Advertisment

ଓଡ଼ିଆ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ଓ ପର୍ଶୁରାମଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର

ଦୁଇ ଓଡ଼ିଆ ଭୂବିଜ୍ଞାନୀଙ୍କୁ ମିଳିଲା ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର । ବରିଷ୍ଠ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ପାତ୍ର ଓ ପର୍ଶୁରାମ ବେହେରାଙ୍କୁରାଷ୍ଟ୍ରୀୟ ଭୂବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଛି ।

ଅଦ୍ୟତନ ହୋଇଛି
2 Odias Geoscientists Honoured With National Geoscience Award

National Geoscience Award

Advertisment

ଓଡ଼ିଆ ଭୂବିଜ୍ଞାନୀଙ୍କୁ ମିଳିଲା ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର । ବରିଷ୍ଠ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ପାତ୍ରଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଛି । ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ଭୂବିଜ୍ଞାନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଶାନ୍ତ କୁମାର ପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ବି. ପ୍ରଶାନ୍ତ କୁମାର ପାତ୍ରଙ୍କୁ ଭୂବିଜ୍ଞାନ ଓ ପ୍ରାୟୋଗିକ ଭୂବିଜ୍ଞାନ ବ୍ୟକ୍ତିଗତ ବର୍ଗରେ ଏହି ପୁରସ୍କାର ମିଳିଛି ।

Advertisment

ରାୟଗଡାର ବାସିନ୍ଦା ପ୍ରଶାନ୍ତ ଏବେ ହାଇଦ୍ରାବାଦ ସ୍ଥିତ CSIR-NGRIରେ ମୁଖ୍ୟ ଭୂବିଜ୍ଞାନୀ ଅଛନ୍ତି । ସେ ୧୯୯୫ ମସିହାରୁ ସେ ଏହି ସଂସ୍ଥାରେ ବିଭିନ୍ନ ପଦପଦବୀରେ କାମ କରିଆସୁଛନ୍ତି । ଭୂବିଜ୍ଞାନ କ୍ଷେତ୍ରରେ ତାଙ୍କର ଅନେକ ଗବେଷଣା ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସା ଲାଭ କରିଛି । ପୂର୍ବରୁ ସେ ଭାରତୀୟ ଭୂବିଜ୍ଞାନ ସଂଘ ପକ୍ଷରୁ କ୍ରିଷ୍ଣନ ଗୋଲଡ ମେଡାଲ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ଅଧିକ ପଢ଼ନ୍ତୁ: ୩୩ ଜଣ ପାଇବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

Advertisment

ଗତକାଲି ପ୍ରଶାନ୍ତଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଭୂବିଜ୍ଞାନୀ ପର୍ଶୁରାମ ବେହେରା ମଧ୍ୟ ଭୂବିଜ୍ଞାନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଖଣି ଆବିଷ୍କାର ଓ ସନ୍ଧାନ ବର୍ଗରେ ଏହି ପୁରସ୍କାର ମିଳିଛି । ପର୍ଶୁରାମ ଏବେ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ଅଛନ୍ତି । ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର ସମାରୋହରେ ୧୨ଟି ବର୍ଗରେ ମୋଟ ୨୩ ଜଣ ବିଜ୍ଞାନୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Advertisment

President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ