Advertisment

Bhadrak News:ବିଦ୍ୟାଳୟ ଛାତରୁ ଅତଡା ଖସି ୩ ଶିଶୁ ଆହାତ

ଭଦ୍ରକ ଜିଲ୍ଲାରୁ ଏକ ଅଘଟଣର ଖବର ଆସିଛି ଯାହା ଅଭିଭାବକମାନଙ୍କ ପାଇଁ ଚିନ୍ତା ବଢ଼ାଇଛି । ଗୁରୁ ଦିବସରେ ବିଦ୍ୟାଳୟକୁ ଆସିଥିବା ବେଳେ ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ଧୋଇବା ସମୟରେ ଛାତରୁ ଅତଡ଼ା ଖସି ପଡ଼ିବାରୁ ୩ ଛାତ୍ରୀ ଆହତ ହୋଇଛନ୍ତି ।

3 Schoolgirls Injured as Ceiling Plaster Falls in Bhadrak Primary School

3 Schoolgirls Injured as Ceiling Plaster Falls in Bhadrak Primary School

Advertisment

ହସ ଖୁସିରେ ସମସ୍ତେ ଗୁରୁ ଦିବସ ଉତ୍ସବକୁ ଅତି ଉତ୍ସାହର ସହ ଆଜି ପାଳନ କରୁଛନ୍ତି । ଏହି ଖୁସିର ମୁହୁର୍ତ୍ତରେ କିନ୍ତୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରୁ ଏକ ଅଘଟଣର ଖବର ଆସିଛି ଯାହା ଅଭିଭାବକମାନଙ୍କ ପାଇଁ ଚିନ୍ତା ବଢ଼ାଇଛି । ଗୁରୁ ଦିବସରେ ବିଦ୍ୟାଳୟକୁ ଆସିଥିବା ବେଳେ ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ଧୋଇବା ସମୟରେ ଛାତରୁ ଅତଡ଼ା ଖସି ପଡ଼ିବାରୁ ୩ ଛାତ୍ରୀ ଆହତ ହୋଇଛନ୍ତି ।

Advertisment

ଖବର ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୋହୁମାଘେରୀରେ ଏହି ଅଘଟଣ ଘଟିଛି । ଅଘଟଣ ଯୋଗୁଁ ୩ ଶିଶୁ ବାଟିକା ଛାତ୍ରୀ ଆହାତ ହୋଇଛନ୍ତି । ଛାତ୍ରୀଙ୍କ ମୁଣ୍ତରେ ଘାତ ଲାଗିଛି । ସମସ୍ତ ଆହତ ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକମାନେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

ଗୁରୁ ଦିବସରେ ବିଦ୍ୟାଳୟ ପରିସରରେ ଏମିତି ଏକ ଅଭାବନୀୟ ଘଟଣ ଘଟିଥିବାରୁ ଘଟଣାସ୍ଥଳରେ ଅଭିଭାବକ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଗୄହଥିଲା ବୋଲି ସ୍କୁଲ କତ୍ତୃପକ୍ଷ କହୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ଦେଉଥିଲେ ମଧ୍ୟ ପ୍ରଶାସନ ନିରବ ରହୁଥିବାରୁ ଏହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ