Advertisment

Abhijit Majumdar Critical: କୋମାରେ ଅଭିଜିତ ମଜୁମଦାର୍, ଭେଣ୍ଟିଲେଟର୍ ସପୋର୍ଟରେ ଚାଲିଛି ଚିକିତ୍ସା

କଟକର ଏକ ଘରୋଇ ହସ୍ପିଟାଲରୁ ଆଜି ଅଭିଜିତଙ୍କୁ ଭୁବନେଶ୍ବର ଏମ୍‌ସ୍ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଛି ।

Abhijit Majumdar Critical

Abhijit Majumdar Critical

Advertisment

ଭେଣ୍ଟିଲେଟର୍ ସପୋର୍ଟରେ ଅଭିଜିତ୍ ମଜୁମଦାର୍ । ଏମ୍‌ସ୍ ସ୍ଥାନାନ୍ତର ହେଲେ ସଙ୍ଗୀତକାର ଅଭିଜିତ୍ ମଜୁମଦାର । କଟକର ଏକ ଘରୋଇ ହସ୍ପିଟାଲରୁ ଆଜି ତାଙ୍କୁ ଭୁବନେଶ୍ବର ଏମ୍‌ସ୍ ସ୍ଥାନାନ୍ତର କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍‌ସ୍ ରେ ଭର୍ତ୍ତି ହୋଇଛନ୍ତି ଅଭିଜିତ । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଛି ।

Advertisment

ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଲିଭରରେ ସମସ୍ୟା କାରଣରୁ ତାଙ୍କୁ କିଛିଦିନ ତଳେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଶରୀରରେ ସୋଡ଼ିୟମ ଲେବୁଲ୍ କମିଯିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଏହାପରେ ଗତ ରବିବାର (୩୧ ଅଗଷ୍ଟ) ଦିନ ତାଙ୍କୁ ସିଡିଏ ସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଜଟିଳ ହୋଇଯିବାରୁ ତାଙ୍କୁ ଆଜି ତୁରନ୍ତ ଭୁବନେଶ୍ୱର ଏମ୍‌ସ୍ କୁ ସ୍ଥାନାନ୍ତର କରାଯାଇଛି । ବ୍ରେନରେ ସୋଡିୟମ ଲେବୁଲ କମିଯିବା ଯୋଗୁଁ ସେ ଗୁରୁତର ହୋଇପଡ଼ିଛନ୍ତି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଟ୍ରମାକେୟାରରେ ରଖାଯାଇ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ । ବର୍ତ୍ତମାନ ସେ କୋମାରେ ଥିବାବେଳେ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଡାକ୍ତର । ସେଠାରେ ତାଙ୍କ ପରିବାର ସହ ଉପସ୍ଥିତ ଅଛନ୍ତି ଓଲିଉଡ୍ ଅଭିନେତା ବାବୁଶାନ ମହାନ୍ତି । ଦାଦା ଖୁବଶୀଘ୍ର ସୁସ୍ଥ ହୋଇ ଫେରି ଆସିବେ ଓ ଏଥିପାଇଁ ପ୍ରାର୍ଥନା କରିବାକୁ ଦର୍ଶକମାନଙ୍କୁ ସେ ଅନୁରୋଧ କରିଛନ୍ତି । 

Advertisment

Odisha News AIIMS-Bhubaneswar Abhijit Majumdar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ