Advertisment

ସାଂଘାତିକ ବନ୍ୟା ସ୍ଥିତି ! କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର...

ଗ୍ରାଉଣ୍ଡ ଜିରୋରେ ବିପନ୍ନଙ୍କ ଦୁର୍ଦ୍ଦଶା ପରଖିଲା ଓଟିଭି । ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମ ଗେଟ୍ ଖୋଲିବାରୁ ସ୍ଥିତି ଅଣାୟତ୍ତ ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Balasore Flood

Balasore Flood

Advertisment

ବର୍ଷା ଛାଡ଼ିଯାଇଛି... ହେଲେ ଛାଡ଼ିନି ବନ୍ୟା, କମିନି ଦୁର୍ଦ୍ଦଶା। ୪ ଦିନ ହେଲା ଯମଯନ୍ତ୍ରଣା ଦେଉଛି ସୁବର୍ଣ୍ଣରେଖାର ଜଳଯନ୍ତ୍ରଣା। ଆକାଶ ଟିକେ ଫର୍ଚ୍ଚା ହୋଇ ଖରା ବାହାରିବା ପରେ, ବଜାରକୁ ଯାଇ ଆଳୁପିଆଜ ଓ ଚୁଡ଼ା ବିସ୍କୁଟ ଆଦି କିଣିଛନ୍ତି ଲୋକେ। ହେଲେ ଦହଗଞ୍ଜ କରୁଛି ପିଇବା ପାଣି ସମସ୍ୟା। ବଢ଼ିପାଣିରେ ଅଧିକାଂଶ ନଳକୂଅ ବୁଡ଼ିଯାଇଥିବାରୁ, ଜଳ ଘେରରେ ଥାଇବି ଦେଖାଦେଇଛି ଜଳ ସଂକଟ।

Advertisment

ବାଲିଆପାଳ ବ୍ଲକର ତାଳପଦା ଗାଁର ଘରେ ଘରେ ପାଣି ପଶିଛି, ଛାତ ଉପରେ ଜରିପାଲ ଟାଣି ରୋଷେଇ କରାଯାଉଛି। କିଏ ଭାତ ମୁଠେ ଫୁଟାଉଛି, ତ ଆଉ କିଏ ଚୁଡ଼ାମୁଢ଼ିରେ କାମ ଚଳାଉଛି।

ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ । ସବୁଠି ଏଇ ସମାନ ଚିତ୍ର। ୩ଟି ଯାକ ବ୍ଲକର ଶତାଧିକ ଗାଁରେ ବନ୍ୟାସ୍ଥିତି ଏବେବି ଗମ୍ଭୀର । ଭୋଗରାଇ ବ୍ଲକ୍ କୁସୁଡ଼ା ଗାଁ। ଜଳମଗ୍ନ ଘରଦ୍ୱାର, ରାସ୍ତାରେ ଚାଲୁଛି ଭେଳା। ଜଳବନ୍ଦୀ ଗାଁଗୁଡ଼ିକ ପାଇଁ ଭେଳା, ଦେଶୀ ଡଙ୍ଗା ଓ ସରକାରୀ ପାୱାର ବୋଟ୍ ଆଦି ଯାତାୟାତର ଏକମାତ୍ର ମାଧ୍ୟମ। ତେବେ ଏଥିରେ ବହୁ ମହିଳା ଓ ଶିଶୁ ଜ୍ୱରରେ ପୀଡ଼ିତ ହୋଇ ହସ୍ପିଟାଲକୁ ବିପଦସଂକୁଳ ଅବସ୍ଥାରେ ଯାଉଥିବା ଦେଖିବାକୁ ମିଳିଛି। ତେବେ ଦିନେ ଦୁଇଦିନ ଭିତରେ ଜଳସ୍ତର କମିଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

Advertisment

ପ୍ରାୟ ୩୯୫ କିଲୋମିଟର ଦୀର୍ଘ ସୁବର୍ଣ୍ଣରେଖା। ଝାଡ଼ଖଣ୍ଡ ଛୋଟ୍ ନାଗପୁରରୁ ବାହାରି ପଶ୍ଚିମବଙ୍ଗ ଦେଇ ଭୋଗରାଇର କୀର୍ତ୍ତନିଆ ମୁହାଣରେ ସମୁଦ୍ରରେ ମିଶିଛି। ତେବେ ବାଲେଶ୍ୱର ଜିଲ୍ଲାର ଏଇ ଜୀବନରେଖା ବର୍ଷାଦିନ ଆସିଲେ ଅଧିକାଂଶ ବର୍ଷ ଯନ୍ତ୍ରଣା ପାଲଟୁଛି। ଉପରମୁଣ୍ଡରେ ଅଧିକ ବର୍ଷା ସହ, କୁହାଯାଉଛି- ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍ ଗାଲୁଡିହି ବ୍ୟାରେଜ ଗେଟ୍ ଖୋଲିବା ଯୋଗୁଁ, ଉବୁଟୁବୁ ହେଉଛି ଜଳେଶ୍ୱର ସମେତ ୪ଟି ବ୍ଲକର ୩ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ। ତେଣୁ ଓଡ଼ିଶା ସରକାର ଝାଡ଼ଖଣ୍ଡ ସହ ଯୋଗାଯୋଗ ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଜଳସଂପଦ ବିଭାଗର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ।

Balasore Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ