Advertisment

କେମିତି ହେଲା ହାତୀ ରାମୁର ମୃତ୍ୟୁ ?

ଚନ୍ଦକାରେ ଆଉ ଶୁଣିବାକୁ ମିଳିବନି ବୟସ୍କ ଗଜ ରାମୁର ଗର୍ଜନ କି ଦେଖିବାକୁ ମିଳବନି ତା’ ହରକତ । ଜୀବନର ୪୦ ବର୍ଷ ଚନ୍ଦକା ଜଙ୍ଗଲରେ ରାଜା ଭଳି ଜିଇଁବା ପରେ ଆଖି ବୁଜିଛି ହାତୀ ରାମୁ ।

ଅଦ୍ୟତନ ହୋଇଛି
Chandaka Elephant Ramu Death

Elephant Ramu

Advertisment

ଚନ୍ଦକାରେ ଆଉ ଶୁଣିବାକୁ ମିଳିବନି ବୟସ୍କ ଗଜ ରାମୁର ଗର୍ଜନ କି ଦେଖିବାକୁ ମିଳବନି ତା ହରକତ । ଜୀବନର ୪୦ ବର୍ଷ ଚନ୍ଦକା ଜଙ୍ଗଲରେ ରାଜା ଭଳି ଜିଇଁବା ପରେ ଆଖି ବୁଜିଛି ହାତୀ ରାମୁ । ହେଲେ କେମିତି ହେଲା ହାତୀ ରାମୁର ମୃତ୍ୟୁ ? ଏଥିପାଇଁ ଦାୟୀ କିଏ ? 
କୁହାଯାଉଛି ଗତକାଲି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ଆଖି ବୁଜିଛି ରାମୁ । ରାମୁ, ତା’ରି ଆଖି ସାମ୍ନାରେ ଦେଖିଛି ଚନ୍ଦକା ହାତୀ ଅଭୟାରଣ୍ୟ ଚତୁଃପାର୍ଶ୍ବରେ ଗଢି ଉଠିଛି କଂକ୍ରିଟ ସହର ।

Advertisment

ତାରି ଚଲାପଥରେ ଗଢି ଉଠିଛି ବିଭିନ୍ନ ବସ୍ତି ଓ ଆପାର୍ଟମେଣ୍ଟ । ହେଲେ ଏସବୁ ପରେ ଜଙ୍ଗଲ ଓ ଜଙ୍ଗଲ ବାହାରେ ବୁଲି ବୁଲି କଦଳୀ ଗଛ ଭାଙ୍ଗି ଖାଇଛି ବାଡ଼ ବି ଭାଙ୍ଗିଛି। ହେଲେ ତା ଜୀବନ କାଳରେ କେବେ ମଣିଷକୁ ଆକ୍ରମଣ କରିନାହିଁ। ବେଳେ ବେଳେ ମଣିଷ ତାକୁ ଘଉଡାଇଛି ହେଲେ କେବେ ପ୍ରତି ଆକ୍ରମଣ କରିନାହିଁ ରାମୁ।ଏଭଳି ଏକ ହାତୀ ରାମୁର ଜୀବନ ସେହି ମଣିଷ ପାଇଁ ଚାଲିଗଲା ।

ଅଧିକ ପଢ଼ନ୍ତୁ: ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ଅଛନ୍ତି ଘଡ଼ିଆଳ

ସେପଟେ ହାତୀ ରାମୁର ସ୍ମୃତିରେ ତାର କଙ୍କାଳ ଏବଂ ଦାନ୍ତକୁ ଏକ ମ୍ୟୁଜିୟମରେ ସରଂକ୍ଷିତ ରଖିବା ପାଇଁ ଦାବି କରିଛନ୍ତି ପଶୁପ୍ରେମୀ । ଚନ୍ଦକା ଗୋଡ଼ିବାରୀ ଅଞ୍ଚଳରେ ଏକ ମ୍ୟୁଜିୟମ କରାଯାଇ ରଖାଯିବାକୁ ପ୍ରସ୍ତାବ ଦିଆଯାଇଛି। ପଶୁପ୍ରେମୀ ଶୁଭେନ୍ଦୁ ମଲ୍ଲିକ ଏହି ପ୍ରସ୍ତାବ ଦେଇଛନ୍ତି, ଜଙ୍ଗଲ ବିଭାଗ ଏହାକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଶଙ୍କର ହାତୀର କଙ୍କାଳକୁ ମଧ୍ୟ ମ୍ୟୁଜିୟମରେ ରଖା ଯାଇଛି ।

Advertisment

ରାମୁ ମୃତ୍ୟୁରେ ପିସିସିଏଫ ଶୋକ ପ୍ରକାଶ କରିବା ସହ ରାମୁ ସବୁଠୁ ଶକ୍ତିଶାଳୀ ହାତୀ ଥିଲେ ବି କେବେ କାହାକୁ ଆକ୍ରମଣ କରି ନଥିଲା ବୋଲି କହିଛନ୍ତି । ରାମୁର ଅସ୍ଥି କଙ୍କାଳକୁ ସଂରକ୍ଷଣ କରିବା ପାଇଁ ବିଚାର କରାଯାଉଛି ।

Elephant Chandaka Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ