ହୁ ହୁ ହୋଇ ବଢ଼ୁଛି ଭାରତର ଜନସଂଖ୍ୟା; ଅର୍ଥନୀତି ଉପରେ ପଡ଼ିବ କି ପ୍ରଭାବ..

ଚୀନକୁ ପାର୍ କରି ଭାରତ ବନିଲା ବିଶ୍ୱର ଜନବହୁଳ ଦେଶ । ବର୍ତ୍ତମାନ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ରର ଆଖ୍ୟା ପାଇସାରିଥିବା ପରେ ବି ଆଗାମୀ ୭୭ ବର୍ଷରେ ଏହା ବହୁଳ ଭାବରେ ବୃଦ୍ଧି ପାଇସାରିଥିବ । ଜାଣନ୍ତୁ କେତେ ଥିବ ଭାରତର ମୋଟ ଜନସଂଖ୍ୟା..

ଭାରତର ଜନସଂଖ୍ୟା

୨୧୦୦ ସୁଦ୍ଧା ଭାରତ ହେବ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର । ଏ କଥା ଆମେ ନୁହେଁ ବରଂ World Population Forecast ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ରର ଆଖ୍ୟା ପାଇସାରିଥିବା ପରେ ବି ଆଗାମୀ ୭୭ ବର୍ଷରେ ଏହା ବହୁଳ ଭାବରେ ବୃଦ୍ଧି ପାଇସାରିଥିବ । ଏମିତି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ଉପରେ ଏବେ ପୂରା ବିଶ୍ୱର ନଜର।

ଜନସଂଖ୍ୟାରେ ଚୀନ୍‌କୁ ପଛରେ ପକାଇଛି ଭାରତ । ଭାରତ ଏବେ ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ (world’s most populous nation) । ଜାତିସଂଘର ସଦ୍ୟତମ ରିପୋର୍ଟ ଅନୁସାରେ ଭାରତ ଚୀନ୍ ତୁଳନାରେ ୧.୪୨୮ ବିଲିୟନ୍‌ ଲୋକଙ୍କ ସହିତ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି । ୟୁନାଇଟେଡ ନେସନସ ପପୁଲେସନ ଫଣ୍ଡ (UNFPA)ର ରିପୋର୍ଟ ଅନୁସାରେ ଚୀନ୍‌ ଜନସଂଖ୍ୟା ୧.୪୨୫ ବିଲିୟନ୍‌ ଥିବା ବେଳେ ଭାରତର ଜନସଂଖ୍ୟା ୧.୪୨୮ ବିଲିୟନରେ ପହଞ୍ଚିଛି ।

କାହିଁକି ବୃଦ୍ଧି ହେଉଛି ଜନସଂଖ୍ୟା ?

ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି । ବିଶେଷ କରି ଶିକ୍ଷା ଓ ସଚେତନତାର ଅଭାବ କାରଣରୁ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଜନସଂଖ୍ୟା । ଯେପରିକି..

ଜନସଂଖ୍ୟା ବୃଦ୍ଧି ହେଲେ କଣ କ୍ଷତି ଘଟିବ ?

ବର୍ତ୍ତମାନ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଲାଣି । ୨୧୦୦ ମସିହା ବେଳକୁ ଏହା ୧୦୦୦ କୋଟି ପାର୍‌ କରିବ ବୋଲି ଆକଳନ କରାଯାଉଛି । ବଢ଼ୁଥିବା ଜନସଂଖ୍ୟା ସଂକେତ ଦେଉଛି ଯେ ଆମେ ବିପଦ ଆଡ଼କୁ ଗତି କରୁଛୁ । ଏହାକୁ କେମିତି ନିୟନ୍ତ୍ରଣ କରାଯିବ, ତାହା ଏବେ ବଡ଼ ସମସ୍ୟା ପାଲଟିଛି । ୨୧୦୦ ମସିହା ବେଳକୁ ଭାରତର ଜନସଂଖ୍ୟା ୧.୦୯ ବିଲିୟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

ଭାରତ ସର୍ବାଧିକ ଜନସଂଖ୍ୟା ଥିବା ରାଷ୍ଟ୍ରରେ ପରିଗଣିତ ହେବା ପରେ ନିଯୁକ୍ତି କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ତଥାପି ଭାରତର ଅଧାରୁ ଅଧିକ ଜନସଂଖ୍ୟା ୩୦ ବର୍ଷରୁ କମ ବୟସର ହୋଇଥିବାରୁ ଆଗାମୀ ବର୍ଷମାନଙ୍କରେ ଦେଶ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ହେବ ।