Advertisment

ହେନ୍ତାଳ ବଣ ପାଲଟିଲା ସୁରକ୍ଷା କବଚ, ଅଭେଦ୍ୟ ଦୁର୍ଗ ବନି ଅଟକାଇଦେଲା ବାତ୍ୟାର ଅଣଚାଷ ପବନ

ବାତ୍ୟା ‘ଦାନା’କୁ ଲ୍ୟାଣ୍ଡଫଲ ସ୍ଥାନରେ ହିଁ ଦୁର୍ବଳ କରି ଦେଇଦେଲା ଭିତରକନିକାର ଘଞ୍ଚ ହେନ୍ତାଳ ବଣ। ପବନର ବେଗ କମାଇବା ସହ ଉଚ୍ଚ ଜୁଆରକୁ ବି ରୋକିଥିଲା।

ଅଦ୍ୟତନ ହୋଇଛି
Mangroves

Mangroves

Advertisment

ଭିତରକନିକାର ହବାଳିଖଟି ନେଚର୍ କ୍ୟାଂପ୍ ପାଖରେ ସ୍ଥଳଭାଗ ଛୁଇଁବା ସ୍ଥାନରେ ହିଁ ବାତ୍ୟା ‘ଦାନା’କୁ ଦୁର୍ବଳ କରିଦେଲା ଘଂଚ ହେନ୍ତାଳ ବଣ । ପବନର ବେଗକୁ ତତ୍କାଳ ୨୦ରୁ ୩୦ କିଲୋମିଟର କମାଇଦେଲା । ଜୁଆରକୁ ମାତ୍ ଦେଲା । ଆଉ ରାଜନଗର ଓ ଆଖପାଖ ଅଂଚଳବାସୀଙ୍କ ପାଇଁ କବଚ ଭଳି ଯୋଗାଇଥିଲା ସୁରକ୍ଷା । ଖାଲି ଭିତରକନିକାର ହବାଳିଖଟି ନୁହେଁ, ବଗପାଟିଆ ଓ ପାରାଦୀପ ମଧ୍ୟରେ ଥିବା ହେନ୍ତାଳ ବଣ ସେଠାକାର ଲୋକଙ୍କ ପାଇଁ ଆଣିଥିଲା ବଡ଼ ଆଶ୍ବସ୍ତି ।

Advertisment

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଯଦିଓ ବାତ୍ୟା ଦାନା ଭିତରକନିକାରେ ଲ୍ୟାଣ୍ଡଫଲ କରିଛି, ହେଲେ ହେନ୍ତାଳ ବଣର ୧ ପ୍ରତିଶତ ଗଛ ବି ଉପାଡ଼ି ପାରିଲାନି । ବାତ୍ୟା ସମୟରେ ଉଠିଥିବା ସାମୁଦ୍ରିକ ଜୁଆର ସାମ୍ନାରେ ଅଭେଦ୍ୟ ପ୍ରାଚୀର ଭଳି ଛିଡ଼ା ହୋଇଥିଲା ହେନ୍ତାଳ ବନ । ଅନ୍ୟ ବୃକ୍ଷ ଭଳି ଭାଙ୍ଗି ନ ପଡ଼ି ଝଡ଼ ପବନକୁ ଦୁର୍ବଳ କରିଦେଇଥିଲା ଏ ଲୁଣା ଜଙ୍ଗଲ। ୧୯୯୯ ମହାବାତ୍ୟା ବେଳେ ବି ଏହି ଲୁଣା ଜଙ୍ଗଲ ଯୋଗୁ ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଥିଲା ରାଜନଗର ଓ ରାଜକନିକା । ଯେହେତୁ ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ, ତେଣୁ ଉପକୂଳରେ ଥିବା ହେନ୍ତାଳ ବଣକୁ ସୁରକ୍ଷା ଦେବା ସହ ନୂଆ ହେନ୍ତାଳ ବଣ ସୃଷ୍ଟି ପାଇଁ ଜନ ସାଧାରଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଆହ୍ବାନ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।

ହେନ୍ତାଳ ବନ କିଭଳି ବାତ୍ୟାକୁ ପ୍ରତିହତ କରିପାରୁଛି? ବିଶେଷଜ୍ଞ କହିଛନ୍ତି, ହେନ୍ତାଳ ବନରେ ଥିବା ବୃକ୍ଷର ଚେରଗୁଡ଼ିକ ଜାଲି ଭଳି ଛନ୍ଦି ହୋଇ ନେଟୱର୍କ ଭଳି କାମ କରିଥାଏ । ସମୁଦ୍ରର ପାଣିକୁ ଆଗକୁ ଯିବାକୁ ରୋକିଥାଏ । ଜୁଆରର ପ୍ରଭାବକୁ ୭୦ରୁ ୯୦ ପ୍ରତିଶତ କମାଇ ଦେଇଥାଏ । ଯଦିଓ ହେନ୍ତାଳ ବନ ସବୁ ପରିବେଶରେ ହୋଇ ନଥାଏ, କିନ୍ତୁ ଆମ ରାଜ୍ୟରେ ପ୍ରାୟ ସବୁ ନଦୀ ମୁହାଣରେ ହେନ୍ତାଳ ବଣ ସୃଷ୍ଟି ହେଉଛି । ହେଲେ ସଂରକ୍ଷଣ ଅଭାବରୁ ଧୀରେ ଧିରେ ଏ ସବୁ ଅଞ୍ଚଳର ହେନ୍ତାଳ ବନକୁ ନଷ୍ଟ କରାଯାଇ ବେଆଇନ ଭାବେ ମାଛ ଚାଷ କରାଯାଉଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଓ ହେନ୍ତାଳ ବନ ସଂରକ୍ଷକ ।

Advertisment

Bhitarkanika Odisha’s Mangrove Forests Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ