Advertisment

Child Death: ଭୁଲ୍‌ ମେଡିସିନ୍‌ ଦେଲେ, ମରିଗଲା ପିଲା!

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ।

Tension In Capital Hospital

Tension In Capital Hospital

Advertisment

ଡାକ୍ତର ଭୁଲ୍‌ ମେଡିସିନ୍‌ ଦେଲେ। ମରିଗଲା ପିଲା। ଏଭଳି କିଛି ଅଭିଯୋଗ ଆସିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ। ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଭୁଲ୍‌ ମେଡିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ତେବେ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ତେବେ ଶିଶୁର ମୃତ୍ୟୁ ହେବା ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲି ଯାଇଥିଲେ । ପରେ ଯେଉଁ ଡାକ୍ତର ଆସିଥିଲେ ସେ ଭୁଲ ମେଡ଼ିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଏହାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ସେପଟେ ଶିଶୁ ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ ସହ ୪ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଥିବା ସାଲିଆ ସାହିର ଶିଶୁପୁତ୍ରକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ପରିବାର ଲୋକେ । ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ସେପଟେ ଚିକିତ୍ସା ଅବହେଳା ଅଭିଯୋଗକୁ ଶିଶୁରୋଗ ବିଭାଗ ମୁଖ୍ୟ ଖଣ୍ଡନ କରିଛନ୍ତି । ତେବେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଘଟଣାର ତଦନ୍ତ ଚାଲିଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । 

Advertisment

Odisha Capital Hospital Medical Negligence Child Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ