Bhubaneswar Double Murder
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ଘଟିଛି ଡବଲ ମର୍ଡର । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଡବଲ ମର୍ଡର ହୋଇଛି । ଘଟଣାସ୍ଥଳରେ ଜଣେ ଏବଂ ଆଉ ଜଣେ ମେଡିକାଲରେ ପ୍ରାଣ ହରାଇଥିବା ଜଣାପଡ଼ି । ମୃତକ ରଶ୍ମିରଂଜନ ସେଠୀ ଓ ଜୁଲୁ ସେଠୀ ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ବାର୍ ଗାର୍ଲଙ୍କୁ ଅଟକ ରଖି ମାଲିକ ଓ ଏଜେଣ୍ଟ ଗିରଫ
ଗତ କିଛି ଦିନ ତଳେ କାର ପାର୍କିଂକୁ ନେଇ କଲ୍ୟାଣୀ ପ୍ଲାଜାର ମେଣ୍ଟେନାସ୍ ଦାୟିତ୍ବରେ ଥିବା ବାପିଙ୍କ ସହ ଝଗଡ଼ା ହୋଇଥିଲା । ମଙ୍ଗଳବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ବାପି ଓ ତାଙ୍କ ସହଯୋଗୀ ମାରଣାସ୍ତ୍ରରେ ରଶ୍ମିରଂଜନ ଓ ତାଙ୍କ ବନ୍ଧୁ ଜୁଲୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ଭୁବନେଶ୍ୱର ଡିସିପି ଗତକାଲି ଘଟଣାସ୍ଥଳକୁ ଯାଇ ନିଜେ ଛାନଭିନ୍ କରିଛନ୍ତି । ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723092832.jpg)