Advertisment

Mango Kernel: ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣାରେ ଆସିଲା RDC ତଦନ୍ତ ରିପୋର୍ଟ !

ବିଷାକ୍ତ ଖାଦ୍ୟ ନେଇଛି ଦୁଇ ଜୀବନ । ମଣିଷ ଖାଇବା ଯୋଗ୍ୟ ନଥିଲା ଆମ୍ବ ଟାକୁଆ ଜାଉ ।

undefined

ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣାରେ ଆସିଲା RDC ତଦନ୍ତ ରିପୋର୍ଟ !

Advertisment

ବିଷାକ୍ତ ଆମ୍ବ ଟାକୁଆ ଜାଉ ନେଇଛି ଦୁଇ ଜୀବନ। ତଦନ୍ତ ରିପୋର୍ଟରୁ ଆସିଲା ତଥ୍ୟ। ଆଉ ଏପଟେ ଏହାକୁ ନେଇ ତେଜିଲା ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ଆମ ବାର ବର୍ଷର ତପସ୍ୟା ବିଜେପି ସରକାର ସୁଖୁଆ ପୋଡ଼ାରେ ସାରିଦେଲା।

Advertisment

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟରେ ବିଷାକ୍ତ ଖାଦ୍ୟ ହିଁ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ଦର୍ଶାଯାଇଛି। କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ଘଟିଥିବା ଅଘଟଣରେ ଦୁଇଜଣଙ୍କ ଜୀବନ ଯିବା ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ କରିଥିଲେ। ସଂଗୃହୀତ ଆମ୍ବ ଟାକୁଆ ଓ ପାଣି ନମୁନାରୁ ରୋଗ ସୃଷ୍ଟିକାରୀ ଜୀବାଣୁ ମିଳିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଖାଦ୍ୟରେ ହାଇଡ୍ରୋଜେନ୍ ସଲଫାଇଡ୍ ଟେଷ୍ଟ ପଜିଟିଭ ରହିଛି। ସନ୍ଦେହ କରୁଛୁ ଖାଦ୍ୟ ବିଷାକ୍ତ ହୋଇଥିଲା ।

ଆମ୍ବ ଟାକୁଆ ଖାଇ ଯେଉଁ ୨ଜଣ ଏବେ SCBରେ ଚିକିତ୍ସତ ହେଉଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ଦ୍ୱିତୀୟ ଥର ଡାଏଲିସିସ୍ କରାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମ୍ବ ଟାକୁଆ ଜାଉ ପ୍ରଥମ ଦିନ ଯେଉଁମାନେ ଖାଇଥିଲେ କିଛି ହେଇ ନଥିଲା। ଏହା ଦୁଇ ଦିନ ରହିଯିବା ଫଳରେ ବିଷାକ୍ତ ହେଇଯାଇଥିବା ଅନୁମାନ କରାଯାଉଛି। ଖାଦ୍ୟ ନମୁନା ପରୀକ୍ଷାରୁ ମଧ୍ୟ ଏହା ଖରାପ ହୋଇଥିବା ଜଣାପଡ଼ିଛି।

Advertisment

ସେପଟେ ଆମ୍ବ ଟାକୁଆ ଜାଉ ଘଟଣାରେ ତେଜିଛି ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଆମ ସରକାରର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲା। ଆମେ ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଯେଉଁଥିପାଇଁ ସେମାନେ ଆମ୍ବ ଟାକୁଆ ଖାଉଛନ୍ତି।

ନବୀନଙ୍କୁ କାଉଣ୍ଟର କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କହିଛନ୍ତି ଏହା ବିଷାକ୍ତ ଖାଦ୍ୟଜନିତ ମୃତ୍ୟୁ ବୋଲି ଡାକ୍ତର କହିସାରିଛନ୍ତି। ଏନେଇ ଅଯଥା ରାଜନୀତି କରାନଯାଉ।

Advertisment

ଘଟଣାର RDCସ୍ତରୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡ ଜିରୋକୁ ଯାଇ RDC ଓ ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରିଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ନଖାଇବାକୁ ସରକାର ପରାମର୍ଶ ଦେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ