Advertisment

Bhubaneswar Tragedy: ଟ୍ରେନ୍ ଲାଇନରେ ଡେଲିଭରି ବୟଙ୍କ ଡେଡ ବଡି

ପୁଣି କାଳ ସାଜିଲା କି ଅନଲାଇନ୍ ଗେମ୍ ନିଶା । ଅନଲାଇନ୍ ଗେମରେ ଫସି ଜୀବନ ହାରିଲେ କି ଯୁବକ । ଆଜି ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ନିକଟ ଟ୍ରେନ୍ ଲାଇନରୁ ସନ୍ଦେଶ ଦାଶ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Bhubaneswar Tragedy: Food Delivery Agent Found Dead on Railway Tracks

Bhubaneswar Tragedy: Food Delivery Agent Found Dead on Railway Tracks

Advertisment

ଟ୍ରେନ୍ ଲାଇନରେ ଡେଲିଭରି ବୟଙ୍କ ଡେଡ ବଡି । ମୁଣ୍ଡ ଗଣ୍ଡି ପୁରା ଅଲଗା । ଆଜି ସକାଳୁ ସକାଳୁ ଲିଙ୍ଗରାଜ ଷ୍ଟେସନ ରୋଡ଼ର ପୁନାମା ଗେଟ ମଧ୍ୟରେ ଥିବା ରେଳ ଧରଣାରୁ ମିଳିଥିଲା ଜଣେ ଯୁବକଙ୍କ ମୃତଦେହ । ପୋଲିସର ତନାଘନା ପରେ ମୃତ ଯୁବକ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ୨୨ ବର୍ଷୀୟ ସନ୍ଦେଶ ଦାସ ବୋଲି ଜଣାପଡିଥିଲା । ପ୍ରାଥମିକ ତଦନ୍ତରୁ ସେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସନ୍ଦେଶ ଫୁଡ୍ ଡେଲିବରି ବୟ ଭାବେ କାମ କରୁଥିଲେ । ସେ ଭୁବନେଶ୍ବର ସତ୍ୟନଗର ଅଞ୍ଚଳରେ ନିଜ ବଡ଼ଭାଇଙ୍କ ସହିତ ଘର ଭଡା ନେଇ ରହୁଥିଲେ । ତାଙ୍କ ବଡ଼ ଭାଇ ସନ୍ଦୀପ ଦାସ ଜଣେ ଟ୍ରାଭେଲ ବ୍ଲଗର । ରେଳ ଧାରଣା ନିକଟରୁ ମିଳିଥିବା ବାଇକଟି ସନ୍ଦୀପଙ୍କ ବୋଲି ଜଣାପଡିଛି ।
 

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ସନ୍ଦେଶ ରେଳ ଧାରଣା ନିକଟ ରାସ୍ତାରେ ବାଇକ୍ ରଖି ଫୋନରେ କଥା ହେଉଥିଲେ । ସେ ବଡ ପାଟିରେ ଚିତ୍କାର କରି କଥା ହେଉଥିଲେ । ଏହା ପରେ ସେ ଟ୍ରେନ୍ ଆଗକୁ ଡେଇଁ ପଡିଥିବା କୁହାଯାଉଛି । ତେବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସନ୍ଦେଶ ? କଣ ସମସ୍ୟା ହେଲା ଯେଉଁଥି ପାଇଁ ସେ ନିଜ ଜୀବନ ହାରିଦେଲେ ? ସନ୍ଦେଶଙ୍କ ସୋସିଆଲ୍ ମିଡିଆ ପେଜରୁ ସେ ଅନଲାଇନ୍ ଗେମ୍ ଖେଳୁଥିବା ଅନୁମାନ କରିହେଉଛି । ଏପରିକି ତାଙ୍କ ଜଣେ ସାଙ୍ଗ ମଧ୍ୟ ସନ୍ଦେଶ ଅନଲାଇନ୍ ଗେମ୍ ଖେଳୁଥିଲେ ବୋଲି କହିଛନ୍ତି । ତେଣୁ ଅନଲାଇନ୍ ଗେମ୍ ଯୋଗୁଁ ସେ ମାନସିକ ଚାପରେ ଥିଲେ କି ? ତେଣେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
 
 
ଅନ୍ୟପକ୍ଷରେ ସନ୍ଦେଶଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଢେଙ୍କାନାଳ ଭାପୁର ଫାଣ୍ଡି ଗଞ୍ଜେଇଡିହ ଗାଁରେ ଶୋକର ଛାୟା । ତେବେ ତାଙ୍କର କୌଣସି ଖରାପ ଅଭ୍ୟାସ ଅବା ପ୍ରେମ ସମ୍ବନ୍ଧୀୟ ସମସ୍ୟା ନ ଥିବା ପରିବାର ଲୋକ କହିଛନ୍ତି । 

Bhubaneswar News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ