Advertisment

Gas Cylinder Blast in Ganjam: ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଉଡ଼ିଲା ଛାତ

ନୂଆ କରି ଆଣିଥିବା ଗ୍ୟାସ ଲଗାଇବା ବେଳେ ଫାଟିଲା ସିଲିଣ୍ଡର । ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ।

Gas Cylinder Blast in Ganjam: Youth Injured, Kitchen Roof Blown Off

Gas Cylinder Blast in Ganjam: Youth Injured, Kitchen Roof Blown Off

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡଡୁମୁଳା ପଞ୍ଚାୟତ ବାଗଡ଼ା ଗ୍ରାମରେ ଅଘଟଣ । ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବା ବେଳେ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି । ଗ୍ରାମର ଡଲି ପାଣିଗ୍ରାହୀଙ୍କ ଘରେ ଏହି ଅଘଟଣ ଘଟିଥିବା ବେଳେ ବିସ୍ଫୋରଣ ଯୋଗୁଁ ତାଙ୍କ ରୋଷେଇ ଘରର ଛାତ ଉଡିଯାଇଛି । ଏଥିରେ ତାଙ୍କ ପଡିଶା ଘରର ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ପ୍ରଫୁଲ୍ଲ ପାତ୍ର ବୋଲି ଜଣା ପଡ଼ିଛି।

Advertisment

ଖବର ଅନୁସାରେ ବାଗଡ଼ା ବାସିନ୍ଦା ଡଲି ନୂଆକରି ଆଣିଥିବା ଗ୍ୟାସ ଲଗାଇବା ପାଇଁ ପଡୋଶୀ ଘରର ଯୁବକ ପ୍ରଫୁଲ୍ଲଙ୍କୁ ଡାକିଥିଲେ। ତେବେ ପ୍ରଫୁଲ୍ଲ ଗ୍ୟାସ ଲାଇଟରକୁ ଲଗାଇବା ମାତ୍ରେ ସିଲିଣ୍ଡରଟି ଫାଟି ଯାଇଥିଲା । ଏହି ସମୟରେ ଡଲିଙ୍କ ବାରି ଘରର ଛାତଟି ଉଡ଼ି ଯାଇଥିବା ବେଳେ ଗୁରୁତର ପ୍ରଫୁଲ୍ଲଙ୍କୁ ପ୍ରଥମେ ବୋମକେଇ ମେଡିକାଲ ପରେ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି |

ଏଣୁ ରୋଷେଇ ଘରେ ଆପଣ ଯେବେ ବି ରୋଷେଇ କରୁଛନ୍ତି ସାବଧାନ ସହିତ ରୋଷେଇ କରନ୍ତୁ ନଚେତ କେବେ କଣ ଅଘଟଣ ଘଟିଯିବ କିଏ କହିପାରିବ ? ଏଣୁ ସଚେତନ ହୋଇ ସତର୍କତାର ସହ ସ୍ବାସ୍ଥ୍ୟର ଯତ୍ନ ନେଇ ରୋଷେଇ ଘରେ ରୋଷଇ କରିବା ନିହାତି ଜରୁରୀ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ