Advertisment

VC Appointments Delay : କୁଳପତି ନିଯୁକ୍ତିରେ ବାଧା କେଉଁଠି ?

ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟକୁ କେବେ ମିଳିବ କୁଳପତି ? କାହିଁକି ହେଉଛି ବିଳମ୍ବ ? କେଉଁଠି ରହିଛି ଅସୁବିଧା ? ତାକୁ ନେଇ କଳ୍ପନାଜଳ୍ପନା ଭିତରେ ସିଣ୍ଡିକେଟ୍ ଗଠନରେ ବିଳମ୍ବକୁ ଦାୟୀ କରିଛନ୍ତି ଶିକ୍ଷାବିତ୍।

VC Appointments Delay in Odisha Universities

VC Appointments Delay in Odisha Universities

Advertisment

ପ୍ରଥମେ ନ୍ୟାୟିକ ଅସଙ୍ଗତି ହଟିଲା, ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହେଲା। ଏହାପରେ କୁଳପତି ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି ହେବାକୁ ଦେଢ଼ମାସ ବିତିଗଲାଣି, କିନ୍ତୁ ନିଯୁକ୍ତ ହୋଇପାରୁ ନାହାନ୍ତି ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି। ହଟୁନି ବିଶ୍ବବିଦ୍ୟାଳୟ ସମସ୍ୟା। ଏବେ ବି ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ କୁଳପତି ପଦ ଖାଲି। କେଉଁଠି ଇନଚାର୍ଜ ନହେଲେ କେଉଁଠି କାମଚଳା କୁଳପତିରେ ଚାଲିଛି ବିଶ୍ବବିଦ୍ୟାଳୟ। ହେଲେ କାହିଁକି ? କେଉଁଠି ରହୁଛି ସମସ୍ୟା ? ବିଳମ୍ବର କାରଣ କଣ ?

Advertisment

ଶିକ୍ଷାବିତଙ୍କ ମତରେ ସିଣ୍ଡିକେଟ୍ ଗଠନରେ ବିଳମ୍ବ ହିଁ ପ୍ରଥମ କାରଣ। ନିୟମ ଅନୁଯାୟୀ ସିଣ୍ଡିକେଟର ଜଣେ ପ୍ରତିନିଧି, ରାଜ୍ୟପାଳଙ୍କ ଜଣେ ପ୍ରତିନିଧି ଏବଂ ୟୁଜିସିର ଜଣେ ପ୍ରତିନିଧି ମିଳିତ ଭାବେ କୁଳପତି ଚୟନ କରି କୁଳାଧିପତିଙ୍କ ପାଖକୁ ପଠାଇବେ। କୁଳାଧିପତିଙ୍କ ମୋହର ପରେ ନିଯୁକ୍ତ ହେବେ କୁଳପତି। ତେବେ ଗତ ଜୁନ୍ ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଜୁଲାଇ ୧୫ ତାରିଖ ଥିଲା କୁଳପତି ପଦ ପାଇଁ ଆବେଦନର ଶେଷ ତାରିଖ। କିନ୍ତୁ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ସିଣ୍ଡିକେଟ୍ ଗଠନ ହୋଇନଥିବାରୁ ସିଣ୍ଡିକେଟ୍ ପ୍ରତିନିଧି ବଛାଯାଇ ପାରୁନି, ପ୍ରକ୍ରିୟାରେ ବିଳମ୍ବ ହେଉଛି। ତେବେ ବିଶ୍ବବିଦ୍ୟାଳୟରେ ଅସ୍ଥାୟୀ କୁଳପତି ଥିବାରୁ ସିଣ୍ଡିକେଟ୍ ଗଢ଼ାଯିବାରେ କୌଣସି ସମସ୍ୟା ନଥିଲାବେଳେ କାହିଁକି ସିଣ୍ଡିକେଟ୍ ଗଢ଼ାଯାଇ ପାରୁନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ। 

ଏପଟେ କୁଳପତି ଚୟନ ହୋଇ ନପାରିବାରୁ ରାଜ୍ୟରେ ଅଧ୍ୟାପକ ମରୁଡ଼ି ସ୍ଥିତିରେ ବି ସୁଧାର ଆସୁନି। ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ଯାଏଁ ଫାଙ୍କା ପଡ଼ିଛି ୨ ହଜାରରୁ ଅଧିକ ଅଧ୍ୟାପକ ପଦବୀ। ବଡ଼କଥା ହେଉଛି କେବଳ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଛି ୭ ଶହରୁ ଅଧିକ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦବୀ। ତେଣୁ ପିଲାଙ୍କ ପାଠପଢାରେ ସାଂଘାତିକ ସ୍ଥିତି। କେବଳ ଗେଷ୍ଟ ଫାକଲଟିରେ କାମଚଳା ପାଠପଢ଼ା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ତେଜୁଛି।

Advertisment
Odisha News UGC University Grants Commission Odisha Higher Education Vice Chancellors Odisha Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ