Advertisment

Girl student self-immolation bid case: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର FM କଲେଜରେ ମୁଖ୍ୟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ, ଯେଉଁଥିରେ ତିନିଟି ମହତ୍ତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ଅଂଶଗ୍ରହଣ କଲେ। ଏହି ବୈଠକରେ ମୁଖ୍ୟ ଭାବେ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଚର୍ଚ୍ଚା ହେଲା।

ଅଦ୍ୟତନ ହୋଇଛି
CS convened an urgent high-level meeting

Chief Secretary convened an urgent high-level meeting

Advertisment

ଭୁବନେଶ୍ୱର;  FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ। ତିନି ବିଭାଗର ପ୍ରମୁଖ ସଚିବ ଓ ଡିଜିପିଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା। ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କଲେ ସିଏସ୍। ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସବିଶେଷ ତଥ୍ୟ ନେଇଥିବା ସୂଚନା। ଅନ୍ୟପଟେ ପୋଲିସ ଡିଜିଙ୍କ ସହ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ତଦନ୍ତର ଅଗ୍ରଗତି ଓ ସ୍ଥିତି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ସିଏସ୍ ।

Advertisment

ଏହା ପୂର୍ବରୁ FM କଲେଜରେ କ୍ରାଇମବ୍ରାଞ୍ଚ ଛାନଭିନ୍। କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛନ୍ତି । କଲେଜର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମ ଏଗେନ୍ଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍। ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ଏହି ଟିମ୍ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା। କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି। ସେପଟେ ପୀଡ଼ିତାଙ୍କ ଦ୍ରୁତ ଆରୋଗ୍ୟ ଓ ସୁସ୍ଥତା କାମନା କରି ବାଲେଶ୍ବରରେ ସାଙ୍ଗସାଥି ବିଭିନ୍ନ ମନ୍ଦିରରେ ପୂଜା କରିଛନ୍ତି। ଆରୋଗ୍ୟ କାମନା କରି ମନ୍ଦିରରେ ପାଣି ଢାଳିବା ସହ ଦୀପଦାନ କରୁଛନ୍ତି ସହପାଠୀ।

ସେପଟେ ଭୁବନେଶ୍ବର AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ । ଝିଅଟି AIIMSରେ ଭର୍ତ୍ତି ହେବା ବେଳେ ଯେଉଁ ସ୍ଥିତି ଥିଲା ଏବେ ବି ସେହି ସ୍ଥିତି ରହିଛି । ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଛନ୍ତି । ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି । ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଛି । ଗତକାଲି ଡାଏଲିସିସ୍ ହୋଇଥିଲା । ଆବଶ୍ୟକ ପଡ଼ିଲେ ପୁଣି ଡାଏଲିସିସ୍ ହେବ । ଆଜି ଟିକିଏ ଜ୍ବର ଆସିଛି । ଏଥିପାଇଁ ଆଣ୍ଟିବାୟୋଟିକ୍ସ ଚାଲିଛି । କଲଚର ରିପୋର୍ଟ ଆସିଲେ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ । ବ୍ଲଡ଼ ପ୍ରେସର ନର୍ମାଲ ଅଛି । ତେବେ କଣ୍ଡିସନ କ୍ରିଟିକାଲ, କିନ୍ତୁ ଷ୍ଟାବଲ ଅଛି ବୋଲି ଭୁବନେଶ୍ବର AIIMS ପକ୍ଷରୁ କୁହାଯାଇଛି ।  

Advertisment
Bhubaneswar Odisha News Balasore Odisha Latest News Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ