Advertisment

ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ: ନଡ୍ଡା

ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ଚୀନ, ଆମେରିକା ଅପେକ୍ଷା ଆମର ସ୍ଥିତି ଭଲ ବୋଲି କହିଲେ ନଡ୍ଡା।

ଅଦ୍ୟତନ ହୋଇଛି
BJP National President JP Nadda Odisha visit

J P Nadda

Advertisment

ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ ଜେପି ନଡ୍ଡା ପହଞ୍ଚି ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସଦସ୍ୟତା ଅଭିଯାନକୁ ବ୍ୟାପକ ଓ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ନଡ୍ଡା। ଦଳର ମନ୍ତ୍ରୀ, ବିଧାୟକ ଏବଂ ପଦାଧିକାରୀଙ୍କ ସହ ଆଲୋଚନା କରିବା ସହ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଲେ । 

Advertisment

ସଦସ୍ୟତା ଅଭିଯାନରେ ଜେପି ନଡ୍ଡାଙ୍କ ବକ୍ତବ୍ୟ ଦେଇ କହିଛନ୍ତି, ଭାରତରେ ୫ ହଜାର ପାର୍ଟି, ୫୦ରୁ ଅଧିକ ଆକ୍ଟିଭ ପାର୍ଟି ଅଛି । ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ କଲେ। ଏଥିସହ ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ ବୋଲି କହିଛନ୍ତି। ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ଆମର ଏଠି ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ ବୋଲି ଦୃଢୋକ୍ତି ପ୍ରକାଶ କଲେ ନଡ୍ଡା।

ଅଧିକ ପଢ଼ନ୍ତୁ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୁଟେ ଉଚ୍ଚର ପାଣି; ପଡ଼ିଗଲେ ପର୍ଯ୍ୟଟକ...

Advertisment

ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କଲେ। ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ। ଭାଇଭଉଣୀଙ୍କୁ ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି। ତାହା ହେଲା ବେକାରୀ ଓ ଦରଦାମ ବୃଦ୍ଧି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ । ଏଥିସହ କଂଗ୍ରେସ୍ ନକ୍ସଲଙ୍କ ମୁଖପାତ୍ର ହୋଇଯାଇଛି ଓ ଶ୍ରୀନଗରରେ ଧାରା ୩୭୦ଆଣିବାକୁ ସେମାନଙ୍କ ସହ ହାତ ମିଶାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଜେପି ନଡ୍ଡା। ସେ ଆହୁରି କହିଛନ୍ତି, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ ହେଲା। ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ହୋଇଗଲା। ଏବେ ସେଠାରେ ବିଧାନସଭା ନିର୍ବାଚନ ହେଉଛି।

ଇକୋନୋମିକ୍ ଏଜେଣ୍ଡା ନେଇ ମଧ୍ୟ ମତ ରଖିଲେ ନଡ୍ଡା। କହିଲେ, ଆମେ ଅନ୍ତୋର୍ଦ୍ଦୋୟ ଯୋଜନା ଆରମ୍ଭ ଠାରୁ ସବକା ସାଥ୍ ସବକା ବିକାଶ ଯାଏ କାମ କରିଛୁ। ଏଥିପାଇଁ ଏଯାତ୍ରାରେ ଆମେ ଆଗୁଆ। ତିନି ତଲାକ୍ ଉଚ୍ଛେଦ ନେଇ କହିଲେ, ପାକିସ୍ତାନ, ଇରାକ୍, ସିରିଆ, ଇଣ୍ଡୋନିସେଆ ପରି ମୁସଲିମ ରାଷ୍ଟ୍ରରରେ ତିନି ତଲାକ କାନୁନ ନାହିଁ। ହେଲେ ଭାରତରେ ଏହା ଥିଲା। ପ୍ରଧାମନ୍ତ୍ରୀ ମୋଦି ଏହା ବିରୋଧରେ ଲଢି ଏହାକୁ ଉଚ୍ଛେଦ କଲେ। ୨୨ଜାନୁଆରୀରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଆମର ଆଦର୍ଶ ଅଛି। ସମସ୍ତଙ୍କ ସହ ଆମକୁ ରହିବାର ଅଛି।

Advertisment

ଆମେ କ୍ୟାଡର ବେସ ପାର୍ଟି। ପ୍ରତି ୬ ବର୍ଷରେ ସଦସ୍ୟତା ସମାପ୍ତ ହୁଏ। ଏଣୁ ବିଜେପିରେ ସମସ୍ତେ ପୁଣି ସଦ୍ୟସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି। ଆଜି ଆମ ପାର୍ଟିରେ ୧୦ଲକ୍ଷ ୪୦ହଜାର ବୁଥ୍ ଅଛି। ଦେଢ ଲକ୍ଷ ଶକ୍ତି କେନ୍ଦ୍ର, ୧୫ହଜାରରୁ ଅଧିକ ମଣ୍ଡଳ ରହିଛି। ଆଜି ପ୍ରାୟ ୩୫୦ପାର୍ଲିଆମେଣ୍ଟ ମେମ୍ୱର ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ରେ ସାମିଲ ହେବାକୁ ଆମେ ଆପଣଙ୍କୁ ଆହ୍ୱାନ ଦେଉଛୁ। ଏଥିପାଇଁ ଆପଣ ସମସ୍ତେ ଏକାଠି ହୋଇ ଆମକୁ ସମର୍ଥନ କରନ୍ତୁ।

ବିକଶିତ ଭାରତ ସହ ଭାରତର ଗ୍ରୋଥ୍ ରେଟ୍ କୁ ତୁଳନା କଲେ। ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ଚୀନ, ଆମେରିକା ଅପେକ୍ଷା ଆମର ସ୍ଥିତି ଭଲ ବୋଲି କହିଲେ। ଏହା ତୃତୀୟ ସ୍ଥାନକୁ ଉନ୍ନୀତ ହେବ। ବର୍ତ୍ତମାନ ୯୭ପ୍ରତିଶତ ମୋବାଇଲ ଭାରତରେ ତିଆରି ହେଉଛି। ଖେଳନା ଉତ୍ପାଦନରେ, ଅଟୋମୋବାଇଲ୍ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଦେଶ ହୋଇପାରିଛି। ଏହା ହିଁ ଆମ ଇକୋନୋମିର ଗ୍ରୋଥ୍‌କୁ ଦର୍ଶାଉଛି।

ଆଜି ମେଟ୍ରୋ, ଫ୍ଲାଇ ଓଭରର ଭିତ୍ତିଭୂମି ପାଇଁ ୧୦ଲକ୍ଷ ଖର୍ଚ୍ଚ ହୋଇଛି। ଆୟୁଷ୍ମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ହେଲଥ୍ କଭର ପ୍ରୋଗ୍ରାମ । ଏଥିରେ ୭୦ବର୍ଷରୁ ଅଧିକ ବୟସ୍କଙ୍କୁ ସାମିଲ କରାଯାଇଛି। ଏଥିରେ ୫ଲକ୍ଷର ସ୍ୱାସ୍ଥ୍ୟ ବୀମା ଯୋଗାଇବାର ବ୍ୟବସ୍ଥା ରହିଛି। ଏଥିରେ ଆଉ ୬କୋଟି ଲୋକ ସାମିଲ ହେବେ। ଆବାସ ଯୋଜନାରେ ଆଉ ୩ କୋଟି ନୂଆ ଘର ନିର୍ମାଣ କରାଯିବ ବୋଲି ଏହି ଅବସରରେ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ଏହି ୫ ବର୍ଷ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ମୋଦି କହିଛନ୍ତି- ୟହି ସମୟ ହେ, ସହି ସମୟ ହେ।

ଅଧିକ ପଢ଼ନ୍ତୁ: ଯାଞ୍ଚ ହେବ ମହାପ୍ରସାଦ, ଶୁଖିଲା ଭୋଗର ମାନ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

BJP JP Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ