ନା ଡ଼ର .. ନା ଭୟ!! ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣର ଲାଇଭ୍ ଦୃଶ୍ୟ । ଶ୍ରୀମନ୍ଦିର ପାଖରେ... ପଶ୍ଚିମ ଦ୍ୱାର ନିକଟରେ...ସର୍ବ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ହାଣିଲେ ।

Sri Mandir

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣର ଲାଇଭ୍ ଦୃଶ୍ୟ । ଶ୍ରୀମନ୍ଦିର ପାଖରେ... ପଶ୍ଚିମ ଦ୍ୱାର ନିକଟରେ...ସର୍ବ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ହାଣିଲେ । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଓ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଘଟଣାରେ ଆସିଲା CCTV ଫୁଟେଜ୍ । ତଳେ ଦିଆଯାଇଥିବା ଓଟିଭିର ଏହି EXCLUSIVE ଫୁଟେଜ୍ ଭଲ ଭାବେ ଦେଖନ୍ତୁ ।

କେମିତି ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଖଣ୍ଡାରେ ହାଣି ଚାଲିଛି ଦୁବୃର୍ତ୍ତ । ଗୋଟେ କି ଦୁଇ ଥର ନୁହେଁ ଏକାଧିକ ଥର ଆକ୍ରମଣ କରୁଛି । ପଶ୍ଚିମ ଦ୍ୱାର ନିକଟରେ ଶୁକ୍ରବାର ସଂଧ୍ୟାରେ ନିଜ ସ୍କୁଟର୍ ବାହାର କରୁଥିବା ବେଳେ ରାମଚନ୍ଦ୍ରଙ୍କ ଉପରକୁ ଆକ୍ରମଣ ହୋଇଥିଲା । ରାମଚନ୍ଦ୍ର ଆକ୍ରମଣର ଏକାକୀ ସାମ୍ନା କରୁଛନ୍ତି, ଆଖପାଖରେ ଅନେକ ଲୋକ ଅଛନ୍ତି ତଥାପି ନା କେହି ପ୍ରତିହତ କରୁଛନ୍ତି ନା କେହି ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ବି କରୁଛନ୍ତି ।

ଘଟଣାକୁ ନେଇ ଏବେ ପୋଲିସ୍ ତଦନ୍ତ କରୁଥିବା ବେଳେ ଅଭଯୁକ୍ତକୁ ଖୋଜୁଛି ପୋଲିସ୍ । ତେବେ ରାବିଡ଼ି ବିକାକୁ ନେଇ ଏହି ଘଟଣା ଘଟିଥିବା ଜଣା ପଡ଼ିଛି । କିଏ ରାବିଡ଼ି ବିକିବ, ଏହାକୁ ନେଇ ଗତ କିଛିଦିନ ଧରି ବଚସା ଲାଗି ରହିଥିଲା । କେବଳ ଯେଉଁମାନଙ୍କୁ ଅନୁମତି ମିଳିଛି, ସେମାନେ ହିଁ ବିକ୍ରି କରିବେ ବୋଲି କୁହାଯାଇଛି । ତଥାପି କିଛି ସେବାୟତ ଏହାକୁ ମାନୁନଥିବା ଜଣା ପଡ଼ିଛି । ଫଳରେ ରାବିଡ଼ି ବିକ୍ରିକୁ ନେଇ ଏହି ହଣାକଟା ହୋଇଛି ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି ।

ଆନନ୍ଦବଜାର ଭିତରେ ରାବିଡ଼ି ବିକ୍ରି ବନ୍ଦ କରିବାକୁ ନେଇ ସୁପରଭାଇଜର୍ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଏହି ଆକ୍ରମଣ ହୋଇଥିବା ସୁରାକ୍ ପାଇଛି ପୋଲିସ୍ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ଶ୍ରୀମନ୍ଦିରରୁ ନିଲମ୍ବିତ କରାଯାଇଛି ।