Advertisment

Rural Odisha Tragedy: ଝିଅ ପିଠିରେ ୫ କିମି ବୋହିଲା, ହେଲେ ବଞ୍ଚିଲାନି ମାଆ

ସାପ କାମୁଡ଼ି ଦେବାରୁ ମେଡିକାଲ ନେବାକୁ ମାଆକୁ ପିଠିରେ ପକାଇ ଜଙ୍ଗଲରେ ୫ କିଲୋମିଟର ବୋହିଲା ଝିଅ। ହେଲେ ବଞ୍ଚିଲାନି ମାଆର ଜୀବନ।

Rural Odisha Tragedy

Rural Odisha Tragedy

Advertisment

ମାଆକୁ ପିଠିରେ ପକାଇ ବୋହିଲା ଝିଅ। ସାପ କାମୁଡ଼ି ଦେବାରୁ ମେଡିକାଲ ନେବାକୁ ମାଆକୁ ପିଠିରେ ପକାଇ ଜଙ୍ଗଲରେ ୫ କିଲୋମିଟର ବୋହିଲା ଝିଅ। ହେଲେ ବଞ୍ଚିଲାନି ମାଆର ଜୀବନ। ମେଡିକାଲରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ମୁଣ୍ଡିଗଡ ପଞ୍ଚାୟତର ଡୁମେରିପଡା ଗାଁରେ।

Advertisment

ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଡୁମେରିପଡା ଗାଁର ବାଲମାଡୁ ମାଝୀ ଘରେ ଶୋଇଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବାପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଡକାଇଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠୁ ୮ କିଲୋମିଟର ଦୂରରେ ଅଟକି ଯାଇଥିଲା। ଏହାପରେ କୌଣସି ଉପାୟନପାଇ ମହିଳାଙ୍କ ସାନ ଝିଅ ମାଆଙ୍କୁ ୫ କିଲୋମିଟର ପାଦଚଲା ରାସ୍ତାରେ ବୋହି ବୋହି ଆଣିଥିଲେ। ସେଠାରୁ ବାଇକ୍ ଯୋଗେ ୩ କିଲୋମିଟର ଆଣିବାପରେ ଆମ୍ବୁଲାନ୍ସରେ ମହିଳାଙ୍କୁ ତୁମୁଡ଼ିବନ୍ଧ ମେଡିକାଲ ଓ ପରେ ବାଲିଗୁଡା ମେଡିକାଲ ପଠାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗାଁକୁ ରାସ୍ତା ନଥିବାରୁ ମାଆକୁ ହରାଇଲୁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୂର୍ବରୁ ଉକ୍ତ ପରିବାରର ମୁଖିଆଙ୍କ ମୃତ୍ୟୁ ଏବଂ ଏବେ ମହିଳାଙ୍କ ମୃତ୍ୟୁ ପରେ ୩ ଭାଇ ଓ ଭଉଣୀ ମାଆ ଛେଉଣ୍ଡ ହୋଇଯାଇଛନ୍ତି। ତେଣେ ଘଟଣା ନେଇ ମେଡିକାଲ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Road Problem Human Interest Story Kandhamal Snake Bite Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ