Advertisment

Flood Alert: ବିପଦ ସଂକେତ ଉପରେ ବୈତରଣୀ-ସୁବର୍ଣ୍ଣରେଖା

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ବୈତରଣୀ । ଆସନ୍ତାକାଲି ବିପଦ ସଂକେତ ତଳକୁ ଖସିବ ବନ୍ୟାଜଳ । ମାତ୍ର ଯାମସୋଲାଘାଟରେ ଲଗାଣ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ । ଏନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି ।

Flood Alert

Flood Alert

Advertisment

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ବୈତରଣୀ । ଭଦ୍ରକ ଆଖୁଆପଦା ଠାରେ ବୈତରଣୀ ଏବଂ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ଆସନ୍ତାକାଲି ବିପଦ ସଂକେତ ତଳକୁ ଖସିବ ବନ୍ୟାଜଳ । ମାତ୍ର ଯାମସୋଲାଘାଟରେ ଲଗାଣ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ । ଏନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । କାଣୀ ନଦୀରେ ୩୦ ମିଟରର ଘାଇ ହୋଇଛି । ପାଣି କମିଲେ ନଦୀବନ୍ଧ ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । 

Advertisment

ସେପଟେ ବର୍ତ୍ତମାନ ହୀରାକୁଦରେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୨.୧୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨.୨୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ରେଙ୍ଗାଲିର ଦୁଇଟି ଗେଟ୍ ଖୋଲା ଅଛି । ଆବଶ୍ୟକ ପଡିଲେ ରେଙ୍ଗାଳିର ଆଉ ଗୋଟିଏ ଗେଟ୍ ଖୋଲା ହେବ । ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିମି ବର୍ଷା ହୋଇଛି । ଅନ୍ୟ କେଉଁଠି ୧୦ ମିମିରୁ ଅଧିକ ବର୍ଷା ହୋଇନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ। ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି । ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖାରେ ଷଷ୍ଠ ଥର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପ୍ରମୁଖ ଭାବରେ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ହୋଇଛି । ଏବେ ବି ବିଭିନ୍ନ ଗାଁ ପାଣି ଘେରରେ ରହିଛି । ଯାଜପୁର ଜିଲ୍ଲାର ଦଶରଥପୁର ଓ କୋରେଇ ବ୍ଲକରେ ବି ବନ୍ୟା ସ୍ଥିତି ଦେଖାଦେଖିବାକୁ ମିଳିଛି । ଯାଜପୁରରେ ବୈତରଣୀ ଶାଖା କାଣୀ ନଈରେ ଘାଇ ସୃଷ୍ଟି ହୋଇଛି । ଦଶରଥପୁର ଦରଗା ନିକଟରେ ଘାଇ ହେବା ଫଳରେ ଗାଁରେ ପଶିଛି ପାଣି । 

Advertisment

ବୈତରଣୀରେ ବନ୍ୟା ପାଇଁ ଭଦ୍ରକ ଧାମନଗରରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ୨ଦିନ ବନ୍ଦ ରହିବ । ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ହୋଇଥିବା ବେଳେ ଅର୍ଜୁନପୁର, ହସନାବାଦ, ସୋହଡା ଓ ପଧାନୀ ଅଂଚଳର ୨୫ ସ୍କୁଲ୍ ବନ୍ଦ ଅଛି । ବନ୍ୟା ସ୍ଥିତିକୁ ଦେଖି ସୋମବାର ଓ ମଙ୍ଗଳବାର ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଭଣ୍ଡାରିପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶୁଛି ବନ୍ୟା ଜଳ । ଧାମନଗର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍ କେପ୍ ଦେଇ ବନ୍ୟା ଜଳ ପ୍ରବେଶ କରୁଛି । 

Odisha News Baitarini River Flood Alert Odisha Subarnarekha River EIC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ