Advertisment

କ୍ୟାନସର ହସ୍ପିଟାଲରେ ନାହାନ୍ତି ଡାକ୍ତର କି କର୍ମଚାରୀ, ଚିକିତ୍ସା ନପାଇ ରୋଗୀ ନିରାଶ

ଉଦଘାଟନରେ ସୀମିତ ରହିଗଲା ବରଗଡ଼ କ୍ୟାନସର ହସ୍ପିଟାଲ । ରୋଗୀ ପାଉ ନାହାନ୍ତି ଉପଯୁକ୍ତ ଚିକିତ୍ସା। ଡାକ୍ତର ଅଭାବ। ନାହାନ୍ତି ଷ୍ଟାଫ୍ କି ଟେକ୍ନିସିଆନ୍ ।

Bargarh Cancer Hospital

Bargarh Cancer Hospital

Advertisment

କ୍ୟାନ୍ସର ହସ୍ପିଟାଲକୁ କ୍ୟାନ୍ସର ! ଚକାଚକ୍ ମେଡିକାଲ । କିନ୍ତୁ ରୋଗୀ ପାଉ ନାହାନ୍ତି ଉପଯୁକ୍ତ ଚିକିତ୍ସା। ଡାକ୍ତର ଅଭାବ। ନାହାନ୍ତି ଷ୍ଟାଫ୍ କି ଟେକ୍ନିସିଆନ୍ ।ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ବାହାର ଓ ଭିତର ଚିକଚିକ୍ ମାରୁଥିବା ବରଗଡ଼ କ୍ୟାନସର ହସ୍ପିଟାରେ ଏମିତି ଚାଲିଛି କର୍କଟ ରୋଗୀଙ୍କ ଚିକିତ୍ସା । କେବଳ ଉଦଘାଟନରେ ସୀମିତ ରହିଗଲା ବରଗଡ଼ କ୍ୟାନସର ହସ୍ପିଟାଲ । ନାହାନ୍ତି ଡାକ୍ତର, ପାରା ମେଡିକାଲ୍ ଷ୍ଟାଫ । କ୍ୟାନସର ହସ୍ପିଟାଲରେ ଦକ୍ଷ ଟେକ୍ନିସିଆନଙ୍କ ଅଭାବ । ଚିକିତ୍ସା ନପାଇ କର୍କଟ ରୋଗୀ ନିରାଶ ।

Advertisment

ବହୁ ଦିନର ଦାବି ଓ ଆନ୍ଦୋଳନ ପରେ ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେଲା କ୍ୟାନସର ହସ୍ପିଟାଲ। କାର୍ଯ୍ୟକ୍ଷମ ହେଲା ସିନା। କିନ୍ତୁ ରୋଗୀ ଉପଯୁକ୍ତ ଚିକିତ୍ସା ପାଉ ନାହାନ୍ତି । ଅଭିଯୋଗ ହୋଇଛି, ଡାକ୍ତର କି କର୍ମଚାରୀ ନାହାନ୍ତି । ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ ଥିଲେ ବି ଦକ୍ଷ ଟେକନିସିଆନଙ୍କ ଅଭାବ । ଫଳରେ ଚିକିତ୍ସା ନପାଇ ରୋଗୀ ନିରାଶ ହେଉଛନ୍ତି । 

ସିଡିଏମଓ କହିଛନ୍ତି, ନୂଆ ଡାକ୍ତର ଓ କର୍ମଚାରୀ ନିଯୁକ୍ତ ହୋଇ ନାହାନ୍ତି । ସେପଟେ ବରଗଡ଼ ସାଂସଦ କହିଛନ୍ତି, ସରକାର ଅବଗତ ଅଛନ୍ତି । ଖୁବଶୀଘ୍ର କର୍କଟ ହସ୍ପିଟାଲ ପୂର୍ଣ୍ଣକ୍ଷମ ହେବ। କେବଳ ଡେକେୟାର ଏବଂ ଓପିଡି ଚାଲିଛି। ରୋଗୀ ଅଭିଯୋଗ କରିଛନ୍ତି, ଆତ୍ମା ବିନା ଶରୀର ଭଳି ଠିଆ ହୋଇଛି କ୍ୟାନସର ହସ୍ପିଟାଲ। ରାତିରେ ଗୁରୁତର ରୋଗୀ ଆସିଲେ ପଠାଯାଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ସେଠି ସିଟ୍ ନମିଳିବାରୁ ରୋଗୀ ତଳେ ଗଡୁଥିବା ଅଭିଯୋଗ ହୋଇଛି । 

Advertisment

କ୍ୟାନସର ପ୍ରପୀଡିତ ବରଗଡ଼ ଜିଲ୍ଲାରେ ହସ୍ପିଟାଲ ପ୍ରତିଷ୍ଠା ହେଲା। କିନ୍ତୁ ରୋଗୀଙ୍କ ଆଶା ଭରସାକୁ ପାଣିଚିଆ କରିଛି ଡାକ୍ତର ଓ ଆବଶ୍ୟକ ମାନବସମ୍ବଳ ଅଭାବ। ବରଗଡ଼ ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟରୁ ଏଠାକୁ ରୋଗୀ ଆସି ନିରାଶ ହେଉଛନ୍ତି । ସିଡିଏମଓ କହିଛନ୍ତି, ନୂଆ ଡାକ୍ତର କି ପାରା ମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ହୋଇ ନାହାନ୍ତି । ସେପଟେ ବରଗଡ଼ ସାଂସଦ କହିଛନ୍ତି, ପୂର୍ବ ସରକାର ଉଦଘାଟନ ପରେ ଅଚଳ କରି ପକାଇଥିବା ହସ୍ପିଟାଲକୁ ପୂର୍ଣ୍ଣକ୍ଷମ କରିବେ ମୋହନ ସରକାର। ଏବେ ଅପୋକ୍ଷା କେବେ ନିଯୁକ୍ତ ହେବେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ? କେବେ ରୋଗୀଙ୍କୁ ମିଳିବ ଉପଯୁକ୍ତ ଚିକିତ୍ସା ।

Cancer Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ