Cuttack Barabati stadium gears up for Odisha Premier League kickoff on September 17
ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଆଇପିଏଲ ଫର୍ମାଟରେ ଖେଳାଯିବ ଫଟାଫଟ କ୍ରିକେଟ୍। ଏନେଇ ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା। ଖେଳାଳିଙ୍କ ଦାମ କେତେ, କେତୋଟି ଟିମ୍ ରହିଛନ୍ତି। ଖବର ଅନୁସାରେ ବାରବାଟୀ ଷ୍ଟାଡିୟମ୍ରେ ଚଳିତ ମାସ ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍) ଲାଗି ଫ୍ରାଞ୍ଚାଇଜ୍ଗୁଡ଼ିକର ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି। ପ୍ରତି ଦଳରେ ୧୬ ଲେଖାଏଁ ଖେଳାଳି ରହିଛନ୍ତି। ଖେଳାଳିଙ୍କୁ ବିଭିନ୍ନ ବର୍ଗ ମରକ୍ୟୁ (୧,୨୫,୦୦୦ ଟଙ୍କା), ‘ଏ’ (୧,୦୦,୦୦୦ ଟଙ୍କା), ‘ବି’ (୭୫,୦୦୦ ଟଙ୍କା), ‘ସି’ (୫୦,୦୦୦ ଟଙ୍କା) ଓ ‘ଡି’ (୪୦,୦୦୦ ଟଙ୍କା)ରେ ଫ୍ରାଞ୍ଚାଇଜ୍ଗୁଡ଼ିକ ଦଳରେ ସାମିଲ କରିଛନ୍ତି।
କଟକ ପାନ୍ଥର୍ସ: ସ୍ବସ୍ତିକ୍ ସାମଲ (ଅଧିନାୟକ), ବିପ୍ଳବ ସାମନ୍ତରାୟ, ଅଭିଷେକ ରାଉତ, ହର୍ସିତ ରାଥୋଡ, ଶୁଭମ୍ ଶତ୍ରୁଜିତ୍, ତାପସ କୁମାର ଦାସ, ପାନକଳା ଶଶାଙ୍କ, ଦୀନେଶ କୁମାର ମାଝି, ମହମ୍ମଦ ସୋହିଲ ଖାନ୍, ପ୍ରଶାନ୍ତ ରଣା, ସ୍ବୟମ୍ ରାଉତରାୟ, ରାଜ ଯାଦବ, ଅନୁରାଗ ମଲ୍ଲିକ, ଶିବୁନ ନନ୍ଦ, ବଗେଶ ଶର୍ମା, ଅଭିଶେଖ ଚମ୍ପତ୍ତି, ପ୍ରଭଞ୍ଜନ ମଲ୍ଲିକ (ମୁଖ୍ୟପ୍ରଶିକ୍ଷକ), ବିଭୂଦତ୍ତ ପଣ୍ଡା (ସହପ୍ରଶିକ୍ଷକ)।
ସମ୍ବଲପୁର ୱାରିୟର୍ସ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ପ୍ରୟାସ କୁମାର ସିଂହ, ଶ୍ରେୟାଂଶ ଭରଦ୍ବାଜ୍, ତରିଣ ସ’, ରାକେଶ ପଟ୍ଟନାୟକ, ପ୍ରବୀଣ ଲାହା, ଆୟୁଷ କୁମାର ବାରିକ, ବିମଳ କୁମାର, ସୁମିତ ଶର୍ମା, ସ୍ବୟଂମ୍ ଶ୍ରୀବାସ୍ତବ, ମାନସରଞ୍ଜନ ପାତ୍ର, ହେମନ୍ତ କୁମାର ରଥୀ, ପ୍ରିୟାଂଶୁ ମହାନ୍ତି, ସାର୍ଥକ ଏସ୍. ପ୍ରକାଶ, ଆଦିତ୍ୟ ରାଉତ, ରାମଚନ୍ଦ୍ର ବେହେରା, ରଶ୍ମିରଞ୍ଜନ ଦାସ (ମୁଖ୍ୟପ୍ରଶିକ୍ଷକ), ସୁଶୀଲ କୁମାର ମିଶ୍ର (ସହପ୍ରଶିକ୍ଷକ)।
ପୁରୀ ଟାଇଟାନ୍ସ: ସନ୍ଦୀପ ପଟ୍ଟନାୟକ (ଅଧିନାୟକ), ରାଜେଶ ମହାନ୍ତି, କାର୍ତ୍ତିକ ବିଶ୍ବାଳ, ଆଶୁତୋଷ ଛୁରିଆ, ଅନୁରାଗ ଷଡ଼ଙ୍ଗୀ, ସ୍ବୟମ୍ ପହରିଆ, ସୁଶୀଲ କୁମାର ବାରିକ, ଉଦୟ ଜଟ, ସୂର୍ଯ୍ୟ ମହାପାତ୍ର, ଶାନ୍ତନୁ ମିଶ୍ର, ଆଦିତ୍ୟ କୁମାର ଜୟସିଂହ, ରୁଦ୍ରପ୍ରସାଦ ମଲ୍ଲିକ, ପୀୟୂଷ ରଞ୍ଜନ ମନ୍ତ୍ରୀ, ଆୟୁଷ ସୂତାର, ସାରାଂଶ କୁମାର, ମହମ୍ମଦ ଡାନିଶ, ସୌରଭ ସେହଗଲ (ମୁଖ୍ୟପ୍ରଶିକ୍ଷକ), ଦୀପକ ମଙ୍ଗରାଜ (ମୁଖ୍ୟପ୍ରଶିକ୍ଷକ)।
ଭୁବନେଶ୍ବର ଟାଇଗର୍ସ: ସୂର୍ଯ୍ୟକାନ୍ତ ପ୍ରଧାନ (ଅଧିନାୟକ), ରାଜେଶ ଧୂପର, ଗୌରବ ଚୌଧୁରୀ, ଦେବବ୍ରତ ପ୍ରଧାନ, ବାଦଲ ବିଶ୍ବାଳ, ଅର୍ଯ୍ୟଶ୍ରୀ ଡି ଭଟ୍ଟ, ସତ୍ୟକାମ ଭରଦ୍ବାଜ, ବିଭାସ ସ’, ସମ୍ବିତ କୁମାର ବେଜ, ଶୁଭମ ପ୍ରିୟଦର୍ଶୀ, ଅଂଶୁମାନ ବେଜ, ପ୍ରୟାଣ ପ୍ରାନ୍ତିକ ସାମଲ, ଅଭିନୀତ କେ ପଟ୍ଟନାୟକ, ସ୍ବାଗତ ଏସ୍ ମିଶ୍ର, ବିକ୍ରମ ସାମଲ, ମହମ୍ମଦ ଆଝାରୁଦ୍ଦିନ୍, ପ୍ରୀତମଜିତ ଦାସ (ମୁଖ୍ୟପ୍ରଶିକ୍ଷକ), କେଭି ପ୍ରସାଦ (ସହପ୍ରଶିକ୍ଷକ)।
କେନ୍ଦୁଝର ମାଇନର୍ସ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଅଭିଷେକ ଯାଦବ, ଓମ୍ ଟି ମୁଣ୍ଡେ, ସର୍ବେଶ୍ବର ମହାନ୍ତି, ଅନୀଲ ପରିଡ଼ା, ସୁଜଲ ସିଂହ, ସୟେଦ ତୁଫେଲ ଅହମଦ, ଦେବବ୍ରତ ପ୍ରଧାନ (ଜୁନିୟର), ସୌଭାଗ୍ୟ ଓଝା, ଅଭିଷେକ ସିଂହ, ପାନକଳା ମୋକ୍ଷିତ, ଶ୍ରୀରାଜ ପଟ୍ଟନାୟକ, ବିଶ୍ବ ବୈଭବ ମୁଦୁଲି, ବିଶ୍ବଭୂଷଣ ବିହାରୀ, ସୌମ୍ୟରଞ୍ଜନ ଲେଙ୍କା, ପପୁ ରୟ, ସଞ୍ଜୟ ଶତପଥୀ (ମୁଖ୍ୟପ୍ରଶିକ୍ଷକ), ଶୋଭନ ଦେବ (ସହପ୍ରଶିକ୍ଷକ)।
ରାଉରକେଲା ଷ୍ଟିଲର୍ସ: ଆଶୀର୍ବାଦ ସ୍ବାଇଁ (ଅଧିନାୟକ), ସମ୍ବିତ ଏସ୍ ବରାଳ, ସାଇଦୀପ ମହାପାତ୍ର, ପ୍ରଦୀପ ପ୍ରଧାନ, ଜାମେଲା ମହାପାତ୍ର, ଆଶୁତୋଷ ମାରାଣ୍ଡି, ବିନାୟକ ସାହୁ, ଶୋଭନଦେବ ବେହେରା, ସମ୍ବିତ କୁମାର ସାହୁ, ମିଲନ ସାମଲ, ସ୍ବରୂପ ସମିତ ଭୂୟାଁ, ବିଶ୍ବଜିତ ପ୍ରଧାନ, ପ୍ରିୟରଞ୍ଜନ ମୁଦୁଲି, ଆକାଶ ମହାପାତ୍ର, ଅମିନ ଇକ୍ବାଲ ଖାନ, ଶାଶ୍ବତ ମହାନ୍ତି, ସୁବିତ ବିଶ୍ବାଳ (ମୁଖ୍ୟପ୍ରଶିକ୍ଷକ), ପ୍ରଭାତ କୁମାର ନାୟକ (ସହପ୍ରଶିକ୍ଷକ)।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757745430.jpg)