ମନେ ପଡ଼େ ସିପାହୀ ବିଦ୍ରୋହର କଥା...ବାପାକୁ ହତ୍ୟା କରି ପୁଅକୁ ଫାଶୀ ଦେଇଥିଲେ ଗୋରା ସିପାହୀ

ଛତିଶଗଡ ନାଗପୁରରୁ ସମ୍ବଲପୁର ଯିବା ପାଇଁ ବ୍ରିଟିଶ ସୈନିକମାନଙ୍କୁ ପାରି ହେବାକୁ ପଡୁଥିଲା ସିଂଘୋଡା ଘାଟି । ଏହି ଘାଟିର ଗୁରୁତ୍ୱକୁ ବୁଝି ନିଜ ସଂଗ୍ରାମୀ ସାଥୀଙ୍କ ସୁରକ୍ଷ ପାଇଁ ମାଧୋ ସିଂ ବ୍ରିଟିଶରଙ୍କ ଉପରେ ଆକ୍ରମଣ କରିଥିଲେ ।

Freedom Fighter Madho Singh

୧୮୫୭ର ସିପାହୀ ବିଦ୍ରୋହ... ସହିଦ ହେଇଥିଲେ ଘେଁସ ମାଟିର ଜମିଦାର ମାଧୋ ସିଂ । ସାରା ଦେଶକୁ ଶାସନ କରିବାର ସ୍ୱପ୍ନ ଦେଖୁଥିବା ଗୋରା ପୋଲିସ ଆଖିରୁ ନିଦ ଛଡାଇ ନେଇଥିଲେ ମାଧୋ ସିଂ । ଜଣେ ଜମିଦାର ହେବା ସତ୍ତ୍ୱେ ମଧ୍ୟ ନିଜ ମାଟି ଏବଂ ନିଜ ପ୍ରଜାଙ୍କର ହକ ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ । ତା’ସହ ନିଜର ୪ ପୁଅଙ୍କୁ ମଧ୍ୟ ଏହି ସଂଗ୍ରାମରେ ସାମିଲ କରି ବଳିଦାନର ଏକ ସ୍ୱର୍ଣ୍ଣିମ ଇତିହାସ ଲେଖି ଯାଇଥିଲେ । ପୁଅ ହଟେ ସିଂ, ଐରୀ ସିଂ, ବୈରୀ ସିଂ, ଏବଂ କୁଞ୍ଜଲ ସିଂଙ୍କ ସହ ଘେଁସ ଅଂଚଳରେ ବିଦ୍ରୋହ ଚଲାଇଥିଲେ । ନିଜ ଇଷ୍ଟ ଦେବୀ ପାଟଣେଶ୍ୱରୀଙ୍କ ପାଖରେ ୨୦୪ ଜଣ ଗୋରା ସିପାହୀଙ୍କ ମୁଣ୍ଡ ନ ଦେବା ଯାଏଁ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ପ୍ରତିଜ୍ଞା ନେଇଥିଲେ ।

ଛତିଶଗଡ ନାଗପୁରରୁ ସମ୍ବଲପୁର ଯିବା ପାଇଁ ବ୍ରିଟିଶ ସୈନିକମାନଙ୍କୁ ପାରି ହେବାକୁ ପଡୁଥିଲା ସିଂଘୋଡା ଘାଟି । ଏହି ଘାଟିର ଗୁରୁତ୍ୱକୁ ବୁଝି ନିଜ ସଂଗ୍ରାମୀ ସାଥୀଙ୍କ ସୁରକ୍ଷ ପାଇଁ ମାଧୋ ସିଂ ବ୍ରିଟିଶଙ୍କ ଉପରେ ଆକ୍ରମଣ କରିଥିଲେ । ପୁଅ ହଟେ ସିଂଙ୍କ ସହ ନିଜେ ଗରିଲା ଯୁଦ୍ଧ ମାଧ୍ୟମରେ ବାରମ୍ବାର ଧନୁ, ତୀର, ବର୍ଚ୍ଛା ଏବଂ ଖଣ୍ଡାରେ ବ୍ରିଟିଶ ଗୋଳା ବାରୁଦକୁ ଦମନ କରିଥିଲେ । ଯାହାଫଳରେ ବିଦେଶୀଙ୍କ ଛାତିରେ ଶିହରଣ ସୃଷ୍ଟି ହୋଇଥିଲା । ତେବେ ବାରମ୍ବାର ଜଣେ ଜମିଦାର ଆଉ ତାଙ୍କ ପୁଅ ବ୍ରିଟିଶରମାନଙ୍କୁ ହରାଇ ଚାଲିଥିଲେ । ସେଇଥିପାଇଁ ତ ଆଜି ବି ପ୍ରଚଳିତ ଲୋକଗୀତ ମାନଙ୍କରେ ଶୁଣାଯାଏ ଏହି ବୀର ପିତା ଏବଂ ପୁତ୍ରଙ୍କର ବଳିଦାନର ଗୌରବମୟ କାହାଣୀ ।

ମାଧୋ ସିଂଙ୍କୁ ମାଟିଆଭଟା ଠାରେ ଘେରି ଯାଇ ହତ୍ୟା କଲା ଗୋରା ସରକାର । ତାଙ୍କ ଚାରି ପୁଅଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଫଶୀ ଦେବା ସହ ଜଣଙ୍କୁ ଅଚେତ ଅବସ୍ଥାରେ ପୋଡି ଜୀବନ ନେଇଗଲେ । ଆଉ କେବଳ ହଟେ ସିଂଙ୍କୁ କଳା ପାଣିକୁ ପଠାଇ ଦିଆଗଲା । ଆଉ ସେହିସବୁ ଦିନକୁ ଆଜି ବି ମନେପକାଏ ଏ ମାଟି । ଆଉ ଗର୍ବରେ ଲୋକଙ୍କ ଛାତି ଫୁଲିଉଠେ ।