Advertisment

କାର୍ଗିଲ ବୀରଙ୍କୁ ଦିଲ୍ଲୀ ଡକରା; ଗାଲାଣ୍ଟ୍ରି ଆୱାର୍ଡରେ ସମ୍ମାନିତ ହେବେ ଓଡ଼ିଆ ପୁଅ

୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ କୁମାର ଭଞ୍ଜ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର।

ଅଦ୍ୟତନ ହୋଇଛି
Lieutenant Ajay Kumar Bhanja

Lieutenant Ajay Kumar Bhanja

Advertisment

ଭାରତର ସ୍ମରଣୀୟ କାର୍ଗିଲ ଯୁଦ୍ଧକୁ ପୁରିଛି ୨୫ବର୍ଷ । ଏହି ଯୁଦ୍ଧରେ ଭାରତୀୟ ବୀର ଯବାନ ପାକିସ୍ତାନକୁ ପରାସ୍ତ କରି ତ୍ରିରଙ୍ଗା ଫରଫର ଉଡାଇଥିଲେ । LoCରୁ ପାକିସ୍ତାନୀ ସୈନ୍ୟଙ୍କୁ ବିତାଡ଼ିତ କରିବା ପାଇଁ ହୋଇଥିବା କାର୍ଗିଲ୍ ଯୁଦ୍ଧ ଆଜି ବି ସ୍ମରଣୀୟ। ୫୨୭ ବୀର ଯବାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ। ତେବେ କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ ।ଏଥିପାଇଁ ତାଙ୍କୁ ଦିଲ୍ଲୀ ଡକରା ହୋଇଛି।

Advertisment

୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ କୁମାର ଭଞ୍ଜ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର। ସେ ଗ୍ୱଆଲିଅର ଏୟାର ବେସରେ କାର୍ଯ୍ୟ କରୁଥିଲେ। କାର୍ଗିଲ୍ ଯୁଦ୍ଧ ପୂର୍ବରୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ ଲଢ଼ିଥିଲେ ୧୯୭୧ ମସିହାର ବାଂଲାଦେଶ ଓ ୧୯୬୫ ମସିହାର ପାକିସ୍ତାନ ଯୁଦ୍ଧ।

ଏଥପାଇଁ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି। ଆସନ୍ତା ଜୁଲାଇ ୧୬ ତାରିଖରେ ନୂଆଦିଲ୍ଲୀର ସରସାୱାରେ କାର୍ଗିଲ ଦିବସର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଏଥିପାଇଁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗ୍ଲାଲାଣ୍ଟ୍ରି ଆୱାର୍ଡ ଦିଆଯିବ।

Advertisment

କାର୍ଗିଲ୍‌ ଯୁଦ୍ଧର ଇତିହାସ

୩ ମେ’ ୧୯୯୯ରେ ପାକିସ୍ତାନ ଏହି ଯୁଦ୍ଧ ଆରମ୍ଭ କରିଥିଲା। ଜାମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ କାର୍ଗିଲ୍ ଯୁଦ୍ଧ ହୋଇଥିଲା। ପ୍ରାୟ ୫୦୦୦ ସୈନିକଙ୍କ ସହିତ କାର୍ଗିଲର ପାହାଡିଆ ଅଞ୍ଚଳରେ ଥିବା ଉଚ୍ଚ ସ୍ଥାନକୁ ଅନୁପ୍ରବେଶ କରି କବ୍ଜା କରିଥିଲା। ଭାରତ ସରକାରଙ୍କୁ ଏହାର ସୂଚନା ମିଳିବା ପରେ ବିଶ୍ୱାସଘାତକତା କରିଥିବା ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇବା ପାଇଁ ଭାରତୀୟ ସେନା ଦ୍ୱାରା 'ଅପରେସନ୍ ବିଜୟ' ଆରମ୍ଭ କରାଯାଇଥିଲା। ୧୯୯୮–୧୯୯୯ ମସିହାରେ ପାକିସ୍ତାନୀ ସୈନ୍ୟମାନେ ସିଆଚେନ୍ ଗ୍ଲାସିଅର୍ ଉପରେ କବ୍‌ଜା କରିବା ଲକ୍ଷ୍ୟରେ କାର୍ଗିଲ ନିକଟରେ ଗୁପ୍ତ ଭାବେ ପ୍ରଶିକ୍ଷଣ ଓ ସେନା ପଠାଇବା ଆରମ୍ଭ କରିଥିଲେ। ତା’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲଦାଖ ଏବଂ କାଶ୍ମୀର ମଧ୍ୟରେ ସମ୍ପର୍କ କାଟିବା ଏବଂ ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରିବା।

ଯୁଦ୍ଧ ପଛର କାହାଣୀ

୧୯୭୧ର ଇଣ୍ଡୋ-ପାକ୍ ଯୁଦ୍ଧ ପରେ ଅନେକ ସାମରିକ ବିବାଦ ହୋଇଥିଲା। ୧୯୯୮ରେ ଉଭୟ ଦେଶ ପରମାଣୁ ପରୀକ୍ଷଣ କରିଥିଲେ ଯାହା ଦ୍ୱାରା ଉତ୍ତେଜନା ଆହୁରି ବଢିଯାଇଥିଲା। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଫେବୃଆରୀ ୧୯୯୯ରେ ଉଭୟ ଦେଶ ଲାହୋର ଘୋଷଣାନାମାରେ ଦସ୍ତଖତ କରି କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ଏବଂ ଦ୍ୱିପାକ୍ଷିକ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ପରେ କିନ୍ତୁ ପାକିସ୍ତାନ ବିଶ୍ୱାସଘାତ କରିଥିଲା ଓ ପାକିସ୍ତାନୀ ସଶସ୍ତ୍ର ବାହିନୀ ସେମାନଙ୍କ ସୈନିକ ଏବଂ ସାମରିକ ବାହିନୀକୁ ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ଅଞ୍ଚଳକୁ ସ୍ଥାନାନ୍ତର କରିବା ଆରମ୍ଭ କଲା।

Advertisment

ଏହି ଅନୁପ୍ରବେଶର ନାମ ଦେଲା “ଅପରେସନ୍ ବଦ୍ର”। ଏହାର ମୂଳ ଉଦ୍ଦେଶ୍ୟ ଥିଲା କାଶ୍ମୀର ଏବଂ ଲଦାଖ ମଧ୍ୟରେ ଥିବା ଲିଙ୍କକୁ ଭାଙ୍ଗିବା ଏବଂ ଭାରତୀୟ ସେନାକୁ ସିଆଚେନ୍ ଗ୍ଲାସିଅରରୁ ହଟାଇବା।ଅନ୍ୟପଟେ ପାକିସ୍ତାନ ବିଶ୍ୱାସ କରିଥିଲା ​​ଯେ ଏହି ଆଳରେ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟି କଲେ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ସହାୟକ ହେବ ଏବଂ ଏହାର ଶୀଘ୍ର ସମାଧାନର ବାଟ ମିଳିଯିବ।

Kargil War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ