Advertisment

Rrainfall Alert: କାଲିଠୁ ପୁଣି ବଢିବ ବର୍ଷା ପରିମାଣ

ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା

Heavy rainfall to lash Odisha till September 2

Heavy rainfall to lash Odisha till September 2; IMD issues yellow alert for several districts

Advertisment

ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା । କାଲିଠୁ ପୁଣି ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ସକାଳୁ ସକାଳୁ ଟୁଇନସିଟି କଟକ-ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ସେପଟେ କାଲି ପ୍ରବଳ ବର୍ଷା ହେବା ନେଇ ସାରା ରାଜ୍ୟକୁ ଜାରି ହୋଇଛି ୟେଲୋ ଆଲର୍ଟ ।

Advertisment

କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ । ସେହିଭଳି ସେପ୍ଟେମ୍ବର ଏକ ତାରିଖରେ ବି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଦୁଇ ତାରିଖରେ ବି ସବୁ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ଆଲର୍ଟ ।

Odisha News Weather Heavy Rainfall Latest Odisha News Weather Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ