Advertisment

ଭୁବନରେ ବଡ଼ ଅଘଟଣ; ପାରିବାରିକ କଳହରୁ ନିଜକୁ ଜାଳିଦେଲେ ମହିଳା

ପୁଣି ଜଣେ ମହିଳା ନିଜକୁ ଜାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ପାରିବାରିକ କଳହରୁ ନିଜକୁ ଶେଷ କରିଦେବାକୁ ଚାହିଁଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ମହିଳା

ଅଦ୍ୟତନ ହୋଇଛି
Dhenkanal Woman

Dhenkanal Woman, Overwhelmed by Debt, Sets Herself Ablaze; Battles for Life at SCB Hospital

Advertisment

ପୁଣି ଜଣେ ମହିଳା ନିଜକୁ ଜାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ପାରିବାରିକ କଳହରୁ ନିଜକୁ ଶେଷ କରିଦେବାକୁ ଚାହିଁଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ମହିଳା । ଖବର ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ NAC ପୁରୁଣା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜକୁ ଆତ୍ମଦାହ କରିବାକୁ ଉଦ୍ୟମ କରିଥିବା ମହିଳାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।  ସୂଚନା ଅନୁସାରେ ଋଣ କିସ୍ତି ଟଙ୍କା ପୈଠକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ଜଣାପଡ଼ିଛି ।

Advertisment

ଗତକାଲି ବରଗଡ଼ରୁ ମଧ୍ୟ ସମାନ ଘଟଣା ଘଟିଥିଲା । ଅର୍ଦ୍ଧଦଗ୍ଧ ନାବାଳିକା ଜଣଙ୍କ କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ । ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ଫିରିଙ୍ଗିମାଲ ଗାଁ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ନାବାଳିକା ଜଣଙ୍କ ମାମୁଘରେ ରହୁଥିଲେ । ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ଘଟଣା ପାଇଁ ଉତ୍ତରାଞ୍ଚଳ ଆଇଜି ପାରିବାରିକ ବିବାଦ କଥାକୁ ଇଶାରା କରିଥିଲେ। ସେପଟେ ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଧରି ତଦନ୍ତ କରୁଥିବାବେଳେ ରହସ୍ୟ ଘନେଇବାରେ ଲାଗିଛି। 

ଅନ୍ୟପଟେ ସାମାନ୍ୟ ଘଟଣାରେ କାହିଁକି ବଢୁଛି ଆତ୍ମହତ୍ୟା ? କେବେ ଛାତ୍ରୀ ତ ପ୍ରାପ୍ତ ବୟସ୍କା ନିଜକୁ ଜାଳି ପୋଡ଼ି ମାରି ଦେବାକୁ ଚାହିଁଛନ୍ତି । ରାଜ୍ୟରେ ୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ତଥ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି। ମାନସିକ ଚାପ, ମାନସିକ ସମସ୍ୟା ଏବଂ ଅପରିପକ୍ବତା ଏହା ପଛର କାରଣ ବୋଲି ବିଶେଷଜ୍ଞ କହିଥିବା ବେଳେ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ନିଜ ମନକଥା ଖୋଲାଖୋଲି ବାଣ୍ଟି ପାରିଲେ ଦୁଃଖ ଓ ଚାପ ଲାଘବ ହୋଇପାରିବ ବୋଲି ପରାମର୍ଶ ଦେଇଛନ୍ତି ।  

Advertisment
Bhubaneswar Dhenkanal Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ