Advertisment

Yamuna flood: ଯମୁନା ବନ୍ୟା ପାଣିରେ ଦିଲ୍ଲୀ କଲବଲ

ରାଜଧାନୀ ଦିଲ୍ଲୀକୁ କଲବଲ କରିଛି ଯମୁନାର ବନ୍ୟା ପାଣି। ଆଜି ବି ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି।

Yamuna Floods Disrupt Delhi; 14,000 People Evacuated to Relief Camps

Yamuna Floods Disrupt Delhi; 14,000 People Evacuated to Relief Camps

Advertisment

ରାଜଧାନୀ ଦିଲ୍ଲୀକୁ କଲବଲ କରିଛି ଯମୁନାର ବନ୍ୟା ପାଣି। ଆଜି ବି ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ଯମୁନା ବଜାର, ଗୀତା କଲୋନି, ମଜନୁ କା ଟିଲା, କାଶ୍ମୀର ଗେଟ୍, ଗଢ଼ି ମାଣ୍ଡୁ ଓ ମୟୂର ବିହାର ଭଳି ଅଞ୍ଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯମୁନା ବନ୍ୟା ପାଣିରେ ବେଶି ପ୍ରଭାବିତ ହୋଇଛି ମୟୁର ବିହାର ଫେଜ୍-୧।

Advertisment

ଏପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରୁ ୧୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ହରିଆଣାର ହଥନି କୁଣ୍ଡ ବ୍ୟାରେଜରୁ ଲଗାତାର ପାଣି ଛାଡିବା ଯୋଗୁଁ, ଯମୁନା ନଦୀ ଭୟଙ୍କର ବନ୍ୟା ଆସିଛି। ବିଭିନ୍ନ ତଳି ଅଞ୍ଚଳ ଜଳଘେରରେ ରହିଥିବା ବେଳେ ବୁଡ଼ିଛି ମାର୍କେଟ, ଘରଦ୍ବାର, ମନ୍ଦିର, ଶିକ୍ଷାନୁଷ୍ଠାନ।

ସେହିପରି ବିଭିନ୍ନ ସ୍ଥାନରେ ରାସ୍ତାରେ ଯମୁନା ପାଣି ଲହଡି ଭାଙ୍ଗୁଥିବାରୁ ସାଂଘାତିକ ଟ୍ରାଫିକ୍ ଜାମ୍ ବି ହେଉଛି। ପ୍ରଭାବିତ ଲୋକଙ୍କ ପାଇଁ ଆଇଟିଓ, ମୟୂର ବିହାର ଏବଂ ଗୀତା କଲୋନିରେ ରିଲିଫ୍ ଶିବିର କରାଯାଇଛି।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ