Advertisment

ୟୁଟ୍ୟୁବରଙ୍କ ଗାଁ ଛତିଶଗଡ଼ର ତୁଳସୀ ଗାଁ : ୪୦ ୟୁଟ୍ୟୁବ ଚ୍ୟାନେଲ, ୧୧ ଶହରୁ ଅଧିକ ଆର୍ଟିଷ୍ଟ

ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ଦେଇଛି ଏଠିକାର ଲୋକଙ୍କ ପ୍ରୟାସ।

ଅଦ୍ୟତନ ହୋଇଛି
YouTuber’s Village

YouTuber’s Village

Advertisment

ଏଠି ପ୍ରତି ଘରେ ୟୁ ଟ୍ୟୁବର। ଗାଁର ଲୋକସଂଖ୍ୟା ପ୍ରାୟ ୬ ହଜାର। ୫ ବର୍ଷ ପିଲାଠୁ ଆରମ୍ଭ କରି ୮୫ ବର୍ଷୀୟ ବୁଢା । ସମସ୍ତ ୟୁଟ୍ୟୁବ ପାଇଁ ତିଆରୁ କରୁଛନ୍ତି ଭିଡିଓ। ଭିଡିଓର କ୍ୱାଲିଟି ବଢାଇବାକୁ ଏବେ ଗାଁରେ ପ୍ରତିଷ୍ଠା କରାଯାଇଛି ହାଇଟେକ୍ ଷ୍ଟୁଡିଓ। ଆପଣ ଭାବୁଥିବେ ଏହି ଗାଁ ଆମେରିକା କିମ୍ବା ୟୁରୋପରେ ହୋଇଥିବ। ତେବେ ଆପଣଙ୍କ ଭାବନା ପୁରା ଭୁଲ। କାରଣ ଏହି ଗାଁ ରହିଛି ଭାରତରେ। ତାପୁଣି ଆମ ପଡୋଶୀ ରାଜ୍ୟ ଛତିଶଗଡ଼ରେ। ଗାଁର ନା ହେଉଛି ତୁଳସୀ ଗାଁ। ଆଉ ଏଠି ପ୍ରତି ପରିବାରରେ ରହିଛନ୍ତି ୟୁଟ୍ୟୁବ ଭିଡିଓ ପ୍ରସ୍ତୁତକାରୀ। ନକ୍ସଲ ହିଂସାଲାଗି ଛତିଶଗଡ଼ ସାରା ଦେଶରେ ଜଣା ଥିବା ବେଳେ ତୁଳସୀ ଗାଁ ଏହାକୁ ଦେଇଛି ନୂଆ ପରିଚୟ।...

Advertisment

ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ଦେଇଛି ଏଠିକାର ଲୋକଙ୍କ ପ୍ରୟାସ। ଗାଁର ଦୁଇ ସାଙ୍ଗ ଜୟ ବର୍ମା ଓ ଜ୍ଞାନେନ୍ଦ୍ର ୨୦୧୬ରେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ଅଭିନିୟ ପ୍ରତି ଜୟଙ୍କର ପିଲାଦିନୁ ପ୍ରବଳ ଆଗ୍ରହ ଥିଲା। ସିନେମା ଓ ସିରିୟଲ ତାଙ୍କୁ ୟୁଟ୍ୟୁବ ପ୍ରତି ଆକର୍ଷିତ କରିଥିଲା। ଏହା ପରେ ଜୟଙ୍କ ପଡୋଶୀ ଜ୍ଞାନେନ୍ଦ୍ର ପ୍ରଥମେ କମେଡି ଭିଡିଓ ବନାଇବା ଆରମ୍ଭ କରିଥିଲେ। ଏଥିରେ ଧିରେ ଧିରେ ଗାଁର ଲୋକମାନେ ଅଭିନୟ କରିବା ଆରମ୍ଭ କଲେ। ପ୍ରଥମେ ମନୋରଂଜନ ପାଇଁ ସେମାନେ ଏହି ଭିଡିଓ ପ୍ରସ୍ତୁତ କରୁଥିଲେ। ତେବେ ୟୁଟ୍ୟୁବରୁ ଭଲ ଆୟ ହେଉଥିବା ଦେଖି ଅନ୍ୟମାନେ ବି ଏହି ଧାରାରେ ସାମିଲ ହୋଇଥିଲେ। ତେବେ ଖୁସିର କଥା ହେଉଛି ଏଠି କେହି କାହାର ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି କି କେହି କାହାକୁ ଇର୍ଷା କରନ୍ତିନି ବରଂ ପରସ୍ପରକୁ ଭିଡିଓ ପ୍ରସ୍ତୁତିରେ ସହାୟତା କରନ୍ତି।

Advertisment

ୟୁଟ୍ୟୁବର ଜୟଙ୍କ ଅନୁସାରେ ପ୍ରଥମେ ସେମାନେ ମୋବାଇଲ ଫୋନରେ ଭିଡିଓ ସୁଟ କରି ତାକୁ ମୋବାଇଲରେ ଏଡିଟିଂ କରି ୟୁଟ୍ୟୁବରେ ଅପଲୋଡ କରୁଥିଲେ। ତେବେ କିଛି ଆୟ ହେବା ପରେ ସେମାନେ ଏକ ସେକେଣ୍ଡ ହ୍ୟାଣ୍ଡ କଂପ୍ୟୁଟର କିଣି ସେଥିରେ ଏଡିଟିଂ ଆରମ୍ଭ କରିଥିଲେ। ତେବେ ଏହାର କ୍ୱାଲିଟି ସେତେ ଭଲ ହେଉନଥିଲା। ସେହିପରି ୧୦ ମିନିଟର ଭିଡିଓ ଏଡିଟ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା। ତେବେ ସବୁଠୁ ବଡ଼ ବାଧା ଥିଲା ଇଣ୍ଟରନେଟ ସମସ୍ୟା। ଇଣ୍ଟରନେଟ ସ୍ପିଡ ଭଲ ନଥିବାରୁ ଭିଡିଓ ଅପଲୋଡ କରିବା ମୁସ୍କିଲ ଥିଲା। ତେଣୁ ଅନେକ ସମୟରେ ରାୟପୁର ଯିବାକୁ ପଡିବା ସହ ଖର୍ଚ୍ଚାନ୍ତ ହେବାକୁ ବି ପଡୁଥିଲା। ତେବେ ଜିଲ୍ଲା ପ୍ରଶାସନ ସହାୟତାରେ ହମର ଫ୍ଲିକ୍ସ ଷ୍ଡୁଡିଓ ସ୍ଥାପନା ପରେ ଏସବୁ ସମସ୍ୟାରୁ ମୁକ୍ତି ମିଳିଛି।...

ଗାଁ ଲୋକ ସାଧାରଣତଃ ମନୋରଂଜନଧର୍ମୀ ଓ ମୋଟିଭେସନାଲ ଅର୍ଥାତ ଅନ୍ୟକୁ ପ୍ରେରଣା ଦେବା ଲାଗି ଉଦ୍ଦିଷ୍ଟ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଛତିଶଗଡ଼ି ଭାଷାରେ ଏହି ଭିଡିଓ ପ୍ରସ୍ତୁତ କରାଯାଉଥିବା ବେଳେ ଏଥିରେ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ଝଲକ ବି ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ୟୁଟ୍ୟୁବ ଭିଡିଓ ଗାଁ ପାଇଁ ଅର୍ଥ ଆୟର ମାଧ୍ୟମ ପାଲଟିଛି। ୪୦ଟି ୟୁଟ୍ୟୁବ ଚ୍ୟାନେଲ ମଧ୍ୟରୁ ଏଯାଏଁ ୧୨ଟି ମନିଟାଇଜ ହୋଇସାରିଛି ଅର୍ଥାତ୍ ୧୨ଟି ଚ୍ୟାନେଲ ନିଜ ଭିଡିଓ ପାଇଁ ୟୁଟ୍ୟୁବରୁ ଟଙ୍କା ପାଉଛନ୍ତି।...

Advertisment

ଜିଲ୍ଲା ପ୍ରଶାସନ ଓ ଏକ ସ୍ଥାନୀୟ ସଂସ୍ଥା ସହଯୋଗରେ ହମର ଫ୍ଲିକ୍ସ ଷ୍ଟୁଡିଓ ପ୍ରତିଷ୍ଠା କରାଯାଇଛି। ଏଥିରେ ଡ୍ରୋନ ଓ ଡିଏସଆରଏଲ କ୍ୟାମେରା ସହ ଉନ୍ନତମାନର ଅଡିଓ ରେକଡିଂ, ଗ୍ରାଫିକ୍ସ ସଫ୍ଟୱେର ଏବଂ ଅନ୍ୟ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ୟୁଟ୍ୟୁବ ଭିଡିଓ ପ୍ରସ୍ତୁତି କାମକୁ ସହଜ କରିବା ଲାଗି ରାୟପୁର ଜିଲ୍ଲାପାଳ ଏକକ ପ୍ରଡକସନ ସେଣ୍ଟର ଖୋଲିବାକୁ ଯୋଜନା କରିଛନ୍ତି। ଉନ୍ନତମାନର ଭିଡିଓର ପ୍ରସ୍ତତି ଲାଗି ଗାଁ ଲୋକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଜିଲ୍ଲା ପ୍ରଶାସନ ଡିଜିଟାଲ ସ୍କିଲ ସେଣ୍ଟର ଖୋଲିବାକୁ ଯାଉଛି।...

Indian YouTuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ