Advertisment

Badminton Centre: ବିବାଦ ପାଇଁ ଫସିଗଲା କି ଆଇକନିକ୍ 'ଦି ସଟଲ୍' ?

ବିବାଦ ଭିତରେ ଫସିଛି କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଗୋପିଚାନ୍ଦ ବ୍ୟାଡମିଣ୍ଟନ High Performance Centre ଦ ସଟଲ

ଅଦ୍ୟତନ ହୋଇଛି
Bhubaneswar Badminton High Performance Centre Remains Closed

Bhubaneswar Badminton High Performance Centre Remains Closed

Advertisment

ବିବାଦ ଭିତରେ ଫସିଛି କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଗୋପିଚାନ୍ଦ ବ୍ୟାଡମିଣ୍ଟନ  High Performance Centre ଦ ସଟଲ। ଉଦଘାଟନର ୯ ମାସ ବିତିଯାଇଥିଲେ ହେଁ ବ୍ୟାଡମିଣ୍ଟନ ପ୍ରତିଭାଙ୍କ ଲାଗି ଖୋଲି ପାରୁନି ଏହି ଆଇକନିକ୍  ଷ୍ଟାଡିୟମର ଦ୍ବାର । ତେବେ କଣ ପାଇଁ କାର୍ଯ୍ୟକାରୀ ହୋଇପାରୁନି ବିଶ୍ବସ୍ତରୀୟ ଷ୍ଟାଡିୟମ୍ । କାହିଁକି ଉଦଘାଟନ ପରଠାରୁ ଓଡ଼ିଶା ଆସୁନାହାନ୍ତି ପୁଲେଲା ଗୋପିଚାନ୍ଦ । କ୍ରୀଡା ବିଭାଗ କାହିଁକି ଏହାକୁ ନେଇ ଚୁପ୍ । ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠୁଛି। ସେପଟେ ଶୀଘ୍ର ଏହି ବ୍ୟାଡମିଣ୍ଟନ ସେଣ୍ଟରକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଖେଳାଳି ଓ କୋଚ୍ ।

Advertisment

ଗତ ବର୍ଷ ଡିସେମ୍ବର ୧୨ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ High Performance Centre ଦି ସଟଲ୍ ର ଉଦଘାଟନୀ ଅବସରରେ ଏହା କହିଥିଲେ ଲିଜେଣ୍ଡ ପୁଲେଲା ଗୋପୀଚାନ୍ଦ। ...ଆଶା କରାଯାଉଥିଲା ଏହି ବିଶ୍ବସ୍ତରୀୟ ଷ୍ଟାଡିୟମ ଉଦଘାଟନ ପରେ ରାଜ୍ୟର ଅନେକ ପ୍ରତିଭାବାନ୍ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସୁଯୋଗ ମିଳିବ। ସଟଲ୍ ସ୍ପୋର୍ଟ୍ସରେ ଆଗକୁ ବଢିବାରେ ଏହା ସହାୟକ ହେବ। ହେଲେ ଉଦଘାଟନର ୯ ମାସ ବିତିଯାଇଥିଲେ ବି ଏ ଯାଏ ଆରମ୍ଭ ହୋଇ ପାରିନି ଏହି ଅତ୍ୟାଧୁନିକ High Performance Centreଏହାକୁ ନେଇ ବ୍ୟାଡମିଣ୍ଟନ ଖେଳାଳି ଓ କୋଚଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।...

 ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ, ପୁଲେଲା ଗୋପିଚାନ୍ଦ ଫାଉଣ୍ଡେସନ୍ ଏବଂ ଡାଲମିଆ ଭାରତ ଗ୍ରୁପ୍ ର ମିଳିତ ଉଦ୍ୟମରେ ତିଆରି ହୋଇଥିଲା ବ୍ୟାଡମିଣ୍ଟନ ସଟଲ କକ୍ ଆକୃତି ସଦୃଶ ଏହି ଆଇକନିକ୍ ଷ୍ଟାଡିୟମ୍। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ବ୍ୟାଡମିଣ୍ଟନ ସଂଘର ସଭାପତି ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଗୋପିଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାଜ୍ୟର କୁନି ପ୍ରତିଭାଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟସ୍ତରୀୟ ଖେଳାଳି ସୃଷ୍ଟି କରିବା। ହେଲେ ଏ ପର୍ଯ୍ୟନ୍ତ ଏହି ଏଚପିସିର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିନାହିଁ ।

Advertisment

ତେବେ ଦ ସଟଲ୍ ଏ ପର୍ଯ୍ୟନ୍ତ ନ ଖୋଲିବାର କାରଣ କଣ ? ଏହା ପଛରେ କଣ ରହିଛି ସମସ୍ୟା ? ସୂଚନା ଅନୁସାରେ, ଓଡ଼ିଶାକୁ ଦ୍ୱିତୀୟ ଘର ଭାବେ ବାଛିଥିବା ଗୋପୀଚାନ୍ଦ ଉଦଘାଟନ ପରଠାରୁ ଓଡ଼ିଶା ଆସି ନାହାନ୍ତି। ପୁଣି କୁହାଯାଉଛି, ଦି ସଟଲ ନିର୍ମାଣ ପୂର୍ବରୁ କ୍ରୀଡା ବିଭାଗ, ଡାଲମିଆ ଭାରତ ଗ୍ରୁପ୍ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ ମଧ୍ୟରେ ହୋଇଥିବା MOUର କିଛି ସର୍ତ୍ତାବଳୀକୁ ବର୍ତ୍ତମାନର ସରକାର ଗ୍ରହଣ କରୁନାହାନ୍ତି । ଏଣୁ ଏହାକୁ ଆରମ୍ଭ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ସେପଟେ ଏ ନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।...

ରାଜଧାନୀର କେନ୍ଦ୍ର ସ୍ଥଳରେ ୭୭ହଜାର ବର୍ଗଫୁଟ ଜମିରେ ଛିଡ଼ା ହୋଇଥିବା ଏହି ଆଇକନିକ୍ High Performance Centreକୁ ୭୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛି ଡାଲମିଆ ଭାରତ ଗ୍ରୁପ୍ । ଏଠାରେ ଶୀତତାପ ନିୟନ୍ତ୍ରିତ ୮ଟି କୋର୍ଟ ଥିବା ବେଳେ ୨୨ଜଣ ବାଳକ ଏବଂ ୧୪ଜଣ ବାଳିକା ଏଠି ରହି ଖେଳିବା ବ୍ୟବସ୍ଥା ଅଛି। ଏଥିସହିତ ନ୍ୟୁଟ୍ରିସନ୍ କାଫେଟେରିଆ ବ୍ୟବସ୍ଥା ସାଙ୍ଗକୁ ଯୋଗ ଏବଂ ରିଲେକ୍ସେସନ୍ ପାଇଁ ମଧ୍ୟ ସୁବିଧା ରହିଛି।...

Advertisment

ଭୁବନେଶ୍ବରରୁ କ୍ୟାମେରାପର୍ସନ ଅନନ୍ତ ବାସୁଦେବ ଓ ଅବଦୁଲ ଅଜିଜଙ୍କ ସହ ଡି. ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ

Odisha Sports News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ