Advertisment

ଖୋଲିବ ରତ୍ନଭଣ୍ତାର ! ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି

ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଅଦ୍ୟତନ ହୋଇଛି
Puri Srimandir Ratna Bhandar Opening on July 6

Ratna Bhandar

Advertisment

ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତାକାଲି ହେବ ଚୂଡାନ୍ତ ନିଷ୍ପତ୍ତି। ରତ୍ନ ଭଣ୍ଡାର ଖୋଲିବାର ତାରିଖ ସହ ମୋଡାଲିଟି ସମ୍ପର୍କରେ ନୂଆ କମିଟି ଆସନ୍ତାକାଲି ଘୋଷଣା କରିିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ୍ ହେବେ ସେ ନେଇ ନିଷ୍ପତ୍ତି ହେବ। ଆସନ୍ତାକାଲି କମିଟି ଯାହା ନିର୍ଦ୍ଦେଶ ଦେବ, ସେହି ପ୍ରକ୍ରିୟାରେ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Advertisment

ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କାଲି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଯେ, ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ୬ରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ ହୋଇଛି। ଏହି କମିଟିର ପ୍ରଥମ ବୈଠକ ୬ ତାରିଖରେ ବସିବ। କେଉଁ ଭଳି କାର୍ଯ୍ୟ ଆଗକୁ ଯିବ ମୋଡାଲିଟି ପ୍ରସ୍ତୁତ କରିବେ। କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ୍ ହେବେ ସେ ନିଷ୍ପତ୍ତି ମଧ୍ୟ ଏହି କମିଟି ନେବେ। ପ୍ରଥମ ବୈଠକ ୬ ତାରିଖରେ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ନୂଆ କମିଟି ଗଠନ ହେବା ପରେ ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ। ୧୯୭୮ ମସିହା ପରେ ରତ୍ନ ଭଣ୍ଡାର ପୁଣି ଖୋଲିବାକୁ ଯାଉଛି, ତେଣୁ ମହାପ୍ରଭୁଙ୍କ ଆର୍ଶୀବାଦ ଆବଶ୍ୟକ। ଆସନ୍ତାକାଲି ଏନେଇ ବୈଠକ ବସିବ, କିପରି ରତ୍ନ ଭଣ୍ଡାର ଖୋଲାଯିବ, କଣ ପଦକ୍ଷେପ ନିଆଯିବ ତାକୁ ନେଇ ନିଷ୍ପତ୍ତି ହେବ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜଷ୍ଟିସ୍ ରଥ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଦୋହରାଇଛନ୍ତି।

ଏବେ ପ୍ରଶ୍ନ ରତ୍ନଭଣ୍ଡାର ଖୋଲିଲେ ଆଗ ମରାମତି ହେବ ନା ଆଗ ହେବ ଗଣତି ମଣତି ? ASI ମରାମତିର ମୋଡାଲିଟି କଣ ରହିବ, ଗଣତି ମଣତି ବି କିପରି ହେବ, କେବେଠୁ ଆରମ୍ଭ ହୋଇ କେବେ ସରିବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରିନି। କେବଳ ସେତିକି ନୁହେଁ, ଇନଭେଣ୍ଟୋରି କମିଟିର ସଦସ୍ୟଙ୍କ କହିବା ଅନୁଯାୟୀ, ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି 2018 ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତାର ପରୀକ୍ଷା ହୋଇନାହିଁ। ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି।

Advertisment
Srimandir Lord Jagannath Puri Srimandir Ratna Bhandar Prithviraj Harichandan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ