରେ 127 ସ୍ଥାନୀୟ ପୌରସଂସ୍ଥା ବା ଅର୍ବାନ୍ ଲୋକାଲ୍ ବଡିଥିବା ବେଳେ ଆଜିର ଏ ଘୋଷଣା ପରେ ଏ ସଂଖ୍ୟା 143ରେ ପହଞ୍ଚିଛି। ସେଭିତରୁ ମହାନଗର ନିଗମ ତାଲିକାରେ ନୂଆକରି ଯୋଡ଼ି ହୋଇଥିବା ପୁରୀ ସହ ରହିଛି ମୋଟ୍ 6ଟି ମହାନଗର ନିଗମ। ସେହିପରି ଏନ୍ଏସି ସଖ୍ୟା 83ରେ ପହଞ୍ଚିବାକୁ ଯାଉଥିବା ବେଳେ 54କୁ ବଢ଼ିବାକୁ ଯାଉଛି ମୋଟ୍ ମ୍ୟୁନିସିପାଲିଟି ସଂଖ୍ୟା।

Advertisment
Odisha Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ