Advertisment

ଦ୍ରୌପଦୀଙ୍କୁ ଯଶୱନ୍ତଙ୍କ ନିବେଦନ: କହିଲେ, ଆପଣ ନହୁଅନ୍ତୁ ରବର ଷ୍ଟାମ୍ପ

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି। ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ଯେଉଁ ପ୍ରତିଶ୍ରୁତି ମାଗିଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ବି ହେଉଛି।

ଅଦ୍ୟତନ ହୋଇଛି
Jaswant Sinha

Jaswant Sinha

Advertisment

ଦ୍ରୌପଦୀଙ୍କଠାରୁ ପ୍ରତିଶ୍ରୁତି ମାଗିଲେ ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ କହିଛନ୍ତି ଯେ, ଆପଣ ହେବେନି ରବର ଷ୍ଟାଂପ୍‌ । ବିନା ଭୟରେ କାମ କରିବାକୁ କଲେ ନିବେଦନ । ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ନେଇ ଏବେ ପୂରା ଦେଶରେ ଏବେ ଚର୍ଚ୍ଚା ଚାଲିଛି। ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ଯେଉଁ ପ୍ରତିଶ୍ରୁତି ମାଗିଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ବି ହେଉଛି।

Advertisment

ଯଶୱନ୍ତ କହିଛନ୍ତି ଯେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତି ତେବେ ତାଙ୍କୁ ମୋର ଗୋଟିଏ ନିବେଦନ କି ସେ ରବର ଷ୍ଟାଂପ ହୋଇ କାମ ନକରନ୍ତୁ। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି “ମୁଁ ସ୍ଥିର କରିଛି ଯେ ଯଦି ମୁଁ ନିର୍ବାଚିତ ହୁଏ, ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି। ଯଦି କେହି ସମ୍ବିଧାନର ଖିଲାପରେ ଯାଆନ୍ତି କିମ୍ବା ଆଇନ ନମାନନ୍ତି ତେବେ ସିଏ ଯିଏ ବି ହେଉ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି" ।

ଏହାସହ ଦ୍ରୌପଦୀଙ୍କୁ ସେ କହିଛନ୍ତି, ଆପଣ ପ୍ରତିଶ୍ରୁତି ଦିଅନ୍ତୁ କି ରବର ଷ୍ଟାଂପ ହେବେନି କିମ୍ବା କାହାକୁ ଡରିବେନି । କେବଳ ଏତିକି ନୁହେଁ ବରଂ ସିହ୍ନା ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନର ସରକାର ଯେପରି ଭାବରେ କାମ କରୁଛନ୍ତି ତାହାକୁ ମୁଁ ନିଶ୍ଚୟ ବିରୋଧ କରିବି। ସମ୍ବିଧାନ ଉପରେ ହେଉଥିବା ଆକ୍ରମଣକୁ ଆମେ ବରଦାସ୍ତ କରିବା ନାହିଁ ବୋଲି ସିହ୍ନା କହିଛନ୍ତି । ହେଲେ ସିହ୍ନା କାହିଁକି ଏମିତି କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Advertisment

ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ଏବଂ ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ସେପଟେ ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସାଂସଦ ଏବଂ ବିଧାୟକମାନଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ଇଲେକଟୋରାଲ କଲେଜରେ ମୋଟ୍‌ ୪,୮୦୯ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ସାଂସଦ ଥିବା ବେଳେ ୪୦୩୩ ଜଣ ହେଉଛନ୍ତି ବିଧାୟକ। ତେବେ ପରବର୍ତ୍ତୀ ରାଷ୍ଟ୍ରପତି କିଏ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Draupadi Murmu Presidential Poll Jaswant Sinha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ